ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ପୁଟିନଙ୍କ ଘନିଷ୍ଠଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଥିଲା ୟୁକ୍ରେନ୍, ରୁଷ୍ ଏମିତି କରିଦେଲା ପ୍ଲାନିଂ ଫେଲ୍

Published By : Prameya | February 28, 2025 9:51 PM

ନୂଆଦିଲ୍ଲୀ : ରୁଷ୍‌ର ସୁରକ୍ଷା ଏଜେନ୍ସି ଏଫଏସବି ଶୁକ୍ରବାର ଏକ ବଡ଼ ଖୁଲାସା କରିଛି। ପୁଟିନଙ୍କ ନିକଟତମ ବିଶପଙ୍କୁ ମାରିବାକୁ ୟୁକ୍ରେନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି। ଏଜେନ୍ସି ସୂଚନା ଦେଇ କହିଛି ଯେ, ୟୁକ୍ରେନ ପକ୍ଷରୁ ଅର୍ଥୋଡାକ୍ସ ଚର୍ଚ୍ଚର ସବୁଠୁ ବରିଷ୍ଠ ପାଦ୍ରୀ ତିଖୋନେ ଶେବକୁନୋଭଙ୍କୁ ମାରିବାକୁ ଷଡ଼ଯନ୍ତ୍ର  କରଯାଉ ଥିଲା। ଆମର ସୈନିକମାନେ ଏହି ଷଡ଼ଯନ୍ତ୍ରକୁ ଅସଫଳ କରି ଦେଇଛନ୍ତି। 

ପୂରା ଘଟଣାକ୍ରମର ସୂଚନା ଦେଇ ଏସଏଫବି କହିଛି କି , ତିଖୋନେଙ୍କ ଉପରେ ହମଲାର ଯୋଜନା କରିବା ସନ୍ଦେହରେ ସେ ମସ୍କୋରୁ ଜଣେ ୟୁକ୍ରେନୀ ଓ ଜଣେ ରୁଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ, ଏହି ଲୋକଙ୍କୁ ଟେଲିଗ୍ରାମ୍‌ର ମାଧ୍ୟମରେ ୟୁକ୍ରେନ୍‌ର ଜିୟୁଆର ଦ୍ୱାରା ଭର୍ତ୍ତି କରାଯାଇ ଥିଲା। ରୁଷୀୟ ନ୍ୟୁଜ୍‌ ଏଜେନ୍ସି କହିଛି କି , ଏହି ମାମଲାରେ ଗିରଫ କରାଯାଇ ଥିବା ଏହି ସଦିଗ୍ଧମାନେ ହେଲେ ଶେବକୁନୋଭ , ଡେନିସ୍ ପୋପୋବିଚ ଓ ଆଉ ଜଣେ ସାଥି ନିକିତା ଇଭାଙ୍କୋଭିକ୍‌ ।

ରିପୋର୍ଟ ମୁତାବିକ , ଏହି ତିନି ଜଣ ମିଶି ଡିସେମ୍ୱରରେ ତିଖୋନେଙ୍କୁ ହତ୍ୟା କରିବାର ଯୋଜନା କରି ଥିଲେ। ଏଥିପାଇଁ ଏହାକୁ ୟୁକ୍ରେନର ଗୁଇନ୍ଦା ସେବା ପକ୍ଷରୁ ବିସ୍ଫୋରକ ମଧ୍ୟ ଉପଲବ୍ଧ କରାଯାଇ ଥିଲା। ଶେବକୁନୋଭ ମସ୍କୋର ସେରେନସ୍କି ମଠରେ ମଧ୍ୟ ବିସ୍ଫୋରକ ରଖିବାର ଯୋଜନା କରିଥିଲେ , ହେଲେ ଏହାକୁ ସଫଳ କରିବାରେ ଅସଫଳ ହୋଇ ଥିଲେ।

ରୁଷ୍‌ର ଏକ ନ୍ୟୁଜ୍‌ ଆଉଟଲେଟ୍‌ ସଦିଗ୍ଧଙ୍କୁ ଗିରଫ କରି ଯବାନଙ୍କ ଏକ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ଦେଖା ଯାଉଛି କି, କେମିତି ସୁରକ୍ଷା ବାହିନୀ ଚୁପଚାପ୍‌ ସଦିଗ୍ଧଙ୍କୁ ଧରୁଛନ୍ତି ଏବଂ ତାକୁ ଏକ ଭ୍ୟାନ୍‌ରେ ନେଇ ଯାଉଛନ୍ତି। ଏହାପରେ ଦ୍ୱିତୀୟ ଫୁଟେଜ୍‌ରେ ସଦିଗ୍ଧ ମୁହଁ ତଳକୁ କରି ଶୋଇ ରହିଛି ଏବଂ ତାକୁ ହାତକଡ଼ି ଲାଗିଛି। ପରେ ଏହି ସଦିଗ୍ଧ ନିଜର ଅପରାଧ ସ୍ୱୀକାର କରିବାର ମଧ୍ୟ ନଜର ଆସିଛି।

ରୁଷ୍‌ରେ ମେଟ୍ରୋପଲିଟନ ତିଖୋନର ନାମରେ ଜଣାଶୁଣା ବିଶପଙ୍କୁ ପୁଟିନଙ୍କର ସବୁଠୁ ବିଶ୍ୱସ୍ତ କୁହାଯାଏ । ପୁଟିନଙ୍କର ସଂସ୍କୃତି ଓ କଳାର ଉପଦେଷ୍ଟା କମିଟିରେ ସାମିଲ ଅଛନ୍ତି ଏବଂ ୧୯୯୦ ଦଶକର ପୁଟିନଙ୍କର ନିକଟତମ ସଦସ୍ୟଙ୍କ ମଧ୍ୟରେ ସାମିଲ ଅଛନ୍ତି। ପୁଟିନଙ୍କ ପାଇଁ ତିଖୋନଙ୍କର ମହତ୍ତ୍ୱକୁ ଏମିତି ବୁଝି ପାରିବା ଯେ, ଯେବେ ୨୦୧୪ରେ ରୁଷ୍‌ କ୍ରିମିଆ ଉପରେ କବଜା କରିଥିଲା ତ ତିଖୋନଙ୍କୁ ହିଁ ସେଠାର ମେଟ୍ରୋପଲିଟନ ନିଯୁକ୍ତ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.