ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଏମାନେ ଦେଶ ପାଇଁ ସମର୍ପିତ, ଦେଶ ସୁରକ୍ଷା ପାଇଁ ଜୀବନକୁ ବିପଦରେ ପକାନ୍ତି... ପରିଚୟ ଲୁଚାଇ ଶତ୍ରୁ ଦେଶରେ ଗୁଇନ୍ଦାଗିରି କରନ୍ତି

Published By : Prameya | May 23, 2025 1:37 PM

ଭୁବନେଶ୍ଵର : ଭାରତର ଦୁର୍ଦ୍ଧର୍ଷ ଗୁପ୍ତଚର... ଏମାନେ ଦେଶ ପାଇଁ ସମର୍ପିତ। ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତି। ନିଜ ପରିଚୟ ଲୁଚାଇ ପାକିସ୍ତାନ ଭଳି ଶତ୍ରୁ ଦେଶରେ ଗୁଇନ୍ଦାଗିରି କରନ୍ତି। ଗୁରୁତ୍ଵପୂର୍ଣ୍ଣ ସୂଚନା ହାସଲ କରି ଆତଙ୍କବାଦୀ ଆକ୍ରମଣରୁ ଭାରତକୁ ରକ୍ଷା କରନ୍ତି। ଯୁଦ୍ଧ ଜିତିବାରେ ସାହାଯ୍ୟ କରନ୍ତି। ଏମାନେ ପରଦା ପଛର ଯୋଦ୍ଧା। ଏମାନଙ୍କ ଦୁଃସାହସକୁ ଶହେ ସଲାମ। ଏମାନେ ଗୁଇନ୍ଦାଗିରି କରି ଶତ୍ରୁ ହାତରେ ବି ଧରା ପଡିଛନ୍ତି। ବର୍ଷ ବର୍ଷ ଧରି ଶତ୍ରୁ ଦେଶରେ ବନ୍ଦୀ ରହିଛନ୍ତି। ଅକଥନୀୟ ନିର୍ଯାତନା ବି ସହିଛନ୍ତି। ଏପରିକି କୌଣସି କ୍ଷତିପୂରଣ କିମ୍ବା ସମ୍ମାନ ବିନା ଏମାନେ ପ୍ରାଣବଳି ମଧ୍ୟ ଦେଇଛନ୍ତି । କିନ୍ତୁ ଦେଶ ସୁରକ୍ଷାରେ ଆଦୌ ସାଲିସ କରିନାହାଁନ୍ତି। ଆଜି ଆମେ ଏଭଳି ଗୁପ୍ତଚରଙ୍କ ବିଷୟରେ କହିବୁ ଯିଏ ପରଦା ପଛରେ ରହି ନୀରବରେ କାମ କରିଛନ୍ତି।  କିନ୍ତୁ ହାତଗଣତି କିଛି ଗୁପ୍ତଚର ଲୋକଲୋଚନକୁ ଆସି ଦେଶବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଛନ୍ତି। 

୧-ଦୁର୍ଦ୍ଧଷ ଗୁପ୍ତଚରଙ୍କ କଥା କହିଲେ ମହାନ୍ ରବିନ୍ଦ୍ର କୌଶିକଙ୍କ ନାଁ ଆସେ। ମାତ୍ର ୨୩ ବର୍ଷ ବୟସରେ କୌଶିକଙ୍କୁ ‘ର’ ଦ୍ୱାରା ପାକିସ୍ତାନକୁ ପଠାଯାଇଥିଲା। ସେ ନିଜର ପରିଚୟ ବଦଳାଇ କରାଚୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ। ଏହା ପରେ ପାକିସ୍ତାନ ଆର୍ମିରେ ମେଜର୍‌ ଭାବେ ନିଯୁକ୍ତ ହୋଇଥିଲେ। ଏହିଭଳି ଭାବେ ସେ ଭାରତକୁ ଦୀର୍ଘ ବର୍ଷ ଧରି ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିଲେ । ଜାତୀୟ ନିରାପତ୍ତା ସମ୍ପର୍କିତ ଅସଂଖ୍ୟ ବିପଦକୁ ସେ ଅଟକାଇଥିଲେ । ୧୯୮୩ ମସିହାରେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରି ଜେଲଦଣ୍ଡ ଦିଆଗଲା । ୨୦୦୧ରେ ପାକିସ୍ତାନୀ ଜେଲରେ ତାଙ୍କର ମୃତ୍ୟୁ ହେଲା । ଶତ୍ରୁ ଦେଶରେ ତାଙ୍କର ଦୁଃସାହସିକ କାର୍ଯ୍ୟ ଲାଗି ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ତାଙ୍କୁ ‘ଦ ବ୍ଲାକ୍‌ ଟାଇଗର’ ଭାବେ ସମ୍ବୋଧିତ କରିଥିଲେ। 

