ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଅଜଣା ରୋଗରେ ଦୁଇ ସହ ପରିବାର ଆକ୍ରାନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ

Published By : Gurupada Nath | May 18, 2025 10:11 PM

ମାଲକାନଗିରି /ପଡିଆ, ୧୮/୫ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହାକୁମାସ୍ଥିତ ଥିବା  ସାହିରେ ଗତ କିଛି ଦିନ ହେଲା ଅଜଣା ରୋଗରେ ଦୁଇ ସହ ପରିବାର ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ଗ୍ରାମରେ ସମସ୍ତ ଲୋକେ ଏହି ଅଜଣା ରୋଗରେ ଆକ୍ରାନ୍ତ ହେବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ଏହି ରୋଗରେ ପ୍ରଥମେ ଗୋଡ଼ ହାତ ଫୁଲି ଯାଇ ଜ୍ୱର ହେଉଛି ପରେ ହାତର ଅଙ୍ଗୁଳି ଓ ଗୋଡ଼ ହାତ ଗଣ୍ଠି ଗୁଡ଼ିକ ଯନ୍ତ୍ରଣା ହେଉଛି । ଏଥିରେ ଅଧିକ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ସେମାନେ ଚଲା ବୁଲା କରିପାରୁ ନଥିବା ଜଣାପଡିଛି । 

ଏହି ରୋଗରେ ଗାଁର ଦୁଇ ସହ ପରିବାରର ପ୍ରାୟ ୫ଶହ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବୟସ୍କ ମହିଳା ପୁରୁଷ ଯୁବକ ଯୁବତୀ ଏମିତିକି ପିଲା ଛୁଆମାନେ ଆକ୍ରାନ୍ତ ହୋଇ ଆଜକୁ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ଧରି ଏହି ରୋଗରେ ଭୋଗୁଛନ୍ତି ବୋଲି ଆକ୍ରାନ୍ତ ହୋଇଥିବା ରୋଗୀମାନେ କହିଛନ୍ତି l ନିକଟସ୍ଥ ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ରକ୍ତ ନମୁନା ଦେଇ ସମସ୍ତ ପ୍ରକାର ପରୀକ୍ଷା କରାଯାଇଥିଲେ ସୁଦ୍ଧା କିଛି ଜଣାପଡିନଥିଲା। ଡାକ୍ତରଖାନାରୁ ଯାହା ଔଷଧ ଦେଉଛନ୍ତି ତାହା କିଛି ସମୟ ପାଇଁ ଉପଶମ ହେଉଛି ପରେ ଯେମିତିକି ସେମିତି ଅବସ୍ଥା, ହେଉଥିବା ଆକ୍ରାନ୍ତ ମାନେ କହିଛନ୍ତି l ଏମିତି ଘଟଣା ଦେଖିବାକୁ ମିଳିଛି ପଡିଆ ସଦର ମହକୁମା ସ୍ଥିତ ସାହି ମଧ୍ୟରେ l କେତେକ ରୋଗୀ ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଯାଇ ରୋଗ ଦେଖାଇ ଔଷଧ ଆଣି ଖାଇଲେ ସମାନ ଅବସ୍ଥା ହେଉଛି । କିଛି ଘଣ୍ଟା ଯନ୍ତ୍ରଣାରୁ ଉପଶମ ହେଉଛି ପରେ ଯେମିତିକି ସେମିତି ଯନ୍ତ୍ରଣା ହେଉଛି ।

କେତେକ ରୋଗୀଙ୍କର ଔଷଧ ନ ପଡିଲେ ରିଆକ୍ସନ ହୋଇ ଦେହ ହାତରେ ଫଳି ଯାଇ କୁଣ୍ଡାଇ ହେଉଛି। ବିଶେଷ କରି ଏମାନଙ୍କ ମଧ୍ୟରେ ମେଷାକ ରବି ମାଦ୍ରୀ, ନାଗଲୁ ସେନ୍ତାଆମ୍ମା, ନାଗଲୁ ମଞ୍ଜୁ, ସୁଧାଲ ଜୟ ରାଜୁ, ବତୀନ ଜୟରାଜୂ, ବତୀନ ଦୈବ କୁମାରୀ, ବେଦି ଧନ ଲକ୍ଷ୍ମୀ, ଚିନାମ ମିନତୀ, ମାଦ୍ରୀ ସାଲବମ, ମାଦ୍ରୀ କୃପା ବତୀ, ମାଦ୍ରୀ ପଦ୍ମା ମଣି, ବାତିମ ସୀମା, ତୋକଲ ରାଜୁ, ବନ୍ତlଲ ୱାରା ଲକ୍ଷ୍ମୀ, କୋଡ଼ି ଶକୁନ୍ତଳା, ନାଗଲୁ ସୁନୀଲ, ସୁଧାଲ ଜୟ ଆମ୍ମା, ଚିନାମ ରୁପା ରାଣୀ ଏମିତି ଦୁଇ ସହ ପରିବାରର ପ୍ରାୟ ପାଞ୍ଚ ସହ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଥିବା ଗ୍ରାମବାସୀ କହିଛନ୍ତି l କିଛି ରୋଗୀ ଏଠାରେ ଭଲ ନ ହୋଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଘରୋଇ ଡାକ୍ତରଖାନାକୁ ଯାଉଥିବା ଜଣାପଡ଼ିଛି l 

ଏ ସମ୍ପର୍କରେ ଆମେ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶଙ୍କୁ ପଚାରିବାରୁ ସେ କହିଥିଲେ,ସେ ଗ୍ରାମର କିଛି ଲୋକଙ୍କର ହାତ ଗୋଡ଼ ଫୁଲିଯାଇଛି । ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ତାଙ୍କ ଟିମ ସେମାନଙ୍କର ଚିକିତ୍ସା ଚଲାଇଛନ୍ତି । ଆସନ୍ତାକାଲି ଜିଲ୍ଲା ହସ୍ପିଟାଲରୁ ବିଶେଷଜ୍ଞ ଡାକ୍ତର ଦଳ ପଡିଆ ଗସ୍ତ କରି ସେ ଗାଁରେ ସ୍ୱତନ୍ତ୍ର ଚିକିତ୍ସା ସେବା ଶିବିର କରାଯିବା ସହିତ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଜିଲ୍ଲା ହସ୍ପିଟାଲକୁ ଅଣାଯିବ । ସେମାନଙ୍କ ମଳ, ମୂତ୍ର, ରକ୍ତ ନମୁନା ଭଲଭାବରେ ପରୀକ୍ଷା  କଲା ପରେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି ସଠିକ ଜଣାପଡିବ । ଏବେ ପରିସ୍ଥିତି ନିୟନ୍ତ୍ରଣ ଅଛି। କେହି ଭୟଭୀତ ନ ହୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.