ନୂଆଦିଲ୍ଲୀ,୧୫/୦୬; ଥମିବ ଯୁଦ୍ଧ । ଫେରିବ ଶାନ୍ତି । ଖୋଲିବ ହୋର୍ମୁଜ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ୍-ଆମେରିକା ମଧ୍ୟରେ ଐତିହାସିକ ଶାନ୍ତିଚୁକ୍ତି ଫାଇନାଲ୍ ହୋଇଛି । ଜୁନ୍ ୧୯ରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ସ୍ୱାକ୍ଷରିତ ହେବ ଶାନ୍ତିଚୁକ୍ତି । ଯୁଦ୍ଧ ରୋକିବାକୁ ଶାନ୍ତି ଚୁକ୍ତି ପାଇଁ ଭୟୟ ଦେଶ ସହମତ ହୋଇଛନ୍ତି । ଡିଲ୍ରେ ୧୪ ମୁଦ୍ଦା ଉପରେ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି . ୮୦ ତମ ଜନ୍ମଦିନ ଅବସରରେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା ହୋଇଛି । ଐତିହାସିକ ଶାନ୍ତି ଡିଲ୍ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ହୋଇଛି । ଏବେ ଖୋଲିବ ହୋର୍ମୁଜ ପ୍ରଣାଳୀ । ଅବରୋଧ ହଟାଇବ ଆମେରିକା । ଅର୍ଥାତ ଆସନ୍ତା ୪ ଦିନ ପରେ ହୋର୍ମୁଜ ଷ୍ଟ୍ରିଟ୍ ଖୋଲିବ ।
ଫେବୃଆରୀରୁ ଆରମ୍ଭ ହୋଇଥିବା ଆମେରିକା- ଇରାନ୍ ଯୁଦ୍ଧ ୪ ମାସ ପରେ ଶେଷ ହେବାକୁ ଯାଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ଲାଗି ପ୍ରସ୍ତୁତ କରାଯାଇଥିବା ଚିଠା ବା ଡ୍ରାଫ୍ଟରେ ଉଭୟ ପକ୍ଷ ମଧ୍ୟରୁ ସହମତି ପ୍ରକାଶ ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ଡ୍ରାଫ୍ଟରେ ପରମାଣୁ କାର୍ଯ୍ୟକ୍ରମ, ଇରାନୀ ତୈଳ ଉପରେ କଟକଣା ହଟାଯିବା, ଇରାନର ଜବତ ହୋଇଥିବା ସମ୍ପତ୍ତି ଆମେରିକା ରିଲିଜ କରିବା ସମେତ ହୋର୍ମୁଜ ସହ ଜଡ଼ିତ ପ୍ରସଙ୍ଗ ସ୍ଥାନିତ ହୋଇଛି । ଆମେରିକା ଏବଂ ଇରାନ ଏକ ଐତିହାସିକ ଶାନ୍ତି ଚୁକ୍ତିନାମା ଆସନ୍ତା ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷରିତ ହେବା ଆଶା କରାଯାଉଛି । ଏହା ପରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଗାମୀ ୬୦ ଦିନ ମଧ୍ୟରେ ବିସ୍ତୃତ ଆଲୋଚନା ହେବ ବୋଲି ରିପୋର୍ଟ ମିଳିଛି ।ଶାନ୍ତି ଚୁକ୍ତିନାମା ଘୋଷଣା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା-ଇରାନ ଶାନ୍ତି ଚୁକ୍ତିନାମାରେ ପହଞ୍ଚିଛି । "ମୁଁ ଏବେ ହୋର୍ମୁଜ ପ୍ରଣାଳୀକୁ ଟୋଲ୍-ଫ୍ରି ଖୋଲିବା ଏବଂ ନୌସେନା ଅବରୋଧ ଉଠାଇବା ପାଇଁ ଅନୁମୋଦନ କରୁଛି । ତଥାପି, ଇରାନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଏହାର ନିଷ୍ପତ୍ତି ଘୋଷଣା କରିନାହିଁ । ବିଶ୍ୱର ଦେଶଗୁଡ଼ିକ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି । କାରଣ ଅନେକ ଏହି ଯୁଦ୍ଧର ଶେଷ ପାଇଁ ଅପେକ୍ଷା କରିଥିଲେ । ଜାପାନ ଶାନିଚୁକ୍ତିକୁ ସ୍ୱାଗତ କରିବା ସହ ବଡ଼ ପଦକ୍ଷେପ ବୋଲି କହିଛି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ପିସ୍ ଡିଲକୁ ସ୍ୱାଗତ କରିଥିବା ଏକ୍ସରେ ପୋଷ୍ଟ କରିଛନ୍ତି ।
ଏହା ବି ପଢନ୍ତୁ...ମହାରାଷ୍ଟ୍ରର ପଣ୍ଡରପୁରରେ ଭୟଙ୍କର ଦୁର୍ଘଟଣା, କୂଅକୁ ଖସିଲା ତୀର୍ଥଯାତ୍ରୀ ଭରା ପିକଅପ୍ ଭ୍ୟାନ୍, ୧୪ ମୃତ…
ଇରାନ୍ର ପ୍ରମୁଖ ଦାବି- ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍ଟ ଏଓୟୁ ଜାରି କରିଛି ଇରାନ୍ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ୧୪ ପ୍ରମୁଖ ଦାବି ରଖିଛି ଇରାନ୍ । ୩୦ ଦିନ ଭିତରେ ହୋର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା । ଇରାନ୍ର ଫ୍ରିଜ୍ ହୋଇଥିବା ୧୨ ବିଲିଅନ୍ ଡଲାର ରିଲିଜ କରିବ । ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା । ଇରାନରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦିଆଯିବ । ଆର୍ଥିକ ସହାୟତା ଦେବ ଆମେରିକା ଓ ସହଯୋଗୀ ଦେଶ ।