ନୂଆଦିଲ୍ଲୀ,୨୧।୭: ଦେଶର କୋଟି କୋଟି କର୍ମଚାରୀ ଓ ଅନ ଅର୍ଗାନାଇଜଡ୍ ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। କେନ୍ଦ୍ର ସରକାର ଇପିଏଫ୍ଓ ୩.୦ ଅନୁସାରେ ଏଭଳି ନୂଆ ପେନସନ୍ ବ୍ୟବସ୍ଥା ଉପରେ କାମ କରୁଛି, ଯାହାଫଳରେ କେବଳ ଚାକିରିଆ ଲୋକ ନୁହେଁ, ବଂର ଗିଗ୍ ଓ୍ବାର୍କର, ପ୍ଳାଟଫର୍ମ ଓ୍ବାର୍କ, ଫ୍ରିଲାନ୍ସର, ଅନ ଅର୍ଗାନାଇଜଡ୍ ସେକ୍ଟରର କର୍ମଚାରୀ ଓ ଛୋଟ ବ୍ୟବସାୟ ସହ ଜଡିତ ଲୋକଙ୍କୁ ବି ପେନସନ୍ ମିଳିପାରିବ। ତେବେ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଅଫିସିଆଲ ଘୋଷଣା କରାଯାଇ ନାହିଁ, କିନ୍ତୁ ଯଦି ଏହା ଲାଗୁ ହୁଏ ତେବେ ଭାରତର ସୋସିଆଲ ସିକ୍ୟୁରିଟି ସିଷ୍ଟମରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ପରିବର୍ତ୍ତନ ପ୍ରମାଣିତ ହୋଇପାରେ।
ନୂଆ ବ୍ୟବସ୍ଥା ଅନୁସାରେ ପ୍ରତି ବ୍ୟକ୍ତି ନିଜର ରିଟାୟରମେଣ୍ଟ ପାଇଁ ନିୟମିତ ସଞ୍ଚୟ କରିପାରିବେ ଓ ଭବିଷ୍ୟତରେ ପେନଶନର ଲାଭ ନେଇପାରିବେ। ଖାସ୍ କଥା ଏହ ଯେ, ଏହି ଯୋଜନା ନିର୍ଦ୍ଧାରିତ ଯୋଗଦାନ ମଡେଲ ଉପରେ ଆଧାରିତ ହେବ। ଅର୍ଥାତ କର୍ମଚାରୀଙ୍କ ଖାତାରେ ସମୟ ସମୟରେ ଜମା ହେଉଥିବା ଅର୍ଥ ସରକାରୀ ସିକ୍ୟୁରିଟିରେ ନିବେଶ କରାଯିବ ଓ ଏହା ଉପରେ ପ୍ରତିବର୍ଷ ସୁଧ ବି ମିଳିବ।
ପେନସନ୍ ନେବାର ଦୁଇଟି ବିକଳ୍ପ ?
