ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Bijay Swain | July 5, 2025 5:29 PM

କୋରାପୁଟ, ୫/୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ସହ ଶ୍ରଦ୍ଧାଳୁଙ୍କ ସହ ରଥ ଟାଣିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ । 

ଚତୁର୍ଦ୍ଧାମୂରତି ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବାର ଅନନ୍ୟ ପରମ୍ପରାର ପ୍ରତୀକ ହେଉଛି ବାହୁଡ଼ା ଯାତ୍ରା । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଜନଜାତିଙ୍କ ଅନନ୍ୟ ସମ୍ପର୍କ ରହିଛି । ଆଜି ବାହୁଡ଼ା ଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କ ରଥ ଟାଣି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମାନବୀୟ ଲୀଳାର ମହାନ ବାର୍ତ୍ତା ଅଧିକ ସୁଦୂରପ୍ରସାର ହେଉ ବୋଲି ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।  

ଏହା ପୂର୍ବରୁ ଶ୍ରୀ ପ୍ରଧାନ ସେମିଳିଗୁଡ଼ା ସ୍ଥିତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେହିପରି ସକାଳେ କୋରାପୁଟରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଦାମନଯୋଡି ସ୍ଥିତ ମା' କଣ୍ଟାବାଉଁଶୁଣିଙ୍କ ଦର୍ଶନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.