ନୂଆଦିଲ୍ଲୀ,୦୭/୧୨: ଉତ୍ତରପ୍ରଦେଶର ଗୋରଖପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ତିନି ବାଇକ୍ ମୁହାଁମୁହିଁ ଧକ୍କା। ଫଳରେ ଚାଲିଗଲା ୫ ଜଣଙ୍କ ଜୀବନ । ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଗୋରଖପୁର କ୍ୟାଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳର ମୋହାଦୀପୁର କେନାଲ ବ୍ରିଜରେ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ଟି ବାଇକ ମୋହାଦୀପୁର କେନାଲ ବ୍ରିଜ ଦେଇ ଯାଉଥିଲା। ଏହି ସମୟରେ ସମସ୍ତ ବାଇକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହି ମୃତକଙ୍କ ମଧ୍ୟରେ ୩ ପୁରୁଷ ଏବଂ ୨ ଶିଶୁ ଅଛନ୍ତି। ସମସ୍ତେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେପଟେ ଏନେଇ ଖବରପାଇ ଜିଲ୍ଲା ପ୍ରଶାସନ ତଥା ବରିଷ୍ଠ ପୋଲିସ ଅଧୀକ୍ଷକ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲାର ତଦନ୍ତ ଚାଲିଛି। ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି।