ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଏକ ଦେଶ ଏକ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ

Published By : Ankita S | December 12, 2024 2:47 PM

ନୂଆଦିଲ୍ଲୀ ,୧୨/୧୨: ୱାନ ନେସନ ୱାନ ଇଲେକ୍ସକୁ ମଞ୍ଜୁରୀ । ଏକ ଦେଶ ଏକ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଏ ଦିଗରେ ଜୋରସୋର କାର୍ଯ୍ୟ କରୁଛି ।

ସଂସଦର ଚଳିତ ଶୀତ ଅଧିବେଶନରେ ସରକାର ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତ ଅଛନ୍ତି ।  ଏ ସଂକ୍ରାନ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ  କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସରକାର ଏହି  ବିଲ୍‌ ଉପରେ ସହମତି ଆଣିବାକୁ ପ୍ରୟାସ  କରୁଛନ୍ତି । ଆବଶ୍ୟକ ସ୍ଥଳେ ବିଲ୍‌ ଉପରେ ଅଧିକ ଆଲୋଚନା ପାଇଁ ତାକୁ ଯୁଗ୍ମ ସଂସଦୀୟ  କମିଟି (ଜେପିସି)କୁ ପଠାଇବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି । 

ଜେପିସି ଏହି ବିଲ୍‌ ଉପରେ ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବ । ବିଭିନ୍ନ ରାଜ୍ୟର ବିଧାନସଭା ବାଚସ୍ପତି, ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ଅନ୍ୟ ହିତଧାରକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କ ମତାମତ ବି ନିଆଯିବ । ସହମତି ବିନା ଏଭଳି ଏକ ବଡ ନିଷ୍ପତ୍ତିକୁ  କାର୍ଯ୍ୟକାରୀ କରିବା ସହଜ ହେବନାହିଁ । ଆରମ୍ଭରୁ ଏକ ଦେଶ ଏକ ନିର୍ବାଚନ ସମର୍ଥନରେ ରହିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଥିବା ବ୍ୟବସ୍ଥାକୁ ବଦଳାଇବା ବହୁତ ଅହ୍ବାର୍ଣ୍ଣପୂର୍ଣ୍ଣ ରହିଛି । ଏ ନେଇ ସହମତି ରହିବା ଆବଶ୍ୟକ । ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା  କାର୍ଯ୍ୟକାରୀ କରିବାକୁ ହେଲେ ସମ୍ବିଧାନ ସଂଶୋଧନ ପାଇଁ ୬ଟି ବିଲ୍‌ ଆଣିବାକୁ  ପଡିବ । ଏହା ଉପରେ ସଂସଦରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.