ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ନର୍ସିଙ୍ଗ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Published By : Bijay Swain | July 25, 2025 9:27 PM

ନବରଙ୍ଗପୁର ୨୫/୭(ଆପ୍ର): ଆପତ୍ତିଜନକ ଫଟୋ ଭାଇରାଲ୍ ପରେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରାଇଘର ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ, ରାଇଘର ଥାନା ଅଞ୍ଚଳର ସତ୍ୟଜିତ ସର୍କାର ଓ ଜୟପୁରର ଉଦ୍ଧବ ବଡନାୟକ। ଏନେଇ ରାଇଘର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ଏସଡିପିଓ ସୁଭେନ୍ଦୁ କୁମାର ଶବର ଓ ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରମୁଖ ସୂଚନା ଦେଇଛନ୍ତି। ସେମାନଙ୍କୁ ୭୮, ୪୬, ୬୨, ୧୦୮, ୩(୫) ଵିଏନସ୍ ଓ ୬୭ ଆଇଟି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ସୂଚନାଯୋଗ୍ୟ ଯେ, ରାଇଘର ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ହୋଇଥିଲା। ଫଟୋ ଭାଇରାଲ ହେବା ପରେ ଛାତ୍ରୀ ଜଣ ଘାସମରା କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚରମ ନିଷ୍ପତି ନେଇଥିଲେ। ଛାତ୍ରୀ ଜଣକ ଦୁଇ ଦିନ ଧରି ଭୂବନେଶ୍ଵର ଏମ୍ସରେ ଜୀବନ ଓ ମରଣ ସହିତ ସଙ୍ଘର୍ଷ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣକ ଜୟପୁରର ଏକ ଘରୋଇ ନର୍ସିଙ୍ଗ କଲେଜ‌ରେ ଵିଏସ୍‌ସି ନର୍ସିଙ୍ଗ ପଢୁଥିଲେ । ଗତ ୧୩ ତାରିଖରେ ସଉଦା କିଣିବାକୁ ଯାଉଥିବା ବେଳେ ଏକତରଫା ପ୍ରେମ କରୁଥିବା ରାଇଘରର ସତ୍ୟଜିତ ଜୟପୁର ରାସ୍ତାରେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ପୁଲିସ ସତ୍ୟଜିତଙ୍କୁ କୋର୍ଟ ଚାଲାଣ କରିଥିଲା। 

ଅଭିଯୁକ୍ତ ଜଣଙ୍କ ବେଲ୍‌ରେ ଫେରିବା ପରେ ଭିତରେ ସତ୍ୟଜିର ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ଅନ୍ୟ ଏକ ବନ୍ଧୁଙ୍କ ସହିତ ଆପତ୍ତିଜନକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଲୋକଲଜ୍ୟା ସହି ନ ପାରି ଛାତ୍ରୀ ଜଣଙ୍କ ଘସମରା କୀଟନାଶକ ପିଇ ଦେଇଥିଲେ। ଗତ ୧୭ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ ଛତିଶଗଡ଼ କୋଣ୍ଡାଗାଁ ପରେ ରୟପୁରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ନିରାଶ ହେବା ପରେ ପରିବାର ଲୋକେ ଘରକୁ ଆଣିଥିଲେ । ଏନେଇ ରାଇଘର ଥାନାରେ ଏତଲା ପରେ ଛାତ୍ରୀଙ୍କ ଚିକିତ୍ସା ପାଇଁ ପୁଲିସ ପକ୍ଷରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଦୁଇଦିନ ଧରି ଭୂଵନେଶ୍ଵର ଏମ୍ସରେ ଚିକିତ୍ସାଧିନ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.