ଏହି ନୂଆ ବ୍ୟବସ୍ଥାର ସବୁଠାରୁ ଖାସ୍ କଥା ଏହା ଯେ, ରିଟାୟମେଣ୍ଟ ସମୟରେ ଲୋକଙ୍କ ପାଖରେ ନିଜ ଟଙ୍କା ନେବାର ଦୁଇଟି ବିକଳ୍ପ ରହିବ। ପ୍ରଥମଟି ହେଲା ନିଜର ଜମା ରାଶିର ଏନୁଇଟି ପ୍ଳାନ୍ କିଣିପାରିବେ, ଯାହାଫଳରେ ପ୍ରତି ମାସ ଧାର୍ଯ୍ୟ କରାଯାଇଥିବା ପେନସନ୍ ମିଳିବ। ଅନ୍ୟଟି ହେଉଛି ଏସଡବ୍ଲୁପି। ଏଥିରେ ଆବଶ୍ୟକତା ଅନୁସାରେ, ପ୍ରତି ମାସ ଧାର୍ଯ୍ୟ ସମୟରେ ନିଜର ରିଟାୟରମେଣ୍ଟ ଫଣ୍ଡରୁ ଟଙ୍କା ବାହାର କରିପାରିବେ। ଏହାଦ୍ବାରା ଲୋକଙ୍କୁ ନିଜର ଆର୍ଥିକ ଆବଶ୍ୟକତା ହିସାବରେ ପେନଶନ୍ ବ୍ୟବହାର କରି ଅଧିକ ସ୍ବାଧୀନତା ମିଳିବ।
ଇପିଏଫ୍ଓ ୩.୦ ରେ ଟିଆରଏସ୍ର ନୂଆ ସୁବିଧା
ଇପିଏଫ୍ଓ ୩.୦ ରେ ଟିଆରଏସ୍ ବା ଟାର୍ଗେଟ ରିଟାୟରମେଣ୍ଟ ସମ୍ ନାମକ ନୂଆ ସୁବିଧା ମଧ୍ୟ ପ୍ରସ୍ତାବିତ କରାଯାଇଛି। ଏହା ଅନୁସାରେ, ସଦସ୍ୟ ପୂର୍ବରୁ ଧାର୍ଯ୍ୟ କରିପାରିବେ ଯେ, ରିଟାୟରମେଣ୍ଟ ସମୟରେ ତାଙ୍କୁ କେତେ ଟଙ୍କା ଦରକାର। ଏହାର ଆଧାରରେ ସିଷ୍ଟମ ଏହା କହିବ ଯେ, ପ୍ରତିମାସ କିମ୍ବା ପ୍ରତି ବର୍ଷ କେତେ ଟଙ୍କା ସଞ୍ଚୟ କରିବାକୁ ହେବ। ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଡିଜିଟାଲ ଡ୍ୟାସବୋର୍ଡ ମିଳିବ, ଯେଉଁଠି ସେ ନିଜର ମୋଟ ଯୋଗଦାନ, ସେଠାରେ ଥିବା ନିଜର ରିଟାୟରମେଣ୍ଟ ଫଣ୍ଡ ଅନୁମାନିତ ପେନଶନ୍, ଭବିଷ୍ୟର ସଞ୍ଚୟ ଓ ଦରଦାମ ବୃଦ୍ଧି ହିସାବରେ ରିଟାୟରମେଣ୍ଟ ଭଳି ସ୍ଥିତିର ସବୁ ସୂଚନାର ରିୟଲ ଟାଇମ୍ ଦେଖି ପାରିବେ। ଯଦି କୌଣସି ବ୍ୟକ୍ତି ପରେ ନିଜର ଲକ୍ଷ୍ୟ ବଦଳାଇବାକୁ ଚାହାନ୍ତି ତେବେ ଏଭଳି କରିପାରିବେ।
ଗିଗ୍ ଓ ଅନଅର୍ଗାନାଇଜଡ୍ ସେକ୍ଟର ଉପରେ ଫୋକସ୍
ସରକାରଙ୍କ ଫୋକସ୍ ମୁଖ୍ୟ ରୂପରେ ଗିଗ୍ ଓ ଅନ ଅର୍ଗାନାଇଜଡ୍ ସେକ୍ଟରର କର୍ମଚାରୀଙ୍କ ଉପରେ ରହିବ। ଆଗାମୀ ୫ ବର୍ଷରେ ପ୍ରାୟ ୨.