ନୂଆଦିଲ୍ଲୀ,୧୮/୬ : UAE ରେ ସୋସିଆଲ ମିଡ଼ିଆ ଚଳାଇବାକୁ ଅତି କମରେ ୧୫ବର୍ଷ କରି ଦିଆଯାଇଛି । ଏଭଳି କରିବାରେ ଏହା ପ୍ରଥମ ଆରବ ଦେଶ ହୋଇଯାଇଛି । ବିଶ୍ବ ସାରା ସରକାର ପିଲାମାନଙ୍କ ଉପରେ ସୋସିଆଲ ମିଡ଼ିଆର ଖରାପ ପ୍ରଭାବକୁ ନେଇ ଚିନ୍ତାରେ ଅଛନ୍ତି । ଏଭଳି କାରଣରୁ UAE ଏହି ବଡ଼ ନିଷ୍ପତ୍ତି ନେଇଛି ।
UAE ସରକାର ଗୁରୁବାର ଏକ ନୂଆ ନିୟମ ପାସ୍ କରିଛନ୍ତି । ଏହି ନିୟମ ମାଧ୍ୟମରେ ୧୫ବର୍ଷରୁ କମ୍ ବୟସର ପିଲାମାନେ ଏବେ ନିଜ ପର୍ସନାଲ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିପାରିବେ ନାହିଁ ଏବଂ ନା ତାକୁ ଚଳାଇପାରିବେ । ଫଳରେ ସେହି ପିଲାମାନେ ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ କରିପାରିବେ ନାହିଁ । କାହାର ପୋଷ୍ଟରେ କମେଣ୍ଟ କରିପାରିବେ ନାହିଁ । କିଛି ସେୟାର କରିପାରିବେ ନାହିଁ ଏବଂ କୌଣସି ପବ୍ଲିକ୍ ଗ୍ରୁପରେ ବି ସାମିଲ ହୋଇପାରିବେ ନାହିଁ । ଏହି ସୂଚନା ସରକାରଙ୍କ ପକ୍ଷରୁ ଦିଆଯାଇଛି ।
ଯେଉଁ ପିଲାମାନେ ୧୫ ଏବଂ ୧୬ବର୍ଷର ଅଟନ୍ତି ତାଙ୍କୁ ସୋସିଆଲ ମିଡ଼ିଆ ଚଳାଇବାକୁ ଅନୁମତି ଅଛି । କିନ୍ତୁ ଏଥିଲାଗି କିଛି ଖାସ୍ ସେଫ୍ଟି ଫିଚର୍ସ ଲଗାଯିବ । ଏଥିରେ ବୟସ ହିସାବରେ କଣ୍ଟେଣ୍ଟ ଦେଖାଯିବ, ଅଜଣା ବ୍ୟକ୍ତିଙ୍କ ସହ କଥା ହେବା ଉପରେ ରୋକ ଲଗାଇବା, ସ୍କ୍ରିନ୍ ଟାଇମକୁ କଣ୍ଟେ୍ରାଲ କରୁଥିବା ଟୁଲ୍ସ ଏବଂ ଅଭିଭାବକଙ୍କ ତଦାରଖ ଭଳି ଫିଚର୍ସ ସାମିଲ ହେବ । ଏହି ନିୟମ UAE ରେ ଚାଲୁଥିବା ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲାଗୁ ହେବ । ସବୁ କମ୍ପାନୀକୁ ଏବେ ବୟସ ଚେକ୍ କରିବାର ମଜଭୁତ ଉପାୟ ଆପଣାଇବାକୁ ହେବ । ଏଥିଲାଗି ଡିଜିଟାଲ ଆଇଡି ଚେକ୍ ଏବଂ AI ତଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଥିବା ଟେକ୍ନୋଲୋଜିର ବ୍ୟବହାର କରାଯିବ । କେତେକ ପିଲା ନିଜେ କହିଦେବେ କି ତାଙ୍କ ବୟସ ଏତିକି ଅଟେ, ଏହି ତରିକା ଏବେ ମାନ୍ୟ ହେବ ନାହିଁ । ବୟସର ସଠିକ୍ ତଥ୍ୟ ଦେବା ଜରୁରୀ ଅଟେ ।
ପ୍ଲାଟଫର୍ମ୍ସକୁ ଏହା ବି କରିବା ହେବ କି ୧୫ବର୍ଷରୁ କମ୍ ବୟସର ପିଲାଙ୍କ କରାଯାଇଥିବା ଆକାଉଣ୍ଟ ବନ୍ଦ କରାଯିବ । ଏହାସହ କୌଣସି ପିଲା ଯଦି ବୟସ ଚେକ୍ କରୁଥିବା ସିଷ୍ଟମକୁ ଚକମା ଦେବାକୁ ପ୍ରୟାସ କରେ ତେବେ ତାକୁ ରୋକିବାକୁ ହେବ । ଏହା ବ୍ୟତୀତ କମ୍ପାନୀ ପିଲାମାନଙ୍କ ପର୍ସନାଲ ଡାଟା ଟାରଗେଟେଡ୍ ଆଡ଼ଭାଟାଇଜିଂ ତଥା ତାଙ୍କ ବ୍ୟବହାରକୁ ପ୍ରୋଫାଇଲ କରିବା ଲାଗି ବ୍ୟବହାର କରିପାରିବେ ନାହିଁ । ସରକାରଙ୍କ କହିବା ଅଟେ କି ଏହି ନିଷ୍ପତ୍ତି ଏଥିଲାଗି ଉଠାଯାଇଛି କାରଣ ପିଲାଙ୍କ ସାମ୍ନାରେ ଭୁଲ୍ କଣ୍ଟେଣ୍ଟ ଆସିଯାଇଥାଏ । ଅନଲାଇନ୍ କେତେକ ଥର ଅସୁରକ୍ଷିତ କଥାବାର୍ତ୍ତା ହୋଇଯାଇଥାଏ, ପିଲାମାନେ ବହୁତ ଅଧିକ ସମୟ ସୋସିଆଲ ମିଡ଼ିଆରେ ବିତାଉଛନ୍ତି ଏବଂ ତାଙ୍କ ପର୍ସନାଲ ଡାଟା ବି ଯୋଡ଼ା ଯାଇଥାଏ । ଏହି ଚିନ୍ତାକୁ ଦୂର କରିବା ଲାଗି ଏହି ନିୟମ ନିଆଯାଇଛି । ସୋସିଆଲ ମିଡ଼ିଆ କମ୍ପାନୀକୁ ଏହି ନୂଆ ନିମୟକୁ ଲାଗୁ କରିବା ଲାଗି ୧୨ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
UAE କହିଛି କି ତାଙ୍କର ଏହି ଫ୍ରେମଓ୍ବର୍କ ସେହି ଅନ୍ତର୍ଜାତୀୟ ପ୍ରୟାସ ସହ ମେଳ ଖାଇଥାଏ ଯାହା ପିଲାମାନଙ୍କୁ ଅନଲାଇନ୍ ସୁରକ୍ଷାକୁ ମଜଭୁତ କରିବା ଲାଗି ଚାଲୁ ରହିଛି । ଏହାସହ ଡିଜିଟାଲ ଏକ୍ସେସ ଏବଂ ସେଫ୍ଟି ମଧ୍ୟରେ ଏକ ବାଲାଂସ କରିବାକୁ ପ୍ରୟାସ ଜାରି ରହିଛି ।