ପ୍ରମୂଖ ଖବର
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଜାଲ୍‌ ପାସ୍‌ପୋର୍ଟରେ ଥାଇଲାଣ୍ଡ ଯାତ୍ରା; ୟୁପିର ଯୁବକ ଗିରଫ

Published By : Swapna Ray | August 24, 2025 10:58 AM

ଭୁବନେଶ୍ୱର, ୨୪ ।୮: ଜାଲ୍‌ ପାସ୍‌ପୋର୍ଟରେ ଭୁବନେଶ୍ୱରରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉତ୍ତରପ୍ରଦେଶର ବିନୋଦ ଚୌଧୁରୀ । ତାଙ୍କଠାରୁ ଗୋଟିଏ ମୋବାଇଲ ଓ କିଛି ନକଲି କାଗଜପତ୍ର ଜବତ କରିଛି ପୁଲିସ୍‌ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବିନୋଦ ଚୌଧୁରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ହାତରେ ଧରିଥିଲେ ଥାଇଲାଣ୍ଡର ଟିକଟ । ଇମିଗ୍ରେସନ ବିଭାଗର ଯାଞ୍ଚ ସମୟରେ ଅଭିଯୁକ୍ତଙ୍କ ନିକଟରେ ଏକାଧିକ ଜାଲ ପାସପୋର୍ଟ ଥିବା ଦେଖିବାକୁ ମିଳିଥିଲା । ସେହିଠାରେ କାର୍ଯ୍ୟ କରୁଥିବା ସବ-ଇନ୍ସପେକ୍ଟର ତାଙ୍କୁ ଧରି ଏୟାରପୋର୍ଟ ଥାନାକୁ ନେଇଥିଲେ । ପୁଲିସ୍‌ ତାକୁ ଜେରା କରିବା ପରେ ଜଣାପଡିଥିଲା ବିନୋଦଙ୍କ ପାଖରେ ଥିବା ସବୁ କାଗଜପତ୍ର ଓ ପାସ୍‌ପୋର୍ଟ ନକଲି । ପଚରାଉଚରା ବେଳେ ଅଭିଯୁକ୍ତ ମନ୍ଦ ଉଦ୍ଦେଶ୍ୟ ରଖି ଏହିଭଳି ଜାଲ ପାସପୋର୍ଟ ନିଜ ପାଖରେ ରଖିଥିବା ସ୍ୱୀକାର କରିଥିଲେ । ବିନୋଦଙ୍କ ନାମରେ ପୂର୍ବରୁ ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର ଗୋଲା ଥାନାରେ ଏକ ମାମଲା ରହିଥିବା ଜଣାପଡ଼ିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.