ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ବଜେଟ୍‌ରେ ୧୨୦ ସ୍ଥାନ ପାଇଁ UDAN ଯୋଜନାର ଘୋଷଣା, ବିହାରରେ ନିର୍ମାଣ ହେବ ୩ ଟି ନୂଆ ଗ୍ରୀନ ଫିଲ୍ଡ୍ ଏୟାରପୋର୍ଟ

Published By : Anindita | February 1, 2025 12:57 PM

ନୂଆଦିଲ୍ଲୀ, ୦୧/୦୨:  ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଗତ ୪ ବଜେଟ୍ ଓ ଅନ୍ତରୀଣ ଭଳି ଏହି ବଜେଟ୍‌ ମଧ୍ୟ ପେପରଲେସ୍ ରହିଛି । ଚଳିତ ବଜେଟରେ UDAN ଯୋଜନାର ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ଏହି ସ୍କିମରେ ୪ କୋଟି ନୂଆ ଯାତ୍ରୀଙ୍କୁ ଯୋଡ଼ିବାରେ ଲକ୍ଷ୍ୟ ରଖିଛନ୍ତି ସରକାର  । ଏହା ସହିତ ବିହାରର ୩ ନୂଆ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ଖୋଲାଯିବ । ଯାହା ପାଟଣା ବିମାନ ବନ୍ଦରର କ୍ଷମତାରୁ ବିସ୍ତାର କରିବ । ସେହିପରି ପାହାଡ଼ିଆ ଅଞ୍ଚଳରେ ଛୋଟ ଛୋଟ ଏୟାରପୋର୍ଟ ଓ ହେଲିପ୍ୟାଡ଼ ମଧ୍ୟ କରାଯିବ । 

ଏହା ମଧ୍ୟ ପଢନ୍ତୁ-  ଚାଷୀଙ୍କୁ ଭେଟି; ବଢିଲା କିସାନ କ୍ରେଡିଟ୍ କାର୍ଡ ଲିମିଟ୍, ଆରମ୍ଭ ହେବ ପିଏମ୍ ଧନଧାନ୍ୟ ଯୋଜନା

ଉଡ଼ାଣ ସ୍କିମ ପାଇଁ ଆସନ୍ତା ୧୦ ବର୍ଷ ରେ ୧୨୦ ଟି ଏୟାରପୋର୍ଟ ବନାଯିବା ନେଇ ଘୋଷଣା । ଏହି ଯୋଜନା ପାହାଡିଆ ଓ ଉତ୍ତର-ପୂର୍ବ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ହେଲିପ୍ୟାଡ ଓ ଛୋଟ ଏୟାରପୋର୍ଟ ମଧ୍ୟ କରାଯିବ । ସାଧାରଣ ଜନତା ଓ ଛୋଟ ସହରଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ମୋଦି ସରକାର ୨୦୧୬ରେ ଉଡ଼ାଣ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଉଦ୍ଦେଶ୍ୟ ଦେଶର କୋଣ ଅନୁକୋଣରୁ ଏୟାର କନେକ୍ଟିଭିଟିକୁ ପ୍ରୋତ୍ସାହିତ କରିବା। ବିଶେଷତଃ ସେହି ଅଞ୍ଚଳରେ ଯେଉଁଠାରେ ରେଳ, ସଡ଼କ ଏବଂ ଅନ୍ୟାନ୍ୟ ପରିବହନର ଅଭାବ ରହିଛି। ପିଏମ ମୋଦି ସାର୍ବଜନିକ ଭାବରେ କହି ସାରିଛନ୍ତି ଯେ, ସେ ଚପଲ ପିନ୍ଧିଥିବା ଲୋକଙ୍କୁ ବିମାନ ଚଳାଚଳ କରୁଥିବା ଦେଖିବାକୁ ଚାହୁଁଛନ୍ତି। ୧୫ ଜୁନ୍ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଘୋଷଣା କରିଥିଲେ। ୨୭ ଏପ୍ରିଲ ୨୦୧୭ ରେ, ସେ ଦିଲ୍ଲୀ ଏବଂ ଶିମଲା ମଧ୍ୟରେ ପ୍ରଥମ ସ୍ଥାନୀୟ ବିମାନ ଉଡ଼ାଣ କରିଥିଲେ। ସେହିପରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ପ୍ରଥମ ଥର ଉଦ୍ୟମ ଆରମ୍ଭ କରିଥିବା ପାଞ୍ଚ ଲକ୍ଷ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉଦ୍ୟୋଗୀଙ୍କ ପାଇଁ ୨ କୋଟି ଟଙ୍କା ଋଣ ଆରମ୍ଭ କରିବେ। ସେହିପରି ୫୦ ଟି ପର୍ଯ୍ୟଟନ ସ୍ଥାନ ବିକାଶ କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.