ଦିଗପହଣ୍ଡି,୩୧/୦୮: ନଦୀଗେଟ୍‌ରେ ଲାଗି ରହିଛି ଯୁବକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଚଶାନିମଖଣ୍ଡି ଗାଁର ରାମନଦୀ ଗେଟ୍‌ରେ ଜଣେ ଯୁବକଙ୍କ ମୃତଦେହ ଲାଗି ରହିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି । କେ. ନୂଆ ଗାଁ ପୁଲିସ ଓ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ସୂଚନା ମୁତାବକ, ଚଶାନିମଖଣ୍ଡି ଗାଁର ରାମନଦୀ ଗେଟ୍‌ରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଲାଗି ରହିଥିବାର ଗାଁଲୋକେ ଦେଖିଥିଲେ । ଏହା ଦେଖି ଗ୍ରାମବାସୀ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ କେ. ନୂଆ ଗାଁ ପୁଲିସ ଓ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ ।