ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମାୟାବତୀଙ୍କ ନୂଆ ନାରା ପରେ ଆସିଲା ଅଜୟ ରାୟଙ୍କ ପ୍ରତିକ୍ରିୟା

Published By : Gurupada Nath | November 3, 2024 12:53 PM

ନୂଆଦିଲ୍ଲୀ, ୩/୧୧ : ଉତ୍ତରପ୍ରଦେଶରେ ଉପନିର୍ବାଚନ ଲାଗି ସବୁ ପାର୍ଟି ନିର୍ବାଚନ ପ୍ରଚାର ପ୍ରସାରରେ ଯୋଡ଼ି ହାଇଛନ୍ତି । ରାଜନୈତିକ ଦଳର ନେତା ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦାଲଦି ହେଉଥିବା ନଜର ଆସୁଛି । ସେହିଭଳି ପୋଷ୍ଟର ଓ୍ବାର ବି ଦେଖିବାକୁ ମିଳୁଛି । ଯେମିତି କି ‘ବଣ୍ଟେଗେ ତୋ କଟେଙ୍ଗେ’ ଏବଂ ‘ଜୁଡ଼େଙ୍ଗେ ତ ଜିତେଙ୍ଗେ‘ ନାରା ମଧ୍ୟରେ ମାୟାବତୀ ସବୁ ପାର୍ଟି ଉପରେ ଧୂମ୍ ବର୍ଷିଛନ୍ତି ଏବଂ ନୂଆ ନାରା ଦେଇଛନ୍ତି । ସେ କହିଛନ୍ତି କି, ବିଏସପି ସରକାର ତୁଳନାରେ ବିଜେପି ଏବଂ ସପାର ସରକାର ତୁଳନାରେ ବିଏସପିର ଶାସନ ଜନତାଙ୍କ ମଧ୍ୟରେ ସବୁଠାରୁ ଭଲ ରହିଛି । ଜନତାଙ୍କୁ ପୋଷ୍ଟର ଚକ୍କରରେ ପଡ଼ିବା କଥା ନୁହେଁ । ବିଜେପି ‘ବଣ୍ଟେଗେ ତୋ କଟେଙ୍ଗେ’ ଏବଂ ‘ଜୁଡ଼େଙ୍ଗେ ତ ଜିତେଙ୍ଗେ‘ର ନାରା ଦେଇ କେବଳ ଜନତାଙ୍କୁ ଭୁଲେଇବାକୁ ଚାହୁଁଛି । ତାଙ୍କର ଏହି ନୀତିରୁ ବଞ୍ଚିବା ଲାଗି ଏହା ଭଲ ହେବ କି ଆପଣ ବସପା ସହ ‘ଜୁଡ଼େଙ୍ଗେ ତୋ ଆଗେ ବଢେଙ୍ଗେ ଏବଂ ସୁରକ୍ଷିତ ରହେଙ୍ଗ’ । 

ୟୁପି କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ମାୟାବତୀଙ୍କ ଏହି ବୟାନ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । କିନ୍ତୁ ତାଙ୍କର ଯେଉଁ ସିଏମ୍ ଭାବେ ଦାୟିତ୍ବ ଥିଲା କିମ୍ବା ପରେ ପୂର୍ବତନ ସିଏମ୍ ତଥା ନେତା ଭାବେ ଯେଉଁ ଦାୟିତ୍ବ ହେବା ଆବଶ୍ୟକ ଥିଲା ସେ କେବେ ବି ପୂରା କରିପାରିନଥିଲେ । 

ଅଜୟ ଏହା ବି କହିଛନ୍ତି କି, ଅନୁସୂଚିତ ଜାତି ସହ କେତେ ବଳାତ୍କାର ଏବଂ ଅତ୍ୟାଚାର ହୋଇଛି, ଲକ୍ଷ୍ମୀପୁର ଖୀରୀରେ ଏକ ପାସୀ ସମାଜର ପିଲାକୁ ଜେଲରେ ମାରି ଦିଆଗଲା, କିନ୍ତୁ ମାୟାବତୀ କେବେ କିଛି କହିନଥିଲେ । ସେ କେବଳ ଭୋଟ ନେବା ଲାଗି ରାଜନୀତି କରିଥାନ୍ତି । ତାଙ୍କୁ ଜନତାଙ୍କ ଦୁଃଖ ଅସୁବିଧା ସହ କୌଣସି କାମ ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.