ତେଲେଙ୍ଗାନା,୧୭/୦୫; କେନ୍ଦ୍ର ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ଭାଗୀରଥଙ୍କୁ ଶନିବାର ରାତିରେ POCSO ମାମଲାରେ ଗିରଫ କରାଯାଇଛି । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି ।କେନ୍ଦ୍ରମନ୍ତ୍ରୀ ସଞ୍ଜୟ କୁମାର କହିଛନ୍ତି ଯେ, ତାଙ୍କ ପୁଅ ଆତ୍ମସମର୍ପଣ କରିଛି । ଗତକାଲି ବିଳମ୍ବିତ ରାତିରେ ଡାକ୍ତରୀ ପରୀକ୍ଷା ପରେ ପୁଲିସ ଭାଗୀରଥଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିଥିଲା । କୋର୍ଟ POCSO ମାମଲାରେ ଭାଗୀରଥଙ୍କୁ ୧୪ ଦିନ ପାଇଁ, ମେ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଭାଗୀରଥଙ୍କୁ ଚେରଲାପାଲି ଜେଲକୁ ସ୍ଥାନାନ୍ତର କରାଯିବ ।​​​​​​​

ପୋକ୍ସୋ ମାମଲାରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଶନିବାର ତାଙ୍କ ପୁଅ ବନ୍ଦୀ ସାଇ ଭଗୀରଥଙ୍କୁ ଧରି ଥାନାରେ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁଅ ବିରୋଧରେ ଆସିଥିବା ଅଭିଯୋଗ ଏବଂ ଆଇନ ପ୍ରତି ଥିବା ସମ୍ମାନ ଯୋଗୁ ସେ ଓକିଲଙ୍କ ଜରିଆରେ ତାଙ୍କୁ ପୁଲିସ ଯାଞ୍ଚ ପାଇଁ ହସ୍ତାନ୍ତର କରିଛନ୍ତି । ଆଇନ ନିକଟରେ ସମସ୍ତେ ସମାନ । ଏଥିସହ ନ୍ୟାୟପାଳିକା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିବା ସେ ପ୍ରକାଶ କରିଛନ୍ତି । ବନ୍ଦୀ ସାଇ ଭଗୀରଥଙ୍କ ବିରୋଧରେ ଜଣେ ୧୭ ବର୍ଷୀୟ ଝିଅଙ୍କୁ ଯୌନଶୋଷଣ କରିଥିବା ଅଭିଯୋଗ ରହିଛି । ନାବାଳିକାଙ୍କ ମା’ଙ୍କ ଅଭିଯୋଗ ପରେ ମେ ୮ ତାରିଖରେ ତାଙ୍କ ବିରୋଧରେ ଏଫଆଇଆର ହୋଇଥିଲା । ପୀଡି଼ତାଙ୍କ ବୟାନ ରେକର୍ଡ ପରେ ସେଥିରେ ପୋକ୍ସୋ ଆଇନର ଧାରା ଯୋଡ଼ା ଯାଇଥିଲା । ଗତକାଲି ତେଲଙ୍ଗାନା ହାଇକୋର୍ଟ ଏହି ମାମଲାରେ ବନ୍ଦୀ ସାଇ ଭଗୀରଥଙ୍କୁ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ । ଏହାପରେ ଆଜି ସାଇବରାବାଦ ପୁଲିସ ତାଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା । ତାଙ୍କୁ ଧରିବାକୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିଲା ।

ଏହା ବି ପଢନ୍ତୁ...କରୋନାଠୁ ୨୦ ଗୁଣ ଅଧିକ ଘାତକ ହେଣ୍ଟାଭାଇରସ୍, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ   


ବନ୍ଦୀଙ୍କ ଓକିଲ କରୁଣାସାଗର କହିଛନ୍ତି, "ମୁଁ ବରିଷ୍ଠ ଆଡଭୋକେଟ୍ ଆଣ୍ଟୋନି ରେଡ୍ଡିଙ୍କ ସହିତ, ରାତି ପ୍ରାୟ ୮ ଟା ୧୫ ରେ ଟେକ୍ ପାର୍କ ନିକଟରେ ଅଟକ ବ୍ୟକ୍ତିଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲି । ପୁଲିସ ଭାଗୀରଥଙ୍କୁ ହେପାଜତକୁ ନେଇଛି । ଆମେ ତଦନ୍ତରେ ସହଯୋଗ କରିଛୁ, ଏବଂ ଭାଗୀରଥ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ଏବଂ ତଦନ୍ତରେ ସହଯୋଗ କରିବାକୁ ଇଚ୍ଛୁକ । " ସେପଟେ ତେଲେଙ୍ଗାନା ରକ୍ଷା ସେନା (TRS) ଅଧ୍ୟକ୍ଷ କେ. କବିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ତାଙ୍କ ପୁଅ ସହିତ ଜଡିତ POCSO ମାମଲାର ଏକ ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତ ସୁନିଶ୍ଚିତ କରିବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ କୁମାରଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।​​​​​​​