ବୌଦ୍ଧ: କାଠ ପାଇଁ ଯାଇ ଫସିଲେ ଦୁଇ ମହିଳା । ଉଛୁଳ ନଦୀରେ ଫସିଥିଲେ ମହିଳା । ଅଗ୍ନିଶମ ବିଭାଗର ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟ ମହିଳା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପଦର ଗାଁର ଯଶବନ୍ତି ନାୟକ ଏବଂ ତାଙ୍କ ସମ୍ପର୍କୀୟ କୁମାରୀ ମାଝୀ ଫସି ରହିଥିଲେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ରାଜ୍ୟରେ ୪ ଦିନ ହେବ ଲଗାଣ ବର୍ଷ ହେଉଥିବାବେଳେ ନଦୀରେ ବଢ଼ିବାରେ ଲାଗିଛି ଜଳସ୍ତର । କାଠ ସଂଗ୍ରହ ପାଇଁ ଉଭୟ ମହିଳା ଯାଇଥିବାବେଳେସାଙ୍କୁଲି ନଦୀ ପାଲଝାର ଡ୍ୟାମର ତଳ ମୁଣ୍ଡରେ ଉଭୟ ଫସି ରହିଥିଲେ । ସେମାନେ ଏକ ବୁଦାକୁ ଜାବୁଡ଼ି ରହିଥିଲେ । ଜୀବନ ମରଣ ସହ ସଂଗ୍ରାମ କରୁଥିବାବେଳେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିବାବେଳେ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ଲୋକେ ଆଶ୍ବସ୍ତିଲାଭ କରିଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ସେପଟେ ରାଜ୍ୟର ସବୁଠାରୁ ବଡ଼ ନିର୍ମାଣାଧୀନ ରେଳ ଟନେଲ୍ ଭିତରେ ପଶିଲା ବର୍ଷା ପାଣି । ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ବୌଦ୍ଧ ଜିଲା ଆଡ଼େଣିଗଡ଼ ରେଳ ଟନେଲ୍ ରେ ପାଣି ପଶିଛି । ମାଟି ଅତଡ଼ା ଖସି ଟନେଲ ପୋତି ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଟନେଲ ନିକଟରେ ଘାଇ ସୃଷ୍ଟି ହେବା ଫଳରେ ଭିତରେ ପଶୁଛି ବର୍ଷା ପାଣି।

ଏହାସହ ପଢ଼ନ୍ତୁ : ମହିଳାଙ୍କର ବିକାଶ ହେଲେ ଦେଶର ବିକାଶ ହେବ: ମୁଖ୍ୟମନ୍ତ୍ରୀ