୫ କୋଟି ଗିଗ୍ ଓ୍ବାକର୍ସ ଓ ମାନୁଫାକଚରିଂ ସେକ୍ଟରର କର୍ମଚାରୀଙ୍କୁ ଏହି ନୂଆ ବ୍ୟବସ୍ଥା ପରିସରରେ ଅଣାଯିବ। ଏହାଛଡା ଗୋଟିଏ ୟୁଏଏନ୍ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର)କୁ ବହୁ ନିଯୁକ୍ତିଦାତା କିମ୍ବା ଡିଜିଟାଲ ପ୍ଲାଟଫର୍ମ ସହ ଯୋଡିବାର ସୁବିଧା ବି ମିଳିବ। ଏହାଦ୍ବାରା ଯେଉଁ ଲୋକଙ୍କ ଏକରୁ ଅଧିକ ସ୍ଥାନରୁ ଆୟ ହୁଏ, ସେମାନେ ଗୋଟିଏ ଖାତାରୁ ନିଜର ସବୁ ପିଏଫ୍ ଓ ପେନଶନ୍ ସମ୍ପର୍କିତ ସୂଚନା ଦେଖିପାରିବେ।
ଯୋଜନା ଦ୍ବାରା ଳୋକଙ୍କୁ ମିଳିବ ଅଧିକ ଫ୍ଲେକ୍ସିବିଲିଟି
ରିଟାୟରମେଣ୍ଟ ପରେ ଏହି ଯୋଜନା ଲୋକଙ୍କୁ ଅଧିକ ଫ୍ଲେକ୍ସିବିଲିଟି ଦେବାର ଚେଷ୍ଟା କରିବ। ଯଦି କୌଣସି ବ୍ୟକ୍ତିଙ୍କ ଖାତାରେ ରିଟାୟମେଣ୍ଟର ସମୟ ୧ କୋଟି ଟଙ୍କା ଜମା ରହିଛି ଓ ଏହା ଉପରେ ୮% ବାର୍ଷିକ ସୁଧ ମିଳିଥାଏ, ତେବେ ତାକୁ ପ୍ରତି ବର୍ଷ ୮ ଲକ୍ଷ ଟଙ୍କାର ସୁଧ ରୂପରେ ମିଳିବ। ବ୍ୟକ୍ତି ଯଦି ଚାହିଁବେ ତେବେ ସୁଧ ଟଙ୍କାକୁ ନେଇ ମୂଳଧନ ସୁରକ୍ଷିତ ରଖିପାରିବେ କିମ୍ବା ଆବଶ୍ୟକତା ପଡିଲେ ମୂଳଧନରୁ ଅଧିକ ଟଙ୍କା ବାହାର କରିପାରିବେ। ଏହା ଦ୍ବାରା ପ୍ରତି ବ୍ୟକ୍ତି ନିଜର ଆର୍ଥିକ ସ୍ଥିତି ଓ ଆବଶ୍ୟକତା ଅନୁସାରେ ପେନଶନ୍ ଯୋଜନା ତିଆରି କରିପାରିବେ।
CBS ଆଧାରିତ ଆଡଭାନ୍ସ ଟେକ୍ନୋଲୋଜି
ଏହି ସବୁ ସୁବିଧା ସୁଚାରୁ ରୂପରେ ସଞ୍ଚାଳିତ କରିବା ପାଇଁ ଇପିଏଫଓ ୩.୦ କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ୍(CBS ) ଆଧାରିତ ଆଡଭାନ୍ସ ଟେକ୍ନୋଲୋଜ ସହ ଯୋଡାଯିବ। ଇପିଏଫ୍ଓ ପୂର୍ବରୁ ହିଁ ନିଜର ୨.୦ ବ୍ୟବସ୍ଥା ଅନୁସାରେ, ୧୨୩ କ୍ଷେତ୍ରୀୟ ଡାଟାବେସ୍କୁ ଏଣ୍ଟ୍ରିଗ୍ରେଟ୍ କରିସାରିଛି। ଏହା ନୂଆ ଟେକ୍ନୋଲୋଜି ଜରିଆରେ କ୍ଲେମ ପ୍ରୋସେସିଂ, ଖାତର ସୂଚନା ଓ ପେନଶନ୍ ମ୍ୟାନେଜମେଣ୍ଟ ପୂର୍ବ ଅପେକ୍ଷା ଆହୁରି ଅଧିକ ଦ୍ରୁତ ଓ ପାରଦର୍ଶି ହେବାର ଆଶା କରାଯାଉଛି। ତେବେ ଏହି ପ୍ରସ୍ତାବ ଏବେ ବିଚାରଧୀନ ରହିଛି। ସରକାର ଏହାର କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିନାହାନ୍ତି।