ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସତର୍କବାଣୀ: ଏସିଆର ସନ୍ତୁଳନ ବିଗାଡ଼ିବ ଚୀନ୍‌,୨୦୨୭ ସୁଦ୍ଧା ତାଇୱାନ୍‌ ଉପରେ ହମ୍‌ଲା କରିବ

Published By : Prameya | June 1, 2025 9:56 AM

ସିଙ୍ଗାପୁର,୦୧/୦୬: ଏସିଆର ସନ୍ତୁଳନ ବିଗାଡ଼ିବା ପାଇଁ ପ୍ରସ୍ତୁତି ଚଳାଇଛି  ଚୀନ୍‌ । ୨୦୨୭ ସୁଦ୍ଧା ଏହା ତାଇୱାନ୍‌କୁ ଦଖଲ  କରିନେବ । ଚୀନ୍‌ର ଏଭଳି କାର୍ଯ୍ୟ ଯୋଗୁ  ସମଗ୍ର ବିଶ୍ୱ ପ୍ରଭାବିତ ହେବ । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗ୍‌ସେଥ୍‌ ଶନିବାର  ଏହି ବୟାନ ଦେଇଛନ୍ତି । ଅନ୍ୟପକ୍ଷରେ ଚୀନ୍‌  ଏହି ଅଭିଯୋଗକୁ ଖଣ୍ଡନ କରିଛି । 

ସିଙ୍ଗାପୁରରେ ଅନୁଷ୍ଠିତ ସାଙ୍ଗରି-ଲା ବକ୍ତୃତା କାର୍ଯ୍ୟକ୍ରମରେ ଆମେରିକା ପ୍ରତିରକ୍ଷା  ମନ୍ତ୍ରୀ କହିଛନ୍ତି, ଚୀନ୍‌ ଯଦି ଜୋର ଜବରଦସ୍ତ  ତାଇୱାନକୁ କବ୍‌ଜା ପାଇଁ ଉଦ୍ୟମ କରେ,  ତେବେ ଏହାର ପ୍ରଭାବ ଭାରତ-ପ୍ରଶାନ୍ତ  ମହାସାଗର ଅଞ୍ଚଳ ତଥା ସମଗ୍ର ବିଶ୍ୱ ଉପରେ  ପଡ଼ିବ । ଚୀନ୍‌ ସାଇବର ଆକ୍ରମଣ, ପଡ଼ୋଶୀ  ଦେଶକୁ ଭୟଭୀତ କରାଇବା ଏବଂ ଦକ୍ଷିଣ  ଚୀନ୍‌ ସାଗରରେ ବେଆଇନ କବ୍‌ଜା ଭଳି  କାର୍ଯ୍ୟ ଜାରି ରଖିଛି। ଚୀନ୍‌ ଲଗାତର ଭାବେ  ତାଇୱାନ ନିକଟରେ ଯୁଦ୍ଧାଭ୍ୟାସ କରୁଛି । ତାଇୱାନ ଉପରେ ବଡ଼ ହମଲା ପାଇଁ ପ୍ରସ୍ତୁତି  ଚଳାଇଛି ।

ଚୀନ୍‌ ପଟୁ ସୃଷ୍ଟି ହୋଇଥିବା ଏହି  ବିପଦ ବାସ୍ତବ । ଆମେରିକା ଏବଂ ଏହାର  ସହଯୋଗୀ ଦେଶଗୁଡ଼ିକ ଚୀନ୍‌ର ଆକ୍ରାମକତାର  ମିଳିତ ଭାବେ ମୁକାବିଲା କରିବେ । ଚୀନ୍‌କୁ  ରୋକିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ବ୍ୟବସାୟ ଓ  ପ୍ରତିରକ୍ଷା ଉଭୟ ଦିଗରୁ କାର୍ଯ୍ୟ କରୁଛି । ଆମେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି,  ସ୍ଥିରତା ଓ ସୁରକ୍ଷା ଚାହୁଁଛୁ । ଭାରତ ସହିତ  ଆମେରିକା ପ୍ରତିରକ୍ଷା ସମ୍ପର୍କ ସମ୍ପ୍ରସାରଣ  କରୁଛି । ଟାଇଗର ଟ୍ରାୟମ୍ପ୍‌’ ଭଳି ଯୁଦ୍ଧାଭ୍ୟାସ  ଜରିଆରେ ଭାରତ ସହ ଆମେରିକାର ସୁରକ୍ଷା  ତଥା ରଣନୀତିକ ସହଯୋଗିତା ବୃଦ୍ଧି ପାଇବ ।ଏହାବ୍ୟତୀତ କ୍ୱାଡ୍‌ ଦେଶ ମଧ୍ୟରେ ଆହୁରି  ସମନ୍ୱୟ ଲୋଡ଼ା ବୋଲି ହେଗ୍‌ସେଥ କହିଛନ୍ତି । 

ସିଙ୍ଗାପୁରରେ ଥିବା ଚୀନ୍‌ ପ୍ରତିନିଧି  ଦଳ ହେଗ୍‌ସେଥଙ୍କ ଦାବିକୁ ଖଣ୍ଡନ କରିଛି ।  ତାଙ୍କ ଅଭିଯୋଗକୁ ଆଧାରହୀନ ଦର୍ଶାଇଛି ।  ଚୀନ୍‌ ପ୍ରତିନିଧି ଦଳର ମୁଖ୍ୟ ହୁ ଗାଙ୍ଗ୍‌ଫେଙ୍ଗ  କହିଛନ୍ତି, କିଛି ଯୁକ୍ତି ତଥ୍ୟାତ୍ମକ ହୋଇପାରେ ।  କିନ୍ତୁ ଅଧିକାଂଶ ଦାବି ଭିତ୍ତିହୀନ । କିଛି ମାମଲା ‘ଚୋରକୁ ରୋକିବାକୁ ଚୋର କାନ୍ଦୁଥିବା’ ଭଳି ମନେହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.