ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୂର୍ବ ଶତ୍ରୁତା :ଦୁଇ ଯୁବକଙ୍କ ମଧ୍ୟରେ ମାରପିଟ୍ ସହ କାମୁଡାକାମୁଡି, ଜଣଙ୍କର ଛିଣ୍ଡିଲା କାନ

Published By : Suraj Kumar | October 15, 2024 4:43 PM

ନୟାଗଡ,୧୫।୧୦: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାସ୍ତାରେ ଦୁଇ ଯୁବକଙ୍କ ମଧ୍ୟରେ ମାରପିଟ୍‌ ଏବଂ କାମୁଡାକାମୁଡି । ଏଥିରେ  ଜଣଙ୍କର କାନ ଛିଣ୍ଡିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଅନ୍ୟଜଣଙ୍କର ହାତ ଏବଂ ମୁହଁରେ ଆଘାତ ଲାଗିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନୟାଗଡ ଟାଉନ୍‌ ଥାନା ମାଛିପଡା ଗାଁରେ ମଙ୍ଗଳବାର ଏଭଳି ଏକ ଘଟଣା ଘଟିଛି । 

ମାଛିପଡା ଗାଁର ଦୟାନିଧୀ ବେହେରା ଏବଂ ସୁଶା ବେହେରାଙ୍କ ମଧ୍ୟରେ ରାଜନୈତିକ କାରଣରୁ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଏପରିକି ଏଥିପାଇଁ ଉଭୟଙ୍କ ମଧ୍ୟରେ ପୂର୍ବରୁ ମାରପିଟ୍‌ ହୋଇଥିଲା ।  ମଙ୍ଗଳବାର ମଧ୍ୟାହ୍ନରେ ସୁଶା ବଜାର ନିକଟରେ ଯାଉଥିଲେ। ସମୟରେ ଦୟାନିଧୀ ଏବଂ ସୁଶାଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ମାରପିଟ୍‌ ହୋଇଥିଲା । ଦୟାନିଧୀ ସୁଶାଙ୍କ ଡାହାଣପଟ କାନକୁ କାମୁଡି ଛିଣ୍ଡାଇଦେବା ସହ ତାଙ୍କ ମୁଣ୍ଡକୁ ମଧ୍ୟ କାମୁଡି ଦେଇଛି । ସେହିପରି ସୁଶା ମଧ୍ୟ ଦୟାନିଧୀଙ୍କ ହାତ ଏବଂ ମୁହଁକୁ କାମୁଡି ରକ୍ତାକ୍ତ କରିଦେଇଥିଲେ । ଉଭୟଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସୁଶାଙ୍କ ଛିଣ୍ଡିଯାଇଥିବା କାନକୁ  ବରଫରେ ରଖି ପଠାଯାଇଛି । ଟାଉନ୍‌ ଥାନା ପୋଲିସ ମେଡିକାଲକୁ ଆସି ତଦନ୍ତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.