ନୂଆଦିଲ୍ଲୀ,୦୧/୧୦: ପ୍ରଖ୍ୟାତ ପରିବେଶବିତ ସୋନମ ଓ୍ବାଙ୍ଗଚୁଙ୍ଗକଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ। ସିଙ୍ଘୁ ସୀମାରେ ଓ୍ବାଙ୍ଗଚୁଙ୍ଗ ଏବଂ ତାଙ୍କର ଶହ ଶହ ସମର୍ଥକଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ଯାହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୋଲିସକୁ କରିଛନ୍ତି ସମାଲୋଚନା । ତେବେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ପ୍ରତି ସରକାରଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି। ସୋନମ ୱାଙ୍ଗଚୁକ୍ ପରିବେଶ ଓ ସାମ୍ବିଧାନିକ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରିଥିବା ଶତାଧିକ ଲଦାଖବାସୀଙ୍କୁ ଅଟକ ରଖିବା ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି। 

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ,'ଲଦାଖର ଭବିଷ୍ୟତ ପାଇଁ ଠିଆ ହୋଇଥିବା ବୟସ୍କମାନଙ୍କୁ ଦିଲ୍ଲୀ ସୀମାରେ କାହିଁକି ଅଟକାଯାଉଛି? ଲଦାଖର ସ୍ୱର ଶୁଣିବା ଦରକାର।'ସୋମବାର ବିଳମ୍ବିତ ରାତିରେ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ୧୫୦ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଏହାର ଜବାବରେ ୱାଙ୍ଗଚୁକ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ଖବର ସେୟାର କରିଛନ୍ତି।ସେ କହିଛନ୍ତି ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ମହାତ୍ମା ଗାନ୍ଧୀଙ୍କ ସମାଧି ଅଭିମୁଖେ ଯାତ୍ରା କରୁଥିବା ବେଳେ ପୁଲିସ ଫୋର୍ସ ହସ୍ତକ୍ଷେପ କରିଥିଲେ। ଦିଲ୍ଲୀ ସୀମାରେ ମୋତେ ଏବଂ ମୋର ୧୫୦ ଜଣ ସହଯୋଗୀଙ୍କୁ ଅଟକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କ ବହୁ ବୟସ୍କ ପୁରୁଷ ଓ ମହିଳା ଏବଂ କିଛି ଡଜନ ସେନାର ଯବାନ ରହିଛନ୍ତି। ଆଗକୁ କ'ଣ ହେବ ଆମେ ଜାଣିନାହୁଁ ବୋଲି ୱାଙ୍ଗଚୁକ୍ ଲେଖିଛନ୍ତି।ଅନ୍ୟପଟେ ଦିଲ୍ଲୀ ପୁଲିସ ସୁନିଶ୍ଚିତ କରିଛି ଯେ, ସହରର ସୀମାରେ ବିଏନ୍ଏସ୍ ଆଇନର ଧାରା ୧୬୩ ଲାଗୁ କରାଯାଇଛି,ଯାହା ସାମାଜିକ କର୍ମୀଙ୍କ ଗତି ବିଧିଉପରେ ପ୍ରତିବନ୍ଧକ ଲଗାଇଛି।