ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବିବାହକୁ ୨୦ ବର୍ଷ, ୪ ପିଲା; ସ୍ୱାମୀଙ୍କ ସହମତିରେ ପ୍ରେମିକଙ୍କ ସହ ରହିଲେ ସ୍ତ୍ରୀ

Published By : Swapna Ray | July 25, 2025 1:25 PM

ଉତ୍ତରପ୍ରଦେଶ, ୨୫।୭: ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ବିବାହିତ ମହିଳା, ଯିଏକି ୪ ଜଣ ପିଲାଙ୍କ ମା' । ସ୍ୱାମୀଙ୍କ ଲିଖିତ ସମ୍ମତିରେ ତାଙ୍କ ପ୍ରେମିକଙ୍କ ସହ ରହିବାକୁ ଲାଗିଲେ । ପିଟିଆଇ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏହି ଘଟଣାଟି ପାରସା ମୁର୍ତା ଗାଁର । ଯେଉଁଠାରେ ଜଣେ ୪୦ ବର୍ଷୀୟ ମହିଳା ଜାନକୀ ଦେବୀ ବିବାହର ପ୍ରାୟ ୨୦ ବର୍ଷ ପରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ରହୁଛନ୍ତି । ପୂରା ଘଟଣା କ'ଣ ଥିଲା ? ଆସନ୍ତୁ ଜାଣିବା । 

୪୭ ବର୍ଷୀୟ ରାମ ଚରଣ ୨୦ ବର୍ଷ ପୂର୍ବେ ଜାନକୀଙ୍କ ସହ ବିବାହ କରିଥିଲେ । ପରିବାର ପୋଷିବା ପାଇଁ ରାମ ଚରଣ ମୁମ୍ବାଇରେ ଟାଇଲ ଲେୟର ଭାବେ କାମ କରୁଥିଲେ । ସ୍ୱାମୀଙ୍କ ଘରେ ନଥିବା ବେଳେ ଜାନକୀଙ୍କର ଅନ୍ୟ ଏକ ଗାଁର ୨୪ ବର୍ଷୀୟ ଦିନ ମଜୁରିଆ ଶ୍ରମିକ ସୋନୁ ପ୍ରଜାପତିଙ୍କ ସହ ବନ୍ଧୁତା ଗଢ଼ିଉଠିଥିଲା । ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା । ଜଣେ ଅଧିକାରୀ କହିବାନୁସାରେ, ସେମାନେ ପ୍ରାୟ ଗୋଟିଏ ବର୍ଷ ପୂର୍ବେ କୋର୍ଟ ମ୍ୟାରେଜ୍ କରି ଏକାଠି ରହିବା ଆରମ୍ଭ କରିଥିଲେ । ଜାନକୀ ସୋନୁଙ୍କ ପାଖରେ ୬-୭ ମାସ ଧରି ରହିଥିଲେ ଏବଂ ପରେ ଘରକୁ ଫେରି ରାମ ଚରଣଙ୍କୁ କ୍ଷମା ମାଗିଥିଲେ ଏବଂ ପୁନର୍ବାର ସ୍ୱାମୀଙ୍କ ସହ ରହିବା ଆରମ୍ଭ କଲେ । କିଛି ମାସ ପରେ ଜାନକୀ ପୁଣି ଥରେ ସୋନୁଙ୍କ ପାଖରେ ରହିବାକୁ ଲାଗିଲେ । ଏହା ପରେ, ରାମ ଚରଣ ଭବାନୀଗଞ୍ଜ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ସୋନୁ ତାଙ୍କ ସ୍ତ୍ରୀଙ୍କୁ ପ୍ରଲୋଭିତ କରି ତାଙ୍କଠୁ ଅଲଗା କରିଛି । 

କିନ୍ତୁ, ଜୁଲାଇ ୨୦ରେ ରାମ ଚରଣ ଭବାନୀଗଞ୍ଜ ପୋଲିସ ଷ୍ଟେସନରେ ଏକ ଲିଖିତ ବୟାନ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ସେ ତାଙ୍କ ସ୍ତ୍ରୀ ଜାନକୀଙ୍କ ସହ ଆଉ ରହିବାକୁ ଚାହାଁନ୍ତି ନାହିଁ ଏବଂ ଅନ୍ୟ ପୁରୁଷ ସହ ସ୍ତ୍ରୀଙ୍କ ସମ୍ପର୍କରେ ସେ ସମ୍ମତି ପ୍ରଦାନ କରିଛନ୍ତି । ସୋନୁଙ୍କ ସହ ପିଲାମାନେ ରହିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ । “ଅନ୍ୟ ପୁରୁଷ ସହ ମୋ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ମୁଁ ପ୍ରତିବାଦ କରିନଥିଲି । କାରଣ ମୁଁ ଭୟ କରୁଥିଲି ଯେ, ମୋ ସହିତ ଆଗକୁ କିଛି ବି ଘଟିପାରେ । ନିଜ ପ୍ରେମିକକୁ ପାଇବା ପାଇଁ ମୋ ସ୍ତ୍ରୀ ମୋତେ ଆଘାତ ବି ଦେଇପାରନ୍ତି । ପୂର୍ବରୁ ମଧ୍ୟ, ସେ ତାଙ୍କ ପ୍ରେମିକ ସହ ରହୁଥିଲେ । ପରେ ମୋତେ କ୍ଷମା ମାଗି ଘରକୁ ଫେରି ଆସିଥିଲେ । ଆଉ ମୁଁ ତାଙ୍କୁ ଗ୍ରହଣ କରିଥିଲି । କିନ୍ତୁ ଏବେ ଯଦି ସେ ଫେରି ଆସନ୍ତି, ମୁଁ ତାଙ୍କ ସହ ଆଉ ରହିବିନି” ବୋଲି ରାମ ଚରଣଙ୍କ ଚିଠିରେ ଲେଖିଛନ୍ତି । କହିରଖୁ କି, ଜାନକୀ ଏବଂ ରାମ ଚରଣଙ୍କର ୪ଟି ସନ୍ତାନ ଦୁଇଟି ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । 

ବର୍ତ୍ତମାନ ପରକିୟାପ୍ରୀତି ଭଳି ଘଟଣା ପ୍ରତିଦିନ ଖବରକାଗଜରେ ପ୍ରକାଶ ପାଉଥିବା ବେଳେ, ନିଜ ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କରିବାକୁ ବି ପଛାଉନାହାନ୍ତି ସ୍ତ୍ରୀ । ଏଭଳି ଘଟଣା କିଛି ଯୁବକମାନଙ୍କୁ ବିଚଳିତ କରିଦେଇଛି । ଯେଉଁ କାରଣରୁ ରାମଚରଣ ନିଜ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଏଭଳି ନିଷ୍ପତ୍ତି ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.