ନୂଆଦିଲ୍ଲୀ,୦୧/୦୨: ବଜେଟ୍ କାଉଣ୍ଟଡାଉନ୍ । ଆଉ ଗୋଟିଏ ଘଣ୍ଟାର ଅପେକ୍ଷା । ଖୋଲିବ ବଜେଟ୍ ପେଡି । ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜକୋଷର ହିସାବ ଦେବେ ନିର୍ମଳା । ବଜେଟ ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢୀକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ପ୍ରତିବର୍ଷ ବଜେଟ ଉପସ୍ଥାପନ ଦିନ ସେ ପିନ୍ଧିଥିବା ଶାଢୀର ସ୍ବତନ୍ତ୍ରତା ରହିଥାଏ । ଏଥର ମଧ୍ୟ ରହିଛି । ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିନ୍ଧିଥିବା ଶାଢୀରେ ମଧୁବନୀ କଳା ଦେଖିବାକୁ ମିଳିଛି । ମଧୁବନୀ କଳା ଚିତ୍ରିତ ରହିଥିବା ସିଲ୍କ ଶାଢୀ ପିନ୍ଧିଛନ୍ତି ନିର୍ମଳା । ପଦ୍ମ ସମ୍ମାନରେ ସମ୍ମାନିତ ଦୁଲାରୀ ଦେବୀଙ୍କୁ ସମ୍ମାନ ଜଣାଇ ଏହି ଶାଢୀ ପିନ୍ଧିଛନ୍ତି ଅର୍ଥମନ୍ତ୍ରୀ ।
୨୦୨୧ରେ ଦୁଲାରୀ ଦେବୀଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମିଥିଳା ଆର୍ଟ ଇନଷ୍ଟିଚ୍ୟୁଟରେ ଏକ କ୍ରେଡିଟ ଆଉଟରିଚ କର୍ମଶାଳାରେ ଯୋଗ ଦେବାକୁ ମଧୁବନୀ ଯାଇଥିଲେ । ସେହି ସମୟରେ ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କୁ ଭେଟିଥିଲେ । ବିହାରର ମଧୁବନୀ କଳା ଉପରେ ଆଲୋଚନା କରିଥିଲେ । ଏହି ସମୟରେ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଏହି ଶାଢୀ ଉପହାରରେ ଦେଇଥିଲେ । ବଜେଟ ଦିନ ଏହି ଶାଢିକୁ ପିନ୍ଧିବାକୁ ଅନୁରୋଧ କରିଥିଲେ । କଥା ରଖି ଶାଢୀ ପିନ୍ଧିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

#UnionBudget2025 | Union Finance Minister Nirmala Sitharaman is wearing a saree as a tribute to Madhubani Art and the skill of Padma awardee Dulari Devi.
— ANI (@ANI) February 1, 2025
Dulari Devi is a 2021 Padma Shri awardee. When FM visited Madhubani for a credit outreach activity at Mithila Art Institute,… pic.twitter.com/Q9ur6abaNt


ରାଷ୍ଟ୍ରପତିଙ୍କ ଅନୁମତି ମାଗିଲେ- ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ ନିର୍ମଳା ସୀତାରମଣ । ଏହା ପରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ରାଷ୍ଟ୍ରପତି ଅଭିମୁଖେ ବାହାରିଥିଲେ । ରାଷ୍ଟ୍ରପତିଙ୍କ ଅନୁମତି ମାଗିବା ସହ ତାଙ୍କୁ ଏକ ବଜେଟ୍ କପି ପ୍ରଦାନ କରିଥିଲେ । ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ପାରମ୍ପରିକ 'ବହି ଖାତା' ବଦଳରେ ଟ୍ୟାବରେ ବଜେଟ୍ ପଢିବେ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ୍ ।

ଦହି ଖୁଆଇଲେ ରାଷ୍ଟ୍ରପତି-ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ନିର୍ମଳା ସୀତାରମଣ । ରାଷ୍ଟ୍ରପତିଙ୍କୁ ଭେଟିବା ସହିତ କିଛି ସମୟ ବଜେଟକୁ ନେଇ ଆଲୋଚନା ହୋଇଥିଲା । ବଜେଟ୍ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି ମାଗିଥିଲେ ସୀତାରମଣ । ଏହାପରେ ନିର୍ମଳାଙ୍କୁ ଦହି-ଚିନି ଖୁଆଇ ମୁହଁ ମିଠା କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଭବନରୁ ସଂସଦ ଅଭିମୁଖେ ବାହାରି ଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ବଜେଟକୁ କ୍ୟାବିନେଟ ମୋହର- କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟକୁ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ସଂସଦରେ ବଜେଟ୍ ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜକୋଷର ହିସାବ ଦେବେ ନିର୍ମଳା । ୮ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସର୍ବାଧିକ ବଜେଟ୍ ଉପସ୍ଥାପନ କରିବାରେ ସେ ପ୍ରଥମ ମହିଳା । ଏହା ସହିତ ୨୦୨୦ରେ ସବୁଠୁ ଲମ୍ବା ସମୟ ବଜେଟ୍ ଭାଷଣ ୨ ଘଣ୍ଟା ୪୨ମିନିଟ୍ ଦେବାର ରେକର୍ଡ ରହିଛି ।