ନୂଆଦିଲ୍ଲୀ,୬।୧୦:ଆମେରିକୀୟ ସେନା ନୂତନ ଗ୍ରୁମିଂ ନୀତିକୁ ନେଇ ବିବାଦରେ ଫସିଛି। ନୂଆ ନିୟମବଳୀ ଅନୁସାରା, ଦାଢ଼ି ଏବଂ ଲମ୍ବା କେଶକୁ ରଖିବା ଉପରେ କଟକଣା ଲାଗୁ କରାଯାଇଛି। ଯାହାଫଳରେ ଶିଖ୍, ମୁସଲମାନ ଏବଂ ଅର୍ଥୋଡକ୍ସ ଯିହୁଦୀ ସୈନିକଙ୍କୁ ନିଜ ଧର୍ମ ଏବଂ ସେବା ମଧ୍ୟରୁ ଗୋଟିଏ ବାଛିବାକୁ ବାଧ୍ୟ କରୁଛି। ଅନେକ ଏହାକୁ ଆମେରିକୀୟ ମୂଲ୍ୟବୋଧର ଉଲ୍ଲଂଘନ ବୋଲି କହୁଛନ୍ତି।

ଏହି ବିବାଦ ସେତେବେଳେ ବୃଦ୍ଧି ପାଇଲା ଯେତେବେଳେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେସ୍କେଥ୍ ଦାଢ଼ିଥିବା ସୈନିକମାନଙ୍କୁ ‘ଦାଢ଼ିବାଲା’ ଏବଂ ‘ମୋଟା ଜେନେରାଲ‘ ବୋଲି କହି ପରିହାସ କରିଥିଲେ। ତାଙ୍କର ମନ୍ତବ୍ୟକୁ ଅପମାନଜନକ ଏବଂ ପକ୍ଷପାତପୂର୍ଣ୍ଣ ବୋଲି ସାଧାରଣରେ ନିନ୍ଦା କରାଯାଇଥିଲା।

ଶିରୋମଣି ଗୁରୁଦ୍ବାରା ପ୍ରବଦ୍ଧକ କମିଟି (ଏସ୍‌ଜିପିସି) ଆମେରିକୀୟ ନିଷ୍ପତ୍ତି ଉପରେ ଆପତ୍ତି ପ୍ରକାଶ କରିଛି। ଏସ୍‌ଜିପିସି ମୁଖପାତ୍ର ଗୁରୁଚରଣ ଗ୍ରେବାଲ କହିଛନ୍ତି, ଏହା ପ୍ରଥମ ଥର ଯେତେବେଳ ଶିଖ୍ କିମ୍ବା ପଞ୍ଜାବୀ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଯେତେବେଳେ ପଗଡି ହଟାଯାଇଥିଲା ଖ୍‌ଙ୍କୁ ହାତକଡି ଲଗାଯାଇଥିଲା। ତାଙ୍କୁ ଅପମାନିତ କରାଯାଇଥିଲା। ଏହା ଲୋକତାନ୍ତ୍ରିକ କିମ୍ବା ଠିକ୍ ନୁହେଁ। ସେ କହିଛନ୍ତି, ଏସ୍‌ଜିପିସି ଆମେରିକା ଗୁରୁଦ୍ବାରା ସହ ମିଶି ମାମଲାର ସୂଚନା ଏକାଠି କରିବ ଓ ଆଗାମୀ ପଦକ୍ଷେପ କ’ଣ ନିଷ୍ପତ୍ତି ନେବ।