ନୂଆଦିଲ୍ଲୀ,୧୨/୦୮: ଆମେରିକାର ବଡ଼ ଘୋଷଣା । ପାକିସ୍ତାନ ସମର୍ଥିତ ଟିଆରଏଫକୁ ଆତଙ୍କୀ ସଂଗଠନ ଘୋଷଣା ପରେ ଏବେ ବଲୁଚ ଲିବରେସନ୍ ଆର୍ମି (BLA)କୁ ଆତଙ୍କୀ ସଂଗଠନ ଘୋଷଣା କରିଛି । ବଲୁଚ ଲିବରେସନ୍ ଆର୍ମି ଯାହାକୁ ମଜିଦ୍ ବିଗ୍ରେଡ୍ ବୋଲି ମଧ୍ୟ କୁହାଯାଏ । ତାକୁ ଆତଙ୍କୀ ସଂଘଠନ ଘୋଷିତ ହୋଇଛି । ବିଦେଶୀ ଆତଙ୍କୀବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ପାକିସ୍ତାନରେ ଦୀର୍ଘ ଦିନ ଧରି ବିଚ୍ଛିନ୍ନବାଦୀ ଆନ୍ଦୋଳନ ଚଳାଇଛି ବିଏଲ୍ଏ । ଆତଙ୍କୀ ସମୂହ ବିଏଲ୍ଏ ପାକିସ୍ତାନର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ବଲୁଚିସ୍ତାନରେ ସ୍ୱାଧୀନତାର ଆନ୍ଦୋଳନ ଲଢୁଛି । ଏହି ପ୍ରଦେଶ ଉତ୍ତରରେ ଆଫଗାନିସ୍ତାନ ଏବଂ ପଶ୍ଚିମରେ ଇରାନକୁ ସୀମାକୁ ଲାଗିଛି । ଗତ ଜୁଲାଇ ୧୮ରେ ପାକିସ୍ତାନ ସମର୍ଥିତ ଟିଆରଏଫ୍କୁ ଆତଙ୍କୀବାଦୀ ସଂଗଠନ ଘୋଷଣା କରିଥିଲା ଆମେରିକା । ପହଲଗାମ ଆକ୍ରମଣ ପାଇଁ ଟିଆରଏଫ୍କୁ ଦାୟୀ କରିଥିଲା ପେଣ୍ଟାଗନ୍ । ଲସ୍କର-ଏ-ତଇବାର ଶାଖା ସଂଗଠନ ହେଉଛି ଟିଆରଏଫ୍ ।
ଅନେକ ବଡ଼ ହମଲା ପାଇଁ ଦାୟୀ ବିଏଲ୍ଏ- ମଜିଦ୍ ବ୍ରିଗେଡ୍କୁ ବିଦେଶୀ ଆତଙ୍କବାଦୀ ସଂଗଠନ (FTO)ରେ ରଖାଯାଇଛି । ୨୦୧୯ ମସିହାରେ, ଆମେରିକା ବିଏଲ୍କୁ ସ୍ୱତନ୍ତ୍ର ଭାବରେ ମନୋନୀତ ବିଶ୍ୱ ଆତଙ୍କବାଦୀ ତାଲିକାରେ ରଖିଥିଲା । ବୈଦେଶିକ ବିଭାଗ ଅନୁଯାୟୀ, ୨୦୧୯ ମସିହାରୁ ବିଏଲ୍ଏ ପାକିସ୍ତାନରେ ଅନେକ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ରହିଛି । ୨୦୨୪ରେ କରାଚୀ ବିମାନବନ୍ଦର ଏବଂ ଗ୍ୱାଦର ବନ୍ଦର ପ୍ରାଧିକରଣ କମ୍ପ୍ଲେକ୍ସ ନିକଟରେ ଆତ୍ମଘାତୀ ଆକ୍ରମଣ କରିଥିବା ନେଇ ନିଜକୁ ଦାୟୀ କରିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଅପହରଣ କରିଥିଲା । ଟ୍ରେନଟି କ୍ୱେଟାରୁ ପେଶାୱାର ଯାଉଥିବା ସମୟରେ ଏହାକୁ ହାଇଜ୍ୟାକ କରାଯାଇଥିଲା । ବିଏଲ୍ଏ ୩୦୦ ଯାତ୍ରୀଙ୍କୁ ବନ୍ଧକ ରଖିଥିଲା । ଘଟଣାରେ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ସମେତ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏହା ବି ପଢନ୍ତୁ...ପାକିସ୍ତାନ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା; ପହଲଗାମ ନରସଂହାର ପାଇଁ କଲା ଦାୟୀ
ଆତଙ୍କବାଦ ବିରୋଧରେ ପ୍ରତିବଦ୍ଧ- ବୈଦେଶିକ ବିଭାଗ କହିଛି ଯେ, ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ସହିତ ଆତଙ୍କବାଦ ବିରୋଧରେ ଲଢେଇରେ ନିଜର ପ୍ରତିବଦ୍ଧତା ଦେଖାଇଛି । ବୈଦେଶିକ ବିଭାଗ ଅନୁଯାୟୀ, ସଂଗଠନଗୁଡ଼ିକୁ ଆତଙ୍କବାଦୀ ତାଲିକାରେ ରଖିବା ଏହା ଦର୍ଶାଉଛି କି ଆମେରିକା ଏହି ବିପଦ ସହିତ କିପରି ଲଢ଼ିଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ମିଳୁଥିବା ସମର୍ଥନକୁ ଦୂର କରିବାରେ କେତେ ପ୍ରଭାବଶାଳୀ ଭାବରେ ନିୟୋଜିତ ଅଛି । ପ୍ରବାସ ଏବଂ ଜାତୀୟତା ଆଇନର ଧାରା ୨୧୯ ଅନୁଯାୟୀ ନିଷ୍ପତ୍ତି ନିଆଯାଇଥିବା କହିଛି ଆମେରିକାର ବୈଦେଶିକ ବିଭାଗ ।