ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଭିତରେ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଜି (ଗୁରୁବାର) ଏକ ନୂତନ ଏବଂ ଶକ୍ତ ଆଡଭାଇଜରି ଜାରି କରିଛି। ଦୂତାବାସ ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରା କରିବା ବିରୁଦ୍ଧରେ ସତର୍କ କରାଇଛି ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।
ଭାରତୀୟ ଦୂତାବାସ କ’ଣ କହିଛି…
ତେହେରାନରେ ଥିବା ଭାରତୀୟ ଦୂତାବାସ ଆଡଭାଇଜରିରେ କହିଛି ଯେ,"ଭାରତୀୟ ନାଗରିକ ମାନେ ବର୍ତମାନ ସମୟରେ ବିମାନ କିମ୍ବା ସ୍ଥଳପଥରେ ଇରାନ ଯାତ୍ରା କରିବା ଉଚିତ ନୁହେଁ। ଇରାନ ଯାତ୍ରା ଏକ ବିପଦ ହୋଇପାରେ।" ଆଞ୍ଚଳିକ ଉତ୍ତେଜନା ଯୋଗୁଁ ଆକାଶମାର୍ଗ ପ୍ରତିବନ୍ଧକ ଲାଗୁ ହୋଇଛି। ଦୂତାବାସ ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ଚଳାଚଳ ସହିତ ଅନେକ ଚ୍ୟାଲେଞ୍ଜ ରହିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି, "ବର୍ତ୍ତମାନ ଇରାନରେ ଥିବା ଭାରତୀୟ ନାଗରିକ ମାନେ ତୁରନ୍ତ ଦେଶ ଛାଡିବା ଉଚିତ। ନାଗରିକ ମାନେ ଦୂତାବାସ ସହିତ ଯୋଗାଯୋଗରେ ରହିବା ଉଚିତ।"
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଭାରତୀୟ ଦୂତାବାସ ସମସ୍ତ ନାଗରିକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅପିଲ କରିଛି। ଦୂତାବାସ ଏଥିପାଇଁ ଏକ ଯୋଗାଯୋଗ ନମ୍ବର ମଧ୍ୟ ଜାରି କରିଛି। ମୋବାଇଲ୍ ନମ୍ବର +୯୮୯୧୨୮୧୦୯୧୧୫; +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୦୨; +୯୮୯୯୩୨୧୭୯୩୫୯, ଇମେଲ୍ [email protected]।
ଟ୍ରମ୍ପଙ୍କ ଧମକ ପରେ ପରିସ୍ଥିତି ଆହୁରି ଖରାପ ହେଉଛି...
ହର୍ମୁଜ୍ ପ୍ରଣାଳୀରେ ବଢ଼ୁଥିବା ସୁରକ୍ଷା ବିପଦ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିର୍ଦ୍ଦେଶ ମଧ୍ୟରେ ଭାରତୀୟ ଦୂତାବାସର ପରାମର୍ଶ ଆସିଛି। ଟ୍ରମ୍ପ ଆମେରିକୀୟ ନୌସେନାକୁ ସନ୍ଦିଗ୍ଧ କାର୍ଯ୍ୟକଳାପରେ ସମ୍ପୃକ୍ତ ଯେକୌଣସି ଡଙ୍ଗାକୁ ତୁରନ୍ତ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାଇନ୍ ସଫେଇ କାର୍ଯ୍ୟ ବୃଦ୍ଧି କରିବାକୁ ମଧ୍ୟ କହିଛନ୍ତି।
ଏହା ସହ ପଢନ୍ତୁ : ଉତ୍ତରାଖଣ୍ଡର ଚମ୍ବା-କୋଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଭୀର ଖାଇକୁ ଖସିଲା ବସ୍, ୮ ମୃତ...