ନୂଆଦିଲ୍ଲୀ, ୦୨/୦୬ : ନିଜକୁ କାଶ୍ମୀରୀ କୁଡ଼ି କହି ଆଇଏସଆଇ ଏଜେଣ୍ଟ ବିଛାଇଥିଲେ ମାୟାଜାଲ। ହନିଟ୍ରାପ୍ ଗେମ୍ ଫେଲ୍ କରିଦେଲେ ଜାମ୍ମୁ କାଶ୍ମୀର ଯୁବକ। ଯେତେ ବ୍ଲାକମେଲ୍ କଲେବି ଦେଲେନି ସୁରକ୍ଷାବାହିନୀର ତଥ୍ୟ। ଜାମ୍ମୁ-କାଶ୍ମୀର ଡୋଡା ଜିଲ୍ଲାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏକ ବଡ଼ ଷଡ଼ଯନ୍ତ୍ର ଫେଲ୍ ମାରିଛି। ଜଣେ ସ୍ଥାନୀୟ ଯୁବକଙ୍କୁ ଫସାଇ ସୁରକ୍ଷାବାହିନୀର ସମ୍ଵେଦନଶୀଳ ତଥ୍ୟ ଓଗାଳିବା ଚେଷ୍ଟା ପଣ୍ଡ ହୋଇଛି। 

ସୂଚନାନୁଯାୟୀ, ଜମ୍ମୁର ଜଣେ ୩୫ ବର୍ଷୀୟ ଯୁବକ ଡିସେମ୍ଵର ମାସରେ ଫେସବୁକରେ ତୁଷାରପାତ ବେଳର ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ଦେଖି ଜଣେ ଯୁବତୀଙ୍କ ଆଇଡିରୁ କମେଣ୍ଟ ଆସିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସେ ନିଜକୁ କାଶ୍ମୀରର ବୋଲି ପରିଚୟ ଦେଇଥିଲେ। ଫେସବୁକ୍ ରେ କିଛି ଦିନ ଯାଏଁ ଚାଟ୍ କରିବା ପରେ ଯୁବତୀ ଜଣଙ୍କ ହ୍ବାଟସଆପ୍ ନମ୍ଵର ମାଗିଥିଲେ। ଯୁବକ ଜଣଙ୍କ ତାଙ୍କୁ ନମ୍ଵର ମଧ୍ୟ ଦେଇଥିଲେ। ହେଲେ +92 କଣ୍ଟ୍ରି କୋଡ୍ ଥିବାରୁ ଯୁବକଙ୍କ ସନ୍ଦେହ ହୋଇଥିଲା। ଏହି ଆକାଉଣ୍ଟ ପାକିସ୍ତାନ ଦ୍ଵାରା ପରିଚାଳିତ ହେଉଥିବା ଜାଣିପାରିଥିଲେ। ଏହାପରେ ତାଙ୍କୁ ଲୋଭ ଦିଆଯାଇଥିଲା। ସୀମାରେ ସୁରକ୍ଷାବାହିନୀର ଫଟୋ ଭିଡିଓ ସେୟାର କରିବାକୁ କୁହାଯାଇଥିଲା। ଏହା ବଦଳରେ ଯୁବକ ଜଣଙ୍କ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ବୋଲି ଅଫର୍ ବି ଦେଇଥିଲେ। 

ଆହୁରି ପଢନ୍ତୁSupreme Court: ଶପଥ ନେଲେ ୫ ନୂଆ ବିଚାରପତି, ସୁପ୍ରିମକୋର୍ଟରେ ଜଜ୍‌ଙ୍କ ସଂଖ୍ୟା ୩୭କୁ ବୃଦ୍ଧି

ହେଲେ ଯୁବକ ଜଣଙ୍କ ତାଙ୍କ କଥାରେ ରାଜି ହୋଇନଥିଲେ। ଉକ୍ତ ନମ୍ଵରଟିକୁ ବ୍ଲକ୍ କରିଦେଇଥିଲେ। ଏହାପରେ ତାଙ୍କୁ ଅଲଗା ଅଲଗା ନମ୍ଵରରୁ ମେସେଜ୍ କଲ୍ ମାଧ୍ୟମରେ ଧମକ ଚମକ ଆସିଥିଲା। ସୁରକ୍ଷାବାହିନୀର ରାଡାରରେ ଆସିବା ପୂର୍ବରୁ ଯୁବକ ଜଣଙ୍କ ପ୍ରାୟ ୧୨ଟି ନମ୍ଵର ବ୍ଲକ୍ ସାରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ସେ ଦେଶବିରୋଧୀ କୌଣସି କାମ କରିନାହାଁନ୍ତି। ସୁରକ୍ଷାବାହିନୀର କୌଣସି ଗୁଇନ୍ଦା ତଥ୍ୟ ଶତ୍ରୁ ଦେଶ ହାତରେ ବିକ୍ରି ନାହାଁନ୍ତି। ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ, ପାକିସ୍ତାନର ଆଇଏସଆଇ ଏଜେଣ୍ଟ ଏହିଭଳି ଭାବେ ଜାମ୍ମୁ କାଶ୍ମୀର ଯୁବକଙ୍କୁ ହନିଟ୍ରାପର ମାୟାଜାଲରେ ଫସାଇବାକୁ ଚେଷ୍ଟା କରୁଛନ୍ତି। 

"ମୁଁ ଦେହଜୀବୀ, ହେଲେ ବି ମଣିଷ..." ମାଳିସାହି ବାରାଙ୍ଗନାଙ୍କ ହୃଦୟବିଦାରକ କାହାଣୀ