ନୂଆଦିଲ୍ଲୀ, ୨୮/୦୩ : ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ହୋର୍ମୁଜ୍ ପ୍ରଣାଳୀ ଦେଇ ଆସୁଛି ଆଉ ୨ ଭାରତୀୟ ତୈଳ ଜାହାଜ। ସୁରକ୍ଷା ଦେବା ପାଇଁ ମୁତୟନ କରାଯାଇଛି ନୌସେନାର ଯୁଦ୍ଧପୋତ। ଆମେରିକା, ଇସ୍ରାଏଲ୍-ଇରାନ ଯୁଦ୍ଧ ଯୋଗୁଁ ହୋର୍ମୁଜ୍ ପ୍ରଣାଳୀରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଆମେରିକା ପାଇଁ ଇରାନ୍ ଏହି ଜଳ ମାର୍ଗ ବନ୍ଦ କରିଦେଇଛି। ହେଲେ ଭାରତ, ଚୀନ, ଇରାକ, ପାକିସ୍ତାନ ଏବଂ ଋଷ ସମେତ ଅନ୍ୟ ମିତ୍ର ରାଷ୍ଟ୍ର ପାଇଁ ଏହି ଜଳମାର୍ଗ ଖୋଲା ରହିଛି।
Two more merchant vessels carrying petroleum products for India are crossing Strait of Hormuz. Indian Navy warships are on standby to provide support to them. More vessels are expected to follow soon: Sources pic.twitter.com/q9nFBQChJN
— ANI (@ANI) March 28, 2026
ଭୌଗୋଳିକ ଏବଂ ରଣନୈତିକ ଦୃଷ୍ଟିରୁ ହୋର୍ମୁଜ୍ ପ୍ରଣାଳୀ ଇରାନ ପାଇଁ ଗୁରୁତ୍ଵପୂର୍ଣ୍ଣ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପାଇଁ ଇରାନ୍ ଏହି ଜଳମାର୍ଗକୁ ଚୋକ୍ କରିଦେଇଥିଲା। ଫଳରେ ୨୨ଟି ଭାରତୀୟ ଜାହାଜ ଫସି ରହିଥିଲା। ଭାରତରେ ତୈଳ ସଙ୍କଟ ସୃଷ୍ଟି ହୋଇଥିଲା। ହେଲେ କୂଟନୈତିକ ସ୍ତରରେ ଆଲୋଚନା ପରେ ଇରାନ ଭାରତୀୟ ଜାହାଜ ପାଇଁ ବାଟ ଛାଡ଼ିଛି। ହୋର୍ମୁଜ୍ ଦେଇ ଭାରତୀୟ ଜାହାଜ ଚଳାଚଳକୁ ଗ୍ରୀ ସିଗନାଲ୍ ମିଳିଛି। ଏହାପରେ ୪ଟି ଜାହାଜ ହୋର୍ମୁଜ୍ ଦେଇ ଭାରତରେ ପହଞ୍ଚିଛି। ଜଗ ବସନ୍ତ, ପାଇନ ଗ୍ୟାସ୍, ଶିବାଲିକ, ଏବଂ ନନ୍ଦାଦେବୀ ସଫଳତାପୂର୍ବକ ଭାରତରେ ପହଞ୍ଚିଛନ୍ତି। ଏବେ ଆଉ ୨ ଜାହାଜ ଆସିବା ପରେ ପେଟ୍ରୋଲ-ଡିଜେଲ ସମସ୍ୟାରେ ସୁଧାର ଆସିବ।
ଏହି ଖବରଟିକୁ ପଢନ୍ତୁ- ମୃତ୍ୟୁକୁ ଛୁଇଁକି ଆସିଲେ ୧୬୧ ଯାତ୍ରୀ ! ଆଇଜିଆଇ ଏୟାରପୋର୍ଟରେ ବିମାନର ଏମରେଜେନ୍ସିଂ' ଲ୍ୟାଣ୍ଡିଂ