ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଦେଶ ତିନୋଟି ଉପସାଗରୀୟ ଦେଶ ସହିତ ଏକ ଡ୍ରୋନ୍ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତିର ଲକ୍ଷ୍ୟ ସାଉଦି ଆରବ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)କୁ ଅତ୍ୟନ୍ତ କମ ମୂଲ୍ୟର ଡ୍ରୋନ୍ ଏବଂ ଡ୍ରୋନ୍ ଇଣ୍ଟରସେପ୍ଟର ବିକାଶ କରିବାରେ ସାହାଯ୍ୟ କରିବା। ଜେଲେନସ୍କି ମେ ମାସ ଶେଷ ଭାଗରେ ଉପସାଗରୀୟ ଦେଶ ଗୁଡ଼ିକୁ ଗସ୍ତ କରିଥିଲେ, କିନ୍ତୁ ୟୁକ୍ରେନ ଏବଂ ଉପସାଗରୀୟ ଦେଶ ଗୁଡ଼ିକ ମଧ୍ୟରେ ହୋଇଥିବା ଚୁକ୍ତିନାମାର ବିବରଣୀ ସେତେବେଳେ ପ୍ରକାଶ କରାଯାଇନଥିଲା ।
ଜେଲେନସ୍କି କ'ଣ କହିଛନ୍ତି ?
ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, "ଗୋଟିଏ କମ୍ ମୂଲ୍ୟର ଇରାନ-ଡିଜାଇନ୍ ଶାହେଦ୍ ଡ୍ରୋନ୍ର ମୂଲ୍ୟ ୮୦ ରୁ ୧୩୦ ହଜାର ଡଲାର ମଧ୍ୟରେ ହୋଇପାରେ। ଏହାକୁ ୩ ରୁ ୪ ମିଲିୟନ ଡଲାର କ୍ଷେପଣାସ୍ତ୍ର ଦ୍ୱାରା ନୁହେଁ, ବରଂ ୧୦ ହଜାର ଡଲାର କ୍ଷେପଣାସ୍ତ୍ର ଦ୍ୱାରା ନଷ୍ଟ କରାଯିବ।" ସେ ଆହୁରି କହିଛନ୍ତି ଯେ ସେ ଉପସାଗରୀୟ ଦେଶ ଗୁଡ଼ିକୁ ନିଜକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବାକୁ ଚାହାଁନ୍ତି।
ଚୁକ୍ତିର ବିବରଣୀ ସାର୍ବଜନୀନ କରାଯାଇନାହିଁ…
ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଡ୍ରୋନ୍ ବିଶେଷଜ୍ଞତା ବଦଳରେ ୟୁକ୍ରେନ୍ ଏହାର ଶକ୍ତି ଭିତ୍ତିଭୂମିକୁ ସୁରକ୍ଷା ଦେବା ପାଇଁ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର, ତେଲ, ଡିଜେଲ ଏବଂ କିଛି କ୍ଷେତ୍ରରେ ଆର୍ଥିକ ସହାୟତା ପାଇବ। ୟୁକ୍ରେନୀୟ ଅଧିକାରୀ ମାନେ ଏପର୍ଯ୍ୟନ୍ତ ଏହି ଚୂଡ଼ାନ୍ତ ଚୁକ୍ତିର ବିବରଣୀ ପ୍ରକାଶ କରିନାହାଁନ୍ତି।
ୟୁକ୍ରେନୀୟ ସାମରିକ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଛି…
ଏହି ସମୟରେ, ଆମେରିକାର ସାମରିକ ବାହିନୀ ସାଉଦି ଆରବର ଏକ ପ୍ରମୁଖ ଆମେରିକୀୟ ଏୟାରବେସରେ ୟୁକ୍ରେନୀୟ କାଉଣ୍ଟର-ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ମୁତୟନ କରିଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଡ୍ରୋନ୍ ଆକ୍ରମଣକୁ ରୋକିବା ଯାହା ସମ୍ପ୍ରତି ସେଠାରେ ଅବସ୍ଥିତ ବିମାନ ଏବଂ କୋଠା ଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି।
ଏହା ସହ ପଢନ୍ତୁ : ଇରାନରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତୀୟ ଦୂତାବାସ, କହିଲା ତୁରନ୍ତ ଇରାନ ଛାଡ…