ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

Oops Moment ର ଶିକାର ହେଲେ ଉର୍ବଶୀ, ଡ୍ରେସ୍‌ ଫାଟିବା ଯୋଗୁ ସମାଲୋଚିତ

Published By : Krishna Priya | May 20, 2025 9:35 AM

ନୂଆଦିଲ୍ଲୀ ୧୦/୦୫: କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସେଲିବ୍ରିଟିଙ୍କ ଜଲ୍‌ୱା ଜାରି ରହିଛି । ଏହି କ୍ରମରେ ଖବରରେ ଅଛନ୍ତି ଉର୍ବଶୀ ରୌତେଲା । କାନ୍‌ରେ ଯୋଗ ଦେବାର ପ୍ରଥମ ଦିନ ଶୁଆଭଳି କ୍ଲଚ୍‌, ୨ୟ ଦିନ ଏକ ଡୋର୍‌ରେ ଫସିବା ଯୋଗୁ ଟ୍ରୋଲର୍‌ଙ୍କ ଟାର୍ଗେଟ୍‌କୁ ଆସିଥିଲେ ଉର୍ବଶୀ । ଏବେ କାନ୍‌ ରେଡ୍‌ କାର୍ପେଟ୍‌ରେ ପିନ୍ଧିଥିବା ପୋଷାକ ଫାଟିବା ଯୋଗୁ ସେ ସମାଲୋଚିତ ହେଉଛନ୍ତି । ତେବେ ପୋଷାକ ଫାଟିବା ସତ୍ତେ୍ୱ ପୂରା ଆତ୍ମବିଶ୍ୱାସର ସହ ଉର୍ବଶୀ ୱାକ୍‌ ଶେଷ କରିଥିଲେ । କାନ୍‌ ରେଡ୍‌ କାର୍ପେଟ୍‌ରୁ ଉର୍ବଶୀଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି । 

କାନ୍‌ରେ ନିଜର ଶେଷ ଦିନ ସେ କଳା ନେଟ୍‌ କାନ୍ଧଯୁକ୍ତ ଲମ୍ବା ଗାଉନ୍‌ ପିନ୍ଧିଥିଲେ । କେଶକୁ ଜୁଡ଼ା କରିଥିଲେ । କିନ୍ତୁ ଫ୍ଲାଇଙ୍ଗ୍‌ କିସ୍‌ ଦେବାକୁ ଉର୍ବଶୀ ଯେମିତି ହାତ ଉପରକୁ ଉଠାଇଲେ, ସମସ୍ତଙ୍କ ନଜର ତାଙ୍କ କାନ୍ଧ ତଳକୁ ଗଲା, ଯେଉଁଠି ତାଙ୍କ ଡ୍ରେସ୍‌ ଫାଟିଥିଲା । ଭିଡିଓ ସାମ୍ନାକୁ ଆସିବା ପରଠୁ ଉର୍ବଶୀଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି । ୟୁଜର୍‌ ଲେଖିଛନ୍ତି, ଉର୍ବଶୀ ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏ କାନ୍‌ରେ ଫଟା ଡ୍ରେସ୍‌ ପିନ୍ଧିଛନ୍ତି । ଉର୍ବଶୀ ନିଜେ ମଧ୍ୟ ସମାନ ପୋଷାକର ଫଟୋ ପୋଷ୍ଟ୍‌ କରିଛନ୍ତି । କିନ୍ତୁ ସେଥିରେ ଫଟା ଡ୍ରେସ୍‌ ନଜର ଆସୁନାହିଁ । କାନ୍‌ର ୨ୟ ଦିନ ଉର୍ବଶୀ ନିଜର ହେଭି ଡ୍ରେସ୍‌ ସହିତ ଏକ ରିଭଲ୍‌ଭିଂ ଡୋର୍‌ରେ ଫସିଥିଲେ । ତାଙ୍କୁ ବାହାର କରିବାକୁ ଟିମ୍‌ ଖୁବ୍‌ ପରିଶ୍ରମ କରିଥିଲା । ଘଟଣାଟି କ୍ଲାଟର୍ନ ହୋଟେଲର ଥିଲା, ଯେଉଁଠି ଉର୍ବଶୀ ରହିଥିଲେ । ସେ ଦିନ ଉର୍ବଶୀ ଅଫ୍‌ ହ୍ୱାଇଟ୍‌ ଲଙ୍ଗ୍‌ ଟ୍ରେଲ୍‌ ଡ୍ରେସ୍‌ ପିନ୍ଧି କାନ୍‌କୁ ଯାଉଥିଲେ । କିନ୍ତୁ ପ୍ରବେଶ ଦ୍ୱାରରେ ହିଁ ତାଙ୍କ ପୋଷାକ ଫସିଗଲା । ସେ ପ୍ରାୟ ୨୫ ମିନିଟ୍‌ ସେଠାରେ ଫସିରହିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.