ନୂଆଦିଲ୍ଲୀ : ହ୍ୱାଇଟ୍‌ ହାଉସ୍‌ରେ ରୁଷ୍‌–ୟୁକ୍ରେନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଖୁବ୍‌ ଯୁକ୍ତିତର୍କ ଚାଲି ଥିବା ବେଳେ, ୟୁକ୍ରେନୀ ରାଷ୍ଟ୍ରଦୂତ ଓକ୍ସାନା ମାର୍କରୋଭା ମୁଣ୍ଡରେ ହାତ ରଖି ଥିଲେ। ସେ ବାରମ୍ୱାର ମୁହଁରେ ହାତ ମାରିବା ଦେଖା ଯାଉ ଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଉଭୟ ଦେଶର ନେତାଙ୍କ ମଧ୍ୟରେ କେଉଁ ପ୍ରକାରର କଥାବାର୍ତ୍ତା ହୋଇଥିବ। 

ହ୍ୱାଇଟ୍‌ ହାଉସ୍‌ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଏକ ଡିପ୍ଲୋମେଟିକ୍‌ ସାମ୍ନାସାମ୍ନିର ମଞ୍ଚ ହୋଇ ଯାଇ ଥିଲା। ଯେବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ୟୁକ୍ରେନୀ ସମକକ୍ଷଙ୍କ ମଧ୍ୟରେ ରୁଷ୍‌ ସହ ଯୁଦ୍ଧକୁ ନେଇ କଡ଼ା ଟଣାଓଟରା ହୋଇଥିଲା। ଯେବେ ସାର୍ବଜନିକ ଭାବେ ଯୁକ୍ତିତର୍କ ଚାଲି ଥିଲା, ସେତେବେଳେ ଆମେରିକାରେ ୟୁକ୍ରେନର ରାଷ୍ଟ୍ରଦୂତ ଉତ୍ତେଜିତ ଥିବାର ଦେଖିବାକୁ ମିଳି ଥିଲା। 

ୟୁକ୍ରେନୀ ରାଷ୍ଟ୍ରଦୂତଙ୍କର ମୁଣ୍ଡରେ ହାତ ରଖିବା ଭିଡ଼ିଓ ଭାଇରାଲ -

ସୋସିଆଲ ମିଡ଼଼ିଆରେ ଭିଡ଼ିଓରେ ରାଷ୍ଟ୍ରଦୂତ ଓକ୍ସାନା ମାର୍କାରୋଭାଙ୍କୁ ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବା ନେଇ ନିଜର ମୁଣ୍ଡରେ ହାତ ଦେଖା ଓ ମୁହଁରେ ହାତ ମାରିବା ନଜର ଆସିଛି। ଏହି ଫୁଟେଜ୍‌ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। 

ଟ୍ରମ୍ପ ଓ ଜେଲେନସ୍କି ମିନେରାଲ ଡିଲ୍‌ ଉପରେ ଦସ୍ତକ୍ଷତ କରିବା ପୂର୍ବରୁ ଓଭାଲ ଅଫିସରେ ସାକ୍ଷାତ୍‌ କରି ଥିଲେ। ଏହି ସମୟରେ ଯେବେ ଟ୍ରମ୍ପ ୟୁକ୍ରେନୀ ରାଷ୍ଟ୍ରପତିଙ୍କୁ ୩ୟ ବିଶ୍ୱଯୁଦ୍ଧ ସହ ଜୁଆ ଖେଳିବା ପାଇଁ ତାଗିଦ କଲେ, ତ କଥାବାର୍ତ୍ତା ଏକ ବଡ଼ ଯୁକ୍ତିତର୍କରେ ବଦଳି ଗଲା। ଜେଲେନସ୍କି ରୁଷ୍‌ ପ୍ରତି ଟ୍ରମ୍ପଙ୍କ ପକ୍ଷପାତ ଉପରେ ମଧ୍ୟ ପ୍ରଶ୍ନ କରି ଥିଲେ ଏବଂ ରୁଷୀୟ ରାଷ୍ଟ୍ରପତିଙ୍କ ପ୍ରତିଶ୍ରୁତିରେ ଭରସା ନକରିବାକୁ ଚେତାବନୀ ଦେଇ ଥିଲେ। ସେ ପୁଟିନଙ୍କ କଥା ଦର୍ଶାଇ କହିଥିଲେ ଆମେରିକାକୁ ହତ୍ୟାକାରୀ ସହ ବୁଝାମଣା କରିବା ଉଚିତ୍‌ ନୁହେଁ। 

ଏହି କଡ଼ା ତର୍କ ବିତର୍କ ପରେ ଟ୍ରମ୍ପ ହଠାତ୍‌ ବୈଠକ ରଦ୍ଦ କରି ଦେଇ ଥିଲେ ଏବଂ ଜେଲେନସ୍କି ମିନେରାଲ ଡିଲ୍‌ ଉପରେ ହସ୍ତାକ୍ଷର ନକରି ହ୍ୱାଇଟ୍‌ ହାଉସ୍‌ରୁ ଚାଲି ଯାଇ ଥିଲେ। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ , ୟୁକ୍ରେନୀ ନେତାଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇ ଥିଲା। 

ଏହା ପରେ ଟ୍ରମ୍ପ ଏକ ବୟାନ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ଆମେରିକା ଏଥିରେ ସାମିଲ ହୋଇଥାଏ, ହେଲେ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପାଇଁ ପ୍ରସ୍ତୁତ ନାହାନ୍ତି। ସେ ଓଭାଲ ଅଫିସ୍‌ରେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ଅପମାନ କରିଛନ୍ତି। ଯେବେ ସେ ଶାନ୍ତି ପାଇଁ ପ୍ରସ୍ତୁତ ହେବେ, ସେତେବେଳେ ସେ ଫେରି ଆସି ପାରିବେ। 

ଅନ୍ୟପଟେ ଜେଲେନସ୍କି କହିଛନ୍ତି ଯେ , ୟୁକ୍ରେନ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ଚାହୁଁଛି ଏବଂ ତାଙ୍କ ଦେଶ ଏହାକୁ ହାସଲ କରିବାର ରାସ୍ତାରେ ଅଛି। ସେ ଆମେରିକୀୟ ପ୍ରଶାସନ ଓ ଆମେରିକୀୟ ଲୋକଙ୍କୁ ତାଙ୍କର ସମର୍ଥନ ପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।