ଭୁବନେଶ୍ୱର, ୨୭/୦୨:  ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ  ନଡ୍ଡା । ସଂଧ୍ୟା ୭ଟା ୫୫ରେ ସେ  ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବେ । ବିମାନବନ୍ଦରରୁ ସିଧା  ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କରିବେ । 

୨୮ ତାରିଖ ପୂର୍ବାହ୍ଣ ୧୦ଟାରେ  ପୁରୀରେ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ  ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ଅପରାହ୍ଣ ୨ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ଦର୍ଶନ କରିବେ । ପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ଅଢ଼େଇ ଘଣ୍ଟା  ରହିବେ । ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

'ଡିଏମକେ ନେତା ମାନେ ଦୁର୍ନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି': ଅମିତ୍ ଶାହ