ପ୍ରୟାଗରାଜ : ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ର ଆୟୋଜନ ହେବାକୁ ଯାଉଛି। ବିଶ୍ୱର ସବୁଠୁ ବଡ଼ ସାଂସ୍କୃତିକ ଆୟୋଜନର କାରଣରୁ ମହାକୁମ୍ଭକୁ ନେଇ ପ୍ରସ୍ତୁତି ମଧ୍ୟ ବିଶ୍ୱସ୍ତରୀୟ ହେଉଛି। ସିଏମ୍ ଯୋଗୀ ଆଦିତ୍ୟନାଥଙ୍କର ଦିବ୍ୟ ଓ ଭବ୍ୟ ମହାକୁମ୍ଭର ପରିକଳ୍ପନାକୁ ସାକାର କରି ପ୍ରୟାଗରାଜରେ ମନ୍ଦିର, ଗଙ୍ଗା ଘାଟ, ପାର୍କ ଠାରୁ ନେଇ ସଡ଼କ, ଫ୍ଲାଇ ଓଭରର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି।
ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଅନେକ ନୂଆ ଓ ସ୍ୱତନ୍ତ୍ର ଅନୁଭବ ମଧ୍ୟ ପ୍ରାପ୍ତ ହେବ। ଏହି କ୍ରମରେ ୟୁପି ଟୁରିଜିମ୍ ବିଭାଗ ମହାକୁମ୍ଭରେ ପ୍ରଥମ ଥର ଡ୍ରୋନ୍ ଶୋ କରାଇବାକୁ ଯାଉଛନ୍ତି। ମହାକୁମ୍ଭ ମେଳା କ୍ଷେତ୍ରରେ ସଙ୍ଗମ ନୋଜରେ ଏହି ଅଦ୍ଭୁତ ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ସନ୍ଧ୍ୟା ସମୟରେ ଆକାଶରେ ଦେଖିବାକୁ ମିଳିବ।
ମହାକୁମ୍ଭର ଆୟୋଜନ ପ୍ରତ୍ୟେକ ୧୨ ବର୍ଷ ପରେ ହୋଇଥାଏ। ମହାକୁମ୍ଭ ୨୦୨୫, ୧୩ ଜାନୁୟାରୀରୁ ଆରମ୍ଭ ହୋଇ ୨୬ ଫେବ୍ରୁଆରୀ ଯାଏ ଚାଲିବ। ମହାକୁମ୍ଭକୁ ନେଇ ପ୍ରସ୍ତୁତି ସବୁ ଅନ୍ତିମ ପର୍ଯ୍ୟୟରେ। ୟୁପି ଟୁରିଜିମ୍ ବିଭାଗ ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ନୂଆ ଅନୁଭବ ଦେବାକୁ ପ୍ରୟାସ କରୁଛି। ମହାକୁମ୍ଭରେ ୟୁପି ଟୁରିଜିମ୍ ଗୋଟେପଟେ ଫ୍ଲୋଟିଂ ରେଷ୍ଟୁରାଣ୍ଟ , ୱାଟର ଆକ୍ଟିଭିଟି , ହଟ୍ ଏୟାର ବେଲୁନ୍ , ଲେଜର ଲାଇଟ୍ ଶୋ ଭଳି କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟପଟେ ପ୍ରଥମ ଥର ଡ୍ରୋନ୍ ଶୋ’ ର ମଧ୍ୟ ଆୟୋଜନ କରିବାକୁ ଯାଉଛି।
ଏହି ସମ୍ୱନ୍ଧରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅପରାଜିତା ସିଂହ କହିଛନ୍ତି କି , ମହାକୁମ୍ଭର ଆରମ୍ଭ ଓ ସମାପନର ସମୟରେ ସଙ୍ଗମ ନୋଜ୍ରେ ଡ୍ରୋନ୍ ଶୋ’ର ଆୟୋଜନ କରାଯିବ। ମହାକୁମ୍ଭର ଯାତ୍ରୀମାନେ ଓ ପ୍ରୟାଗରାଜ ନିବାସୀଙ୍କ ପାଇଁ ଏହା ଏକ ନୂଆ ଓ ନିରାଆ ଅନୁଭବ ହେବ। ପାଖାପାଖି ୨୦୦୦ ଲାଇଟିଂ ଡ୍ରୋନ୍ ପ୍ରୟାଗ ମହାତ୍ମ୍ୟ ଓ ମହାକୁମ୍ଭର ପୌରାଣିକ କଥାର ପ୍ରଦର୍ଶନ କରିବେ। ଏଥିରେ ସମୁଦ୍ର ମନ୍ଥନ ଓ ଅମୃତ କଳସ ବାହାରିବାର ଦୃଶ୍ୟର ପ୍ରଦର୍ଶନ ହେବ । ଏହାସହ ପ୍ରୟାଗର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ମଧ୍ୟ ଦର୍ଶାଯିବ।
ମହାକୁମ୍ଭ ୨୦୨୫ ଅନେକ ଅର୍ଥରେ ନିଆରା ଓ ସ୍ୱତନ୍ତ୍ର ସାବସ୍ୟ ହେବାକୁ ଯାଉଛି। ଏହି ଦେଶରେ ୟୁପି ଟୁରିଜିମ୍ ନୂଆ ନୂଆ ପ୍ରୟୋଗ କରୁଛି। ଜାନୁଆରୀର ପ୍ରଥମ ସପ୍ତାହରେ କାଳୀ ଘାଟ , ଯମୁନାର ଲହରୀ ଉପରେ ମ୍ୟୁଜିକାଲ ଫାଉଣ୍ଟେନ ଲେଜର ଶୋ’ ହେବାକୁ ଯାଉଛି , ଯାହା ପ୍ରୟାଗରାଜ ଆସୁଥିବା ପର୍ଯ୍ୟଟକଙ୍କ ପାଇ ଏକ ନିଆରା ଅନୁଭବ ହେବ। ଏହାସହ ମହାକୁମ୍ଭ ବେଳେ ଲାଇଟିଂ ଡ୍ରୋନ ଶୋ ମଧ୍ୟ ପର୍ଯ୍ୟଟକ ଓ ପ୍ରୟାଗରାଜବାସୀଙ୍କୁ ବିଶେଷ ଅନୁଭବ ହେବ। ଏଥିରେ ପାଖାପାଖି ୨୦୦୦ ଲାଇଟିଂ ଡ୍ରୋନ୍ ପରସ୍ପର ମଧ୍ୟରେ ସିଙ୍କ୍ରୋନାଇଜ୍ ହୋଇ ସଙ୍ଗମ ନୋଜର ଆକାଶରେ ଅଦ୍ଭୁତ ଦୃଶ୍ୟ ଓ ରଙ୍ଗ ଝଲସିବ। ଏହିସବୁ ରଙ୍ଗ ଓ ଦୃଶ୍ୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବର ହେବ।