୨-ସେହିପରି ଆଉ ଜଣେ ଛଦ୍ମବେଶୀ ମାଷ୍ଟର୍‌ ହେଉଛନ୍ତି ଅଜିତ ଡୋଭାଲ। ଭାରତର ବର୍ତ୍ତମାନର ଜାତୀୟ ସୁରକ୍ଷା ଉପଦେଷ୍ଟା। ‘ର’ ପାଇଁ ସେ ଜଣେ ଗୁପ୍ତଚର ଭାବେ କାମ କରିଥିଲେ। ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ସେ ପାକିସ୍ତାନରେ ଜଣେ ମୁସଲମାନ ଭାବେ ଛଦ୍ମ ବେଶରେ ରହିଥିଲେ। ଏପରିକି ଶତ୍ରୁ ଗ୍ରୁପ୍‌ରେ ମଧ୍ୟ ରହିଥିଲେ । ସେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ସଂଗ୍ରହ କରିଥିଲେ । ପାକିସ୍ତାନ ଉପରେ ତାଙ୍କର ଗଭୀର ଜ୍ଞାନ ଓ ନିର୍ଭୀକ କାମ ଅନେକ ଆତଙ୍କବାଦ ବିରୋଧୀ ଅପରେସନ୍‌ରେ ଭାରତକୁ ସାହାଯ୍ୟ କରିଛି। ‘ଭାରତର ଜେମ୍ସ ବଣ୍ଡ୍‌’ ଭାବେ ମଧ୍ୟ ସେ ପରିଚିତ। ତାଙ୍କୁ ମାଷ୍ଟର୍‌ ଅଫ୍‌ ଡିସ୍‌ଗାଇସ୍‌ ବୋଲି କୁହାଯାଏ।

୩-ସେହିପରି ମୋହନଲାଲ ଭାସ୍କର। ଜଣେ ‘ର’ ଏଜେଣ୍ଟ୍‌ ଥିଲେ । ମିଲିଟାରୀ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ୧୯୬୦ ଦଶକରେ ସେ ପାକିସ୍ତାନ ଯାଇଥିଲେ । ଦୁର୍ଭାଗ୍ୟବଶତଃ ଧରାପଡ଼ିଲେ ଏବଂ ଜେଲରେ ଅକଥନୀୟ ନିର୍ଯାତନାର ଶିକାର ହେଲେ । ପାକିସ୍ତାନୀ ଜେଲରେ ସେ ପ୍ରାୟ ୧୪ ବର୍ଷ ବିତାଇଲେ । ମୁକ୍ତ ହେବା ପରେ ସେ ‘ଆନ୍‌ ଇଣ୍ଡିଆନ୍‌ ସ୍ପାଇ ଇନ୍‌ ପାକିସ୍ତାନ’ ଶୀର୍ଷକ ଏକ ପୁସ୍ତକ ରଚନା କଲେ । ଏଥିରେ ନିଜର ଗୁପ୍ତଚର ଜୀବନର ଯନ୍ତ୍ରଣା, ସାହସ ଓ ପାଇଥିବା ଶିକ୍ଷା ଆଦି ସେ ବର୍ଣ୍ଣନା କରିଥିଲେ। 

୪-କୁଲଭୂଷଣ ଯାଦବ। ସବୁଠୁ ଚର୍ଚ୍ଚିତ ଚେହେରା। ୨୦୧୬ରେ ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନ ଅଟକ ରଖିଲା। ପାକିସ୍ତାନ ଅନୁସାରେ, ସେ ଜଣେ ‘ର’ ଗୁପ୍ତଚର ଥିଲେ । କିନ୍ତୁ ତାଙ୍କୁ ଇରାନରୁ ଅପହରଣ କରାଯାଇଥିଲା ବୋଲି ଭାରତ କହିଲା ଏବଂ ଗୁପ୍ତଚର ଅଭିଯୋଗକୁ ମଧ୍ୟ ଖଣ୍ଡନ କଲା । ଏକ ପାକିସ୍ତାନୀ କୋର୍ଟ ଯାଦବଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କଲା । ତେବେ ଅନ୍ତର୍ଜାତୀୟ କୋର୍ଟ ତାଙ୍କ ମାମଲା ଶୁଣିଲା ଏବଂ ତାଙ୍କ ଫାଶିକୁ ସ୍ଥଗିତ ରଖିଲା । ଯାଦବଙ୍କ ମାମଲା ଆଧୁନିକ ଇତିହାସରେ ଅନ୍ୟତମ ସବୁଠୁ ବିବାଦୀୟ ଓ ଚର୍ଚ୍ଚିତ କାହାଣୀ । 

