ନୂଆଦିଲ୍ଲୀ, ୦୨/୦୬ : ଦୁଇ ଭଉଣୀଙ୍କ ଅଜବ ପ୍ରେମ କାହାଣୀ। ସାଙ୍ଗ ହୋଇ ବଢିଲେ, ପଢିଲେ... ଚାକିରି ବି କଲେ। ବଡ଼ ହେଲା ପରେ କେହି କାହାକୁ ଛାଡ଼ି ରହିପାରିଲେନି। ଅଲଗା ନହେବାକୁ ନେଲେ ଅଜବ ନିଷ୍ପତ୍ତି। ପରସ୍ପରକୁ ବିବାହ କରି ଆରମ୍ଭ କଲେ ନୂଆ ସଂସାର। ବିହାର ଜମୁଈ ଜିଲ୍ଲାର ବିପିଏସସି ଶିକ୍ଷୟିତ୍ରୀ ନୟନଶ୍ରୀ ଏବଂ ତାଙ୍କ ଭଉଣୀ ରାକ୍ଷୀ ଓରଫ ରାହୁଲଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ଲୋକଙ୍କ କହିବା କଥା, ଦୁହେଁ ଦୁହିଁଙ୍କୁ ୫ ବର୍ଷ ହେଲା ପ୍ରେମ କରୁଥିଲେ। ତେଣୁ ରାକ୍ଷୀ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ କରିଥିଲେ। ଏବେ ସ୍ଥାନୀୟ ପଟେଶ୍ଵରନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ହୋଇଛି। ଦୁହିଁଙ୍କ ବିବାହ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। 

ସୂଚନାନୁଯାୟୀ, ନୟନଶ୍ରୀ ଏବଂ ରାହୁଲଙ୍କ ବୟସ ୨୨ ବର୍ଷ। ଦୁହେଁ ସମ୍ପର୍କୀୟ ଭଉଣୀ। ଦୁହେଁ ପିଲାବେଳେ ସାଙ୍ଗହୋଇ ବଢିଛନ୍ତି। ୨୦୧୯ରେ ଦୁହେଁ ମାଟ୍ରିକ୍ ପାସ୍ କରିଥିଲେ। ଏହାପରେ ଦୁହେଁ ଏକାସାଙ୍ଗରେ ରହି କଲେଜରେ ପଢିବା ସହ କୋଚିଂ ନେଲେ। ଏହି ସମୟରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ୨୦୨୩ରେ ଦୁହେଁ କମ୍ପିଟେଟିଭ୍ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଏଥିପାଇଁ ପରିବାର ଲୋକ ସେମାନଙ୍କୁ ପାଟନା ପଠାଇଥିଲେ। ୨୦୨୫ରେ ନୟନଶ୍ରୀ ବିପିଏସସି ଶିକ୍ଷକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ଏବେ ସେ ଲକ୍ଷ୍ମୀପୁରରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ପରିବାର ଲୋକ ନୟନଶ୍ରୀଙ୍କ ଏହି ସଫଳତା ପାଇଁ ଖୁସି ଥିଲେ। 

ଆହୁରି ପଢନ୍ତୁ- ଆହୁରି ପଢନ୍ତୁ-ନିଜକୁ କାଶ୍ମୀରୀ କୁଡ଼ି କହି ISI ଏଜେଣ୍ଟ ବିଛାଇଥିଲେ ମାୟାଜାଲ, ହନିଟ୍ରାପ୍ ଗେମ୍ ଫେଲ୍ କରିଦେଲେ ଯୁବକ

ଏହାପରେ ରାକ୍ଷୀ ଏବଂ ନୟନଶ୍ରୀ ବିବାହ କରିବାକୁ ମନସ୍ଥ କଲେ। ଏଥିପାଇଁ ରାକ୍ଷୀ ତାଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଲେ। ନୟନଶ୍ରୀ ତାଙ୍କ ନାଁରେ ବ୍ୟାଙ୍କରେ ଲୋନ କରି ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାକ୍ଷୀଙ୍କ ଲିଙ୍ଗ ପରିବର୍ତ୍ତନ କରାଇଲେ। ଏହାପରେ ରାକ୍ଷୀରୁ ସେ ରାଜେଶ ପାଲଟିଗଲେ। ପ୍ରଥମେ ଦୁହିଁଙ୍କ ପରିବାର ଏହି ପ୍ରେମ ସମ୍ପର୍କକୁ ଅସ୍ଵୀକାର କରିଥିଲେ। ହେଲେ ଯେତେବେଳେ ପରିବାର ଲୋକ ଏହି କଥା ଜାଣିଲେ ସେତେବେଳକୁ ଦୁହିଁଙ୍କ ବିବାହ ସରିଥିଲା।