​​​​​​​ନୂଆଦିଲ୍ଲୀ: ବୟସ କମ୍, ତଥାପି କାରନାମା ଏଭଳି କେହି କେବେ ବିଶ୍ବାସ କରିପାରିବେନି । ନିଜଠାରୁ ବୟସରେ ବଡ଼ ଝିଅକୁ କଲା ଦୁଷ୍କର୍ମ । ଆଉ ଭିଡିଓ ବନାଇ କରୁଛି ବ୍ଲାକମେଲ୍ । ମାତ୍ର ୧୪ ବର୍ଷର ବାଳକର ଏଭଳି କାରନାମା ଜାଣିଲେ ଆପଣ ବି କରିବେ ଛି ଛି.. । ପଞ୍ଜାବରୁ ଏଭଳି ଏକ ଲଜ୍ଜା ଖବର ସାମ୍ନାକୁ ଆସିଛି । ୧୬ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବାବେଳେ ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ତଦନ୍ତ କରୁଛି । ଏବେ ଏହି ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି ।

ଉଭୟ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢ଼ନ୍ତି । ତଥାପି ସେମାନଙ୍କର ସ୍ନାପଚାଟରୁ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ସେମାନେ ଭଲ ବନ୍ଧୁ ମଧ୍ୟ ହେଲେ ଆଉ ପରେ ଫୋନରେ କଥାହେବା ଆରମ୍ଭ କଲେ । ନାବାଳିକାଙ୍କ ପାଖରୁ ଟଙ୍କା ମଧ୍ୟ ଖର୍ଚ୍ଚ ପାଇଁ ନେଉଥିଲେ । ଉଭୟଙ୍କ ସମ୍ପର୍କ ବଢ଼ିବାରେ ଲାଗିଥିଲା । ଆଉ ନାବାଳିକାଙ୍କୁ ତାଙ