୫-କାଶ୍ମୀର ସିଂହ- ଜଣେ ଅଣ୍ଡର୍‌କଭର ଏଜେଣ୍ଟ୍‌। ୧୯୭୦ ଦଶକରେ ସେ ପାକିସ୍ତାନରେ ପ୍ରବେଶ କରିଥିଲେ। ଧରାପଡ଼ିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା । କିନ୍ତୁ ଦଣ୍ଡ କେବେ କାର୍ଯ୍ୟକାରୀ ହେଲା ନାହିଁ । ସେ ଦୀର୍ଘ ୩୫ ବର୍ଷ ଜେଲରେ ବିତାଇଲେ । ତାଙ୍କର ଅଧିକାଂଶ ସମୟ ଏକାନ୍ତ କାରାବାସରେ ବିତିଲା । ୨୦୦୮ରେ ପାକ୍‌ ରାଷ୍ଟ୍ରପତି ପରଭେଜ ମୁଶର୍ରଫଙ୍କ କ୍ଷମାଦାନ ପରେ ସେ ମୁକ୍ତ ହେଲେ । ଭାରତ ଫେରିବା ପରେ ସେ ଖୋଲାଖୋଲି ସ୍ୱୀକାର କଲେ ଯେ ସେ ଜଣେ ଗୁପ୍ତଚର ଥିଲେ। 

୬-ଆଉ ଜଣେ ପରଦା ପଛର ନାୟକ ଗୋପାଲ ଦାସ। ଭାରତ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ୧୯୮୪ରେ ତାଙ୍କୁ ପାକିସ୍ତାନରେ ଗିରଫ କରାଗଲା । ସେ ଜେଲରେ ୨୭ ବର୍ଷ ବିତାଇଲେ । କିନ୍ତୁ ତାଙ୍କ ମାମଲା ବିଷୟରେ ଖୁବ୍‌ କମ୍‌ ଜାଣନ୍ତି । ଭାରତ ତାଙ୍କ ମୁକ୍ତି ପାଇଁ ପାକିସ୍ତାନକୁ ଅନୁରୋଧ କରିଥିଲା । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପାକିସ୍ତାନକୁ ଗୋପାଲଙ୍କ ମୁକ୍ତି ପାଇଁ ଅନୁରୋଧ କରିବା ପରେ ଶେଷରେ ୨୦୧୧ ମସିହାରେ ତାଙ୍କୁ ମୁକ୍ତ କରାଗଲା । ଭାରତ ଫେରିବା ପରେ ଗୋପାଲ ମଧ୍ୟ ସ୍ୱୀକାର କଲେ, ସେ ଜଣେ ଗୁପ୍ତଚର ଥିଲେ । ତାଙ୍କ କାହାଣୀ ଗୁପ୍ତଚରମାନଙ୍କର ନିରବ ସମର୍ପଣକୁ ଦର୍ଶାଏ। ଯେଉଁମାନଙ୍କ ନାଁ ପରଦା ପଛରେ ରହିଯାଏ । 

୭-ସୁରଜୀତ ସିଂହ- ତାଙ୍କ କାହାଣୀ ଅତୁଟ ନିଷ୍ଠାର ଉଦାହରଣ। ୧୯୮୧ ମସିହାରେ ଗିରଫ ହୋଇ ପାକିସ୍ତାନୀ ଜେଲରେ ୩୦ ବର୍ଷ ବିତାଇଥିଲେ । ୨୦୧୨ ମସିହାରେ ସେ ମୁକ୍ତ ହୋଇଥିଲେ । ଭାରତ ପାଇଁ ଗୁଇନ୍ଦାଗିରି କରିବା କଥା ସେ ଖୋଲାଖୋଲି ସ୍ୱୀକାର କରିଥିଲେ । ଜେଲରେ ଦିଆଯାଇଥିବା ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ବିଷୟରେ ସେ ବର୍ଣ୍ଣନା କରିଥିଲେ । କିନ୍ତୁ ଦେଶ ସେବା କରି କୌଣସି ଅନୁତାପ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। 

