ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ

Published By : Harapriya Sethi | November 14, 2024 1:04 PM

କାମାକ୍ଷାନଗର,୧୪/୧୧: ଏକତାଳି ଗାଁରେ ପୋଖରୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଭାଇ ଏକତାଳି ଗାଁର ପ୍ରଶାନ୍ତ ବେହେରାଙ୍କ ସାନପୁଅ ଶୁଭମ ବେହେରା ଏବଂ ସୁଶାନ୍ତ ବେହେରାଙ୍କ ସାନ ପୁଅ ଗଣେଶ୍ବର ବେହେରା ବୋଲି ଜଣାପଡ଼ିଛି ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଦୁଇ ଭାଇ ମିଶି ଗୁରୁବାର ସକାଳେ ଗାଁ ପାଖ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ପୋଖରୀରେ ବୁଡି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ପୋଖରୀକୁ ଯାଇ ବହୁ ଖୋଜାଖୋଜି କରିଥିଲେ । ସେଠାରେ ସ୍ଥାନୀୟଲୋକଙ୍କ ସହାୟତାରେ ମୃତଦେହ ଗୁଡିକୁ ପୋଖରୀରୁ ଉଦ୍ଧାର କରିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଦୁଇ ନାବାଳକ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.