ନୂଆଦିଲ୍ଲୀ,୧୪/୦୨; ଦିନକୁ ଦିନ ରୋମାଞ୍ଚକର ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ । ବଡ଼ ବଡ଼ ଦଳକୁ ହରାଇ ବପର୍ଯ୍ୟୟ ଘଟାଉଛନ୍ତି ଛୋଟ ଟିମ୍ । ରେକର୍ଡ, ରଣନୀତିରେ ଉଛୁଳୁଛି କ୍ରିକେଟ ଗ୍ରାଉଣ୍ଡ । ଶୁକ୍ରବାର ୟୁଏସଏ ଏବଂ ନେଦରାଣ୍ଡ୍ସ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ୟୁଏସସ ଜବରଦସ୍ତ ବିଜୟ ହାସଲ କରିଛି ।
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୟୁଏସଏ ଦଳ ପ୍ରଥମ ବିଜୟ ହାସଲ କରିଛି । ପ୍ରଥମ ୨ଟି ମ୍ୟାଚରେ ଯଥାକ୍ରମେ ଭାରତ ଓ ପାକିସ୍ତାନ ଠାରୁ ପରାଜିତ ହୋଇଥିବା ୟୁଏସଏ ଶୁକ୍ରବାର ଚିପକ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚରେ ନେଦରଲାଣ୍ଡ୍ସକୁ ୯୩ ରନ୍ରେ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୬ ୱିକେଟ୍ ହରାଇ ୧୯୬ ରନ ସଂଗ୍ରହ କରିଥିଲା । ଜବାବରେ ନେଦରଲାଣ୍ଡ୍ସ ୧୫.୫ ଓଭରରେ ୧୦୩ ରନ କରି ଅଲ ଆଉଟ୍ ହୋଇ ଯାଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ହରମୀତ ସିଂହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
Harmeet Singh outfoxed Netherlands' batters to set up a big win for the USA 👊
— T20 World Cup (@T20WorldCup) February 13, 2026
He's the @aramco POTM for his performance 🥇 pic.twitter.com/nuHHCC9wlV
ଏହା ବି ପଢନ୍ତୁ...୧୯ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ, ୨୩ ରନରେ ହରାଇଲା ଜିମ୍ବାଓ୍ବେ
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୟୁଏସଏ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ପ୍ରଥମ ମ୍ୟାଚ ଖେଳୁଥିବା ସାଇତେଜା ୫୧ଟି ବଲ୍ରେ ୫ ଚୌକା ଓ ୪ ଛକା ବଳରେ ସର୍ବାଧିକ ୭୯ ରନ ସଂଗ୍ରହ କରିଥିଲା । ସେହିପରି ଫର୍ମରେ ରହିଥିବା ଶୁଭମ ରଞ୍ଜନେ ୨୪ଟି ବଲ୍ରେ ୩ ଚୌକା ଓ ୨ ଛକା ବଳରେ ୪୮ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ମୋନାଙ୍କ ପଟେଲ ୩୬ (୩ଚୌକା, ୧ଛକା) ଓ ଶାୟନ ଜାହାଙ୍ଗୀର ୨୦ ରନ କରିଥିଲେ । ନେଦରଲାଣ୍ଡ୍ସ ପକ୍ଷରୁ ବାସ ଡି ଲିଡ୍ ୩ଟି ୱିକେଟ ନେଇଥିଲେ । ଜବାବରେ ନେଦରଲାଣ୍ଡ୍ସ ମାତ୍ର ୯ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ମାଇକେଲ ଲେଭିଟ୍ ୩ ରନ କରି ଆଉଟ୍ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । କୌଣସି ଖେଳାଳି ୟୁଏସ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ୧୦୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳ ପକ୍ଷରୁ କେବଳ ଡି ଲିଡ୍ ୨୩, ସ୍କଟ ଏଡୱାର୍ଡ୍ସ ୨୦ ଓ ରିଓଲ୍ଫ ଭାନ ଡର ମୱିର୍ ୧୦ ରନ କରିଥିଲେ । ଅନ୍ୟ କେହି ୨ଅଙ୍କ ଛୁଇଁ ପାରି ନଥିଲେ । ୟୁଏସଏ ପକ୍ଷରୁ ହରମୀତ ସିଂହ ୪ ଓ ସାଡଲି ଭାନ ସ୍କଲ୍କୱିକ ୩ଟି ୱିକେଟ୍ ନେଇଥିଲେ ।