ନୂଆଦିଲ୍ଲୀ –ୟୁଜିସିର ନୂଆ ନିୟମକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି। ଲକ୍ଷ୍ନୌ ସମେତ ଅନେକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସରକାରଙ୍କୁ ୟୁଜିସିର ନୂଆ ନିୟମକୁ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି। ଅନେକ ବିଜେପି ନେତା ଇସ୍ତଫା ମଧ୍ୟ ଦେଇଛନ୍ତି। ଏହି ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରି ଏହି ସବୁ ନିୟମରେ ରୋକ୍ ଲଗେଇଛନ୍ତି ଏବଂ ସରକାର ଓ ୟୁଜିସି ଠାରୁ ଉତ୍ତର ମାଗିଛନ୍ତି।

ସବର୍ଣ୍ଣ କୋର୍ଟଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଏହି ସମୟରେ, ଲୋକପ୍ରିୟ ଶିକ୍ଷକ ବିକାଶ ଦିବ୍ୟକୀର୍ତ୍ତି କହିଛନ୍ତି ଯେ, ଦୁଇ-ତିନି ପଏଣ୍ଟକୁ ଛାଡ଼ି , UGCର ନୂଆ ନିୟମ ବହୁତ ଭଲ ଏବଂ ଏହାର ଆବଶ୍ୟକ ଥିଲା।। ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ UGCର ନୂଆ ନିୟମ ଉପରେ ଶିକ୍ଷକ ବିକାଶ ଦିବ୍ୟକୀର୍ତ୍ତି କହିଛନ୍ତି- ଏହି ନିୟମାବଳୀ (ନୂତନ ନିୟମ) ଦୁଇଟି କିମ୍ବା ତିନୋଟି ପଏଣ୍ଟକୁ ଛାଡ଼ି ଆଉ ସବୁ ବହୁତ ଭଲ। ୨୦୧୨ ର ନିୟମାବଳୀ ଅପେକ୍ଷା ଖୁବ୍ ଭଲ। ଏହାର ଆବଶ୍ୟକତା ଥିଲା। ଜଣେ ଶିକ୍ଷକ ଭାବେ ମୁଁ ଏହା ମଧ୍ୟ କହୁଛି ଯେ, ଏହାର ଆବଶ୍ୟକ ଥିଲା।

ଏହାସହ ମଧ୍ୟ ପଢନ୍ତୁ : ୪ ପ୍ରକାରର ଚାକିରି ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ, ଭାରତୀୟଙ୍କ ପ୍ରି-ଭେରିଫିକେସନ ଜରୁରୀ

ଦିବ୍ୟକୀର୍ତ୍ତି ଆହୁରି କହିଛନ୍ତି ଯେ, ୨୦୧୨ର ରେଗୁଲେସନ ଖୁବ୍ ଇଫେକ୍ଟିଭ୍ ନଥିଲା। ଏ କଥା ମଧ୍ୟ ସଠିକ୍ ଥିଲା। ତିନି ହଜାର ଇନଷ୍ଟିଚ୍ୟୁଟ୍‌ରେ କମିଟି ଗଠନ କରାଯାଇ ଥିଲା। କମିଟିର ଅର୍ଥ ଜଣେ ପ୍ରଫେସର ଓ ଗୋଟିଏ ସେଲ୍ ଥିଲା। ୩୦୦୦ ଇନଷ୍ଟିଚ୍ୟୁଟ୍‌ରେ ମୋଟ ଅଭିଯୋଗ ଗତ କିଛି ବର୍ଷରେ କେବଳ ୧୫୦୦ ମଧ୍ୟ ଆସି ନଥିଲା। ସେ ଆହୁରି କହିଛନ୍ତି, ଏବେ ମୁଁ ବିଶ୍ୱାସ କରି ପାରୁ ନାହିଁ ଯେ,ଏତେ ବି ହୋଇ ନଥିଲା , କିନ୍ତୁ କାହାକୁ ଜଣାପଡ଼ୁ ନଥିଲା। UGC କିଛି କରୁ ନଥିଲା। ଆବେଦନର ବ୍ୟବସ୍ଥା ମଧ୍ୟ କଲେଜ ଭିତରେ ହିଁ ହେଉଥିଲା। ମାମଲା ଗୁଡ଼ିକୁ ଆଭ୍ୟନ୍ତରୀଣ ଭାବରେ ସମାଧାନ କରାଯାଇଥିଲା କିମ୍ବା ଦବାଇ ଦିଆଯାଇଥିଲା। ଯେତେବେଳେ ଏହି ପ୍ରଶ୍ନଗୁଡ଼ିକ ସୁପ୍ରିମକୋର୍ଟରେ ପଚରାଯାଇଥିଲା, ସରକାରଙ୍କ ପାଖରେ କୌଣସି ଉତ୍ତର ନଥିଲା ।