୮-ଲକି ବିଷ୍ଟ୍‌- ଜଣେ ପୂର୍ବତନ ଏନ୍‌ଏସ୍‌ଜି କମାଣ୍ଡୋ ଓ ‘ର’ ଅପରେଟିଭ୍‌’ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକ୍ୟୁରିଟି ଟିମ୍‌ର ସଦସ୍ୟ ଥିଲେ । ତୀକ୍ଷ୍ଣ କୌଶଳ ଓ ସାହସିକତା ପାଇଁ ସେ ବେଶ ପରିଚିତ । ଏକ ହତ୍ୟା ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ତାଙ୍କ ଜୀବନ କାହାଣୀ ରହସ୍ୟ ଘେରରେ ରହିଛି । ଅନେକଙ୍କ ବିଶ୍ୱାସ ଯେ ବିଦେଶରେ ଅନେକ ଅଣ୍ଡରକଭର୍‌ ମିଶନରେ ସେ ସାମିଲ ଥିଲେ । 

୯-ନୀରା ଆୟରା- ଭାରତର ପ୍ରଥମ ସାହସୀ ମହିଳା ଗୁପ୍ତଚର। ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ ଆର୍ମି ପାଇଁ ଗୁଇନ୍ଦାଗିରି କରିଥିଲେ । ସେ ବ୍ରିଟିଶ ଶାସନ ବିରୋଧରେ କାମ କରିଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନରେ ସାହାଯ୍ୟ କରିଥିଲେ । ଧରାପଡ଼ିବା ପରେ ସେ ଜେଲ ଯାଇଥିଲେ ଏବଂ ଅସହ୍ୟ ନିର୍ଯାତନା ପାଇଥିଲେ । ତାଙ୍କ କାହାଣୀ ସର୍ବଦା ପରଦା ଆଢୁଆଳରେ ରହିଯାଏ । କିନ୍ତୁ ଦେଶ ପାଇଁ ଗୁଇନ୍ଦାଗିରି କରିଥିବା ଭାରତର ଅନ୍ୟତମ ପ୍ରଥମ ମହିଳା ଭାବେ ସେ ସର୍ବଦା ସ୍ମରଣୀୟ। 

୧୦-ସେହମତ୍‌ ଖାନ୍‌- ଗୁପ୍ତ ତଥ୍ୟ ପାଇଁ ଶତ୍ରୁକୁ ବିବାହ କରିଥିଲେ । ‘କଲିଂ ସେହମତ୍‌’ଉପନ୍ୟାସର ସେ ମୁଖ୍ୟ ଚରିତ୍ର । ବଲିଉଡ୍‌ ଫିଲ୍ମ ‘ରାଜି’ ଏହାର ନାଟ୍ୟ ରୂପାନ୍ତର । ସେହମତ୍‌ ଜଣେ ଭାରତୀୟ ମହିଳା ଯିଏକି ୧୯୭୧ ମସିହା ଯୁଦ୍ଧ ସମୟରେ ଭାରତ ପାଇଁ ଗୁପ୍ତ ତଥ୍ୟ ହାସଲ କରିବାକୁ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ବିବାହ କରିଥିଲେ । ଯଦିଓ ତାଙ୍କର ପ୍ରକୃତ ପରିଚୟ ଆଜି ବି ଗୁପ୍ତ ରହିଛି, ଶତ୍ରୁ ମାଟିରେ ଜଣେ ମହିଳା ଭାବେ ତାଙ୍କ କାହାଣୀ ଗୁଇନ୍ଦାଗିରିର ଆବେଗପୂର୍ଣ୍ଣ ଓ ଦେଶାତ୍ମବୋଧ ଦିଗକୁ ଦର୍ଶାଏ ।

ଏହି ଗୁପ୍ତଚରମାନଙ୍କର କାହାଣୀ ବିପଦ, ସମର୍ପଣଭାବ ଓ ଦେଶାତ୍ମବୋଧର ଉଦାହରଣ । ଏମାନଙ୍କ ମଧ୍ୟରେ କିଛି ତାଲିମପ୍ରାପ୍ତ ‘ର’ ଏଜେଣ୍ଟ୍‌ ଥିଲେ। ଆଉ କିଛି ସାଧାରଣ ବ୍ୟକ୍ତି ଥିଲେ, ଯେଉଁମାନେ ଅସାଧାରଣ ମାର୍ଗରେ ଦେଶ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ବାସ୍ତବ-ଜୀବନ ସ୍ପାଇ ମିଶନରେ ଏମାନେ ଦେଶ ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଦେଶର ଏହି ୧୦ ଦୁର୍ଦ୍ଧଷ ଗୁପ୍ତଚରଙ୍କ ଗୁପ୍ତ ମିଶନ ଭାରତୀୟ ନିରାପତ୍ତା ଓ ସମ୍ମାନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। 


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.