ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

UNSCରେ ଚାଲିଲାନି ପାକିସ୍ତାନ ଚାଲ୍‌ ; ପ୍ରଶ୍ନବାଣରେ ଘେରିଲେ ସ୍ଥାୟୀ ସଦସ୍ୟ, ହାତ ଛାଡ଼ିଦେଲା ଚୀନ

Published By : Ankita S | May 6, 2025 12:52 PM

ନୂଆଦିଲ୍ଲୀ,୦୬/୦୫ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିଛି । ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଭାରତର ଆକ୍ସନକୁ ନେଇ ଭୟଭୀତ ହୋଇଛି ପାକିସ୍ତାନ । ଏ ନେଇ ଜାତିସଂଘ ଶରଣରେ ପଶିଥିଲା । ଏହାରି ଭିତରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିଛି । ପ୍ରାୟ ଦେଢ ଘଣ୍ଟା ଧରି ରୁଦ୍ଧ ଦ୍ୱାର ବୈଠକ ଚାଲିଥିଲା । ଆଲୋଚନାରେ ଯଦିଓ କୌଣସି ନିଷ୍କର୍ସ ବାହାରିନାହିଁ ମାତ୍ର ପାକିସ୍ତାନକୁ ଧୋଇ ଦେଇଛନ୍ତି ୟୁଏନଏସସିର ସ୍ଥାୟୀ ସଦସ୍ୟ । ଚାଲି ପାରିଲାନି ପାକିସ୍ତାନ ଚାଲ୍‌ କାମ ଦେଲାନି ଡ୍ରାମା । ପ୍ରଶ୍ନବାଣରେ ପାକିସ୍ତାନକୁ ଘେରିଗଲେ ଆମେରିକା, ଫ୍ରାନ୍ସ, ଋଷ ଓ ବ୍ରିଟେନ୍ ।

UNSC ବୈଠକ- ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ୟୁଏନ୍ଏସରେ ରୁଦ୍ଧଦ୍ୱାର ବୈଠକ ବସିଛି । ବୈଠକରେ ପାକିସ୍ତାନକୁ କଡ଼ା ପ୍ରଶ୍ନ ପଚରାଯାଇଥିଲା । ୧୦ ଅସ୍ଥାୟୀ ଓ ୫ ସ୍ଥାୟୀ ସମେତ ୧୫ ୟୁଏନଏସସି ସଦସ୍ୟ ଉପସ୍ଥିତ ଥିଲେ । ପହଲଗାମ ଆତଙ୍କୀ ଆକ୍ରମଣରେ ଲସ୍କର-ଏ-ତୋଏବା ସାମିଲ ଥିଲା କି ବୋଲି ପାକିସ୍ତାନକୁ ପ୍ରଶ୍ନ କରାଯାଇଥିଲା । ସବୁଥର ପରି ପାକିସ୍ତାନ ଉପରେ ବର୍ଷିଥିଲେ ୟୁଏନଏସସି । ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନରେ ମୁଥ୍ୟା ପ୍ରୋପାଗଣ୍ଡା କରିବାକୁ ପ୍ରୟାସ କରିଥିଲା । ମାତ୍ର ତାହା କାମ କଲାନାହିଁ ।

ଅଧିକ ପଢନ୍ତୁ...ଆତଙ୍କବାଦ ବିରୋଧୀ ଲଢେଇ : ଭାରତକୁ ଋଷ, ପାକ୍‌କୁ ଚୀନର ସମର୍ଥନ


୩ ପ୍ରଶ୍ନର ଉତ୍ତର ପାଇଲାନି ପାକିସ୍ତାନ- ୟୁଏନଏସସି ଶରଣରେ ପଶିବା ପାକିସ୍ତାନ ପାଇଁ ମହଙ୍ଗା ପଡିଛି । ବୈଠକରେ ବ୍ୟାକଫୁଟରେ ପଡିଥିଲା ପାକିସ୍ତାନ । ଚୀନ ବି ହାତ ଛାଡି ଦେଲା । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ପଚରା ଯାଇଥିଲା ୩ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲା ପାକିସ୍ତାନ ।

୧. ଆତଙ୍କବାତୀ ଧର୍ମ ପଚାରି ଲୋକଙ୍କୁ କାହିଁକି ହତ୍ୟା କଲେ ?

୨. କଣ ପହଲଗାମ ଆତଙ୍କୀ ଆକ୍ରମଣରେ ଲସ୍କର-ଏ- ତୋଏବାର ହାତ ଅଛି କି  ? ଯଦି ଅଛି କଣ ଆକ୍ସନ ନିଆଯାଇଛି  ?

୩. ପାକିସ୍ତାନ ବାରମ୍ବାର କାହିଁକି ପରମାଣୁ ଆକ୍ରମଣ ଧମକ ଦେଉଛି ? ଏହାକୁ ନେଇ ଉତ୍ତେଜନା ଆହୁରି ବଢୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.