ନୂଆଦିଲ୍ଲୀ ୧୦/୦୫: କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସେଲିବ୍ରିଟିଙ୍କ ଜଲ୍‌ୱା ଜାରି ରହିଛି । ଏହି କ୍ରମରେ ଖବରରେ ଅଛନ୍ତି ଉର୍ବଶୀ ରୌତେଲା । କାନ୍‌ରେ ଯୋଗ ଦେବାର ପ୍ରଥମ ଦିନ ଶୁଆଭଳି କ୍ଲଚ୍‌, ୨ୟ ଦିନ ଏକ ଡୋର୍‌ରେ ଫସିବା ଯୋଗୁ ଟ୍ରୋଲର୍‌ଙ୍କ ଟାର୍ଗେଟ୍‌କୁ ଆସିଥିଲେ ଉର୍ବଶୀ । ଏବେ କାନ୍‌ ରେଡ୍‌ କାର୍ପେଟ୍‌ରେ ପିନ୍ଧିଥିବା ପୋଷାକ ଫାଟିବା ଯୋଗୁ ସେ ସମାଲୋଚିତ ହେଉଛନ୍ତି । ତେବେ ପୋଷାକ ଫାଟିବା ସତ୍ତେ୍ୱ ପୂରା ଆତ୍ମବିଶ୍ୱାସର ସହ ଉର୍ବଶୀ ୱାକ୍‌ ଶେଷ କରିଥିଲେ । କାନ୍‌ ରେଡ୍‌ କାର୍ପେଟ୍‌ରୁ ଉର୍ବଶୀଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି । 

କାନ୍‌ରେ ନିଜର ଶେଷ ଦିନ ସେ କଳା ନେଟ୍‌ କାନ୍ଧଯୁକ୍ତ ଲମ୍ବା ଗାଉନ୍‌ ପିନ୍ଧିଥିଲେ । କେଶକୁ ଜୁଡ଼ା କରିଥିଲେ । କିନ୍ତୁ ଫ୍ଲାଇଙ୍ଗ୍‌ କିସ୍‌ ଦେବାକୁ ଉର୍ବଶୀ ଯେମିତି ହାତ ଉପରକୁ ଉଠାଇଲେ, ସମସ୍ତଙ୍କ ନଜର ତାଙ୍କ କାନ୍ଧ ତଳକୁ ଗଲା, ଯେଉଁଠି ତାଙ୍କ ଡ୍ରେସ୍‌ ଫାଟିଥିଲା । ଭିଡିଓ ସାମ୍ନାକୁ ଆସିବା ପରଠୁ ଉର୍ବଶୀଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି । ୟୁଜର୍‌ ଲେଖିଛନ୍ତି, ଉର୍ବଶୀ ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏ କାନ୍‌ରେ ଫଟା ଡ୍ରେସ୍‌ ପିନ୍ଧିଛନ୍ତି । ଉର୍ବଶୀ ନିଜେ ମଧ୍ୟ ସମାନ ପୋଷାକର ଫଟୋ ପୋଷ୍ଟ୍‌ କରିଛନ୍ତି । କିନ୍ତୁ ସେଥିରେ ଫଟା ଡ୍ରେସ୍‌ ନଜର ଆସୁନାହିଁ । କାନ୍‌ର ୨ୟ ଦିନ ଉର୍ବଶୀ ନିଜର ହେଭି ଡ୍ରେସ୍‌ ସହିତ ଏକ ରିଭଲ୍‌ଭିଂ ଡୋର୍‌ରେ ଫସିଥିଲେ । ତାଙ୍କୁ ବାହାର କରିବାକୁ ଟିମ୍‌ ଖୁବ୍‌ ପରିଶ୍ରମ କରିଥିଲା । ଘଟଣାଟି କ୍ଲାଟର୍ନ ହୋଟେଲର ଥିଲା, ଯେଉଁଠି ଉର୍ବଶୀ ରହିଥିଲେ । ସେ ଦିନ ଉର୍ବଶୀ ଅଫ୍‌ ହ୍ୱାଇଟ୍‌ ଲଙ୍ଗ୍‌ ଟ୍ରେଲ୍‌ ଡ୍ରେସ୍‌ ପିନ୍ଧି କାନ୍‌କୁ ଯାଉଥିଲେ । କିନ୍ତୁ ପ୍ରବେଶ ଦ୍ୱାରରେ ହିଁ ତାଙ୍କ ପୋଷାକ ଫସିଗଲା । ସେ ପ୍ରାୟ ୨୫ ମିନିଟ୍‌ ସେଠାରେ ଫସିରହିଲେ ।