ନୂଆଦିଲ୍ଲୀ, ୧୧/୦୪ : ହୋର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକାର ଭୟଙ୍କର ଦାବି। ଜଳମାର୍ଗରେ ଲ୍ୟାଣ୍ଡମାଇନ୍ ନେଟୱାର୍କ ବିଛେଇ ଭୁଲି ଯାଇଛି ଇରାନ। ସମୁଦ୍ର ଭିତରେ ଖୋଜି ଖୋଜି ବି ମିଳୁନି ଠିକଣା। ଜଣେ ଆମେରିକୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ ତେହରାନ ପାଖରେ ଲ୍ୟାଣ୍ଡମାଇନ୍ ନେଟୱାର୍କ ହଟାଇବାକୁ କ୍ଷମତା ନାହିଁ। ଇରାନ ଚାହିଁଲେ ବି ହୋର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରିବନି।
ଆମେରିକା-ଇସ୍ରାଏଲ୍ ଆକ୍ରମଣ ପରେ ତେହେରାନ ହୋର୍ମୁଜ ପ୍ରଣାଳୀରେ ଛୋଟ ଡଙ୍ଗା ସାହାଯ୍ୟରେ ଲ୍ୟାଣ୍ଡମାଇନ୍ ନେଟୱାର୍କର ଜାଲ ବିଛାଇଥିଲା। ଇରାନୀ ଡ୍ରୋନ୍, ଲ୍ୟାଣ୍ଡମାଇନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ଡରି ହୋର୍ମୁଜ୍ ଦେଇ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଏହାଦ୍ଵାରା ସାରା ବିଶ୍ଵରେ ଘୋର ଶକ୍ତି ସଙ୍କଟ ସୃଷ୍ଟି ହୋଇଥିଲା। ହୁ ହୁ ହୋଇ ଏଲପିଜି ଦର ବୃଦ୍ଧି ହୋଇଥିଲା। ତେବେ ହୋର୍ମୁଜର ଏକ ମାର୍ଗ ଖୋଲାଥିଲା। ଏହି ବାଟ ଦେଇ ଯାଉଥିବା ଜାହାଜ ଗୁଡ଼ିକରୁ ଇରାନ ଟ୍ୟାକ୍ସ ଆଦାୟ କରୁଥିଲା।
ସେପଟେ ଇସଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନାରେ ଆମେରିକା ହୋର୍ମୁଜ୍ ପ୍ରଣାଳୀକୁ ଖୋଲିବାକୁ ଦାବି କରିବ। ଏମିତରେ ସମୁଦ୍ର ଭିତରୁ ଲ୍ୟାଣ୍ଡମାଇନ୍ ନେଟୱାର୍କ ଖୋଜିବା ଇରାନ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିବ।
ଏହି ଖବରଟିକୁ ପଢନ୍ତୁ- ଧ୍ୱଂସସ୍ତୂପ ପାଲଟିଛି ଲେବାନନ, ତମ୍ବୁ ତଳେ ବିତୁଛି ୧୨ ଲକ୍ଷ ବିସ୍ଥାପିତଙ୍କ ଜୀବନ, ନାହିଁ ଖାଦ୍ୟ-ପାନୀୟ କି ସ୍ଥାୟୀ ଠିକଣା...