ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ସେମିରେ ଭାରତ, ସ୍କଟଲାଣ୍ଡ ବିପକ୍ଷରେ ଖେଳିବ ଅନ୍ତିମ ସୁପର-୬

Published By : Prameya | January 28, 2025 9:52 AM

କ୍ୱାଲାଲୁମ୍ପୁର,୨୮/୦୧: ୧୯ବର୍ଷରୁ କମ୍‌ ମହିଳା  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଆଧିପତ୍ୟ  ଜାରି ରଖି ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଗତ ରବିବାର ଅନୁଷ୍ଠିତ ସୁପର-୬ (ଗ୍ରୁପ୍‌-୧)ର ପ୍ରଥମ ମ୍ୟାଚ୍‌ରେ ଦଳ ୮ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା । ଏଥିସହ  ଦଳ ମୋଟ ୬ପଏଣ୍ଟ ପାଇ ତାଲିକାରେ ଶୀର୍ଷ ସ୍ଥାନ ବଜାୟ  ରଖିଛି । ଅନ୍ୟ ପଟରେ ଏହି ଗ୍ରୁପ୍‌ରେ ଅଷ୍ଟ୍ରେଲିଆ ସମାନ  ସଂଖ୍ୟକ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିରେ  ପ୍ରବେଶ କରିଛି । ଗ୍ରୁପ୍‌-୨ରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟ  ସେମିରେ ସ୍ଥାନ ପକ୍କା କରିଛନ୍ତି । ମଙ୍ଗଳବାର ଭାରତ ଅନ୍ତିମ  ସୁପର-୬ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ । 

ଭାରତଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ୮  ୱିକେଟ୍‌ ହରାଇ ୬୪ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ  ଜନ୍ନତୁଲ ମୌଆ ୧୪, ଅଧିନାୟିକା ସୁମାଇୟା ଅକତର  ଅପରାଜିତ ୨୧ରନ୍‌ କରିଥିଲେ । ଭାରତ ପକ୍ଷରୁ ବୈଷ୍ଣବୀ ଶର୍ମା ୧୫ରନ୍‌ ଦେଇ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ ।  ଏହାର ଜବାବରେ ଭାରତ ୭୭ଟି ବଲ୍‌ ବାକି ଥାଇ ୨ ୱିକେଟ୍‌  ବିନିମୟରେ ବିଜୟ ହାସଲ କରିଥିଲା । ଓପନର ଗଙ୍ଗୋଦି ତ୍ରିଶା ୮ଚୌକା ବଳରେ ୪୦ରନ୍‌ କରି ଦଳ ବିଜୟରେ  ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ । ସାନିକା ଚଲକେ  ୧୧ ଓ ନିକି ପ୍ରସାଦ ୫ରନ୍‌ କରି ଅପରାଜିତ ଥିଲେ ।

ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି: ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.