ନୂଆଦିଲ୍ଲୀ,୨୯।୩: ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାରବେସ୍ ଉପରେ ଇରାନ ମିସାଇଲ ଓ ଡ୍ରୋନ୍ ହମଲାରେ ଆମେରିକାକୁ ବଡ଼ ଝଟକା। ଗତ ୨୭ ତାରିଖରେ ହୋଇଥିବା ଏହି ଆକ୍ରମଣରେ ଆମେରିକା ବାୟୁସେନାର ଗୁରୁତ୍ବପୂର୍ଣ୍ଣ E-3 Sentry AWACS (Airborne Warning and Control System) ବିମାନ କ୍ଷତିଗ୍ରସ୍ତ ହୋଇଛି। ଏହା ସହ ବିମାନରେ ଇନ୍ଧନ ଭରୁଥିବା ବହୁ ଟ୍ୟାଙ୍କର ବିମାନ ବି ଏହି ଆକ୍ରମଣରେ ନଷ୍ଟ ହୋଇଛି। ଇରାନର ଦାବି ଅନୁସାରେ, ଏହି ଆକ୍ରମଣରେ ୧୦ରୁ ଅଧିକ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ତାଙ୍କ ଭିତରୁ ଦୁଇଜଣ ଏବେ ବି ଗୁରୁତର ଅଛନ୍ତି। ସୋସିଆଲ ମିଡିଆରେ ସାମନାକୁ ଆସିଥିବା ଫଟୋ E-3 Sentry AWACS ବିମାନକୁ ପ୍ରବଳ କ୍ଷତି ହୋଇଚି। ତେବେ ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଇସଲାମିକ୍ ରିପବ୍ଳିକ୍ ଅଫ୍ ଇରାନ ବ୍ରଡକାଷ୍ଟିମ୍ ନିଜର ଏକ୍ସ ହାଣ୍ଡେଲରେ ଆକ୍ରମଣରେ ନଷ୍ଟହୋଇଥିବା ଏହି ବିମାନର ଫଟୋ ପୋଷ୍ଟ କରିଛି। ଫ୍ଲାଇଟ ଟ୍ରାକିଂ ଡାଟା ଅନୁସାରେ, ଆକ୍ରମଣ ପୂର୍ବରୁ ଏହି ବେସ୍ ଉପରେ ପ୍ରାୟ E-3 Sentry ବିମାନ ମୁତୟନ ଥିଲା। ଏହା ଏକ ସର୍ଭିଲାନ୍ସ ବିମାନ, ଯାହାର ବ୍ୟବହାର ଆକାଶରେ ଶତ୍ରୁର ଗତିବିଧି ଉପରେ ନଜର ରଖିବା ଓ ସମ୍ଭାବିତ ବିପଦ ବିଷୟରେ ଜାଣିବା ପାଇଁ ରହିଥାଏ। ଇରାନ ଆକ୍ରମଣରେ ଏହି ଗୁରୁତ୍ବପୂର୍ଣ୍ଣ ବିମାନର କ୍ଷତି ଦ୍ବାରା ଆମେରିକାର ଏରିୟଲ ଅପରେସନ୍ କ୍ଷମତାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଓ୍ବାଶିଂନ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ବିମାନର ଦାମ୍ ପ୍ରାୟ ୭୦୦ ମିଲିୟନ ଡଲାର ବା ୬୬୦ କୋଟି।

E-3 Sentry ବିମାନକୁ ଆମେରିକାର ଏରିୟଲ ଅପରେସନ୍‌ର ମେରୁଦଣ୍ଡ ବୋଲି କୁହାଯାଉଥିଲା। ଏହି ବିମାନ ଆକାଶରେ ଉଡୁଥିବା ଏକ କନଟ୍ରୋଲ ଆଣ୍ଡ କମାଣ୍ଡ ସେଣ୍ଟର ଭଳି ରହିଛି, ଯାହାକି ଆମେରିକା ବାୟୁସେନାକୁ ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଓ ରିକସେନ୍ସ (ଗୁଇନ୍ଦା ସୂଚନା)ଭଳି ଗୁରୁତ୍ବପୂର୍ଣ୍ଣ କ୍ଷମତା ପ୍ରଦାନ କରିଥାଏ। ୧୯୭୦ ଦଶରୁ ସେବାରେ ଥିବା ଏହି ବିମାନ ବହୁ ବଡ଼ ସାମରିକ ଅଭିଯାନ ଭଳି ଅପରେସନ୍ ଡେଜର୍ଟ ଷ୍ଟର୍ମ,କୋସଭୋ ଯୁଦ୍ଧ, ଇରାକ ଓ ଆଫଗାନିସ୍ତାନ ଅଭିଯାନ, ଅପରେସନ୍ ଇନହରେଣ୍ଟ ରିଜଲ୍ଭରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଆମେରିକା ବ୍ୟତୀତ ଫ୍ରାନ୍ସ, ବ୍ରିଟେନ୍ ଓ ସାଉଦି ଆରବ ଭଳି ବହୁ ଦେଶର ସେନା ଏହାର ବ୍ୟବହାର କରିଥାନ୍ତି। ଏୟାର ପାଓ୍ବାର ଏକ୍ସପର୍ଟଙ୍କ କହିବା ଅନୁସାରେ, ଏଭଳି ବିମାନକୁ କ୍ଷତି ହେବା ଖୁବ୍ ଗମ୍ଭୀର ସ୍ଥିତି ସୃଷ୍ଟି କରିପାରେ।

ଆହୁରି ପଢନ୍ତୁ :୩୦ ଦିନରେ ମଧ୍ୟପ୍ରାଚ୍ୟ ଯୁଦ୍ଧ : ୩୦ ହଜାରରୁ ଅଧିକ ଏୟାରଷ୍ଟ୍ରାଇକ୍ ,୮୭୦୦ମୃତ ଏବଂ ୫୯୦ ବିଲିୟନ ଡଲାର କ୍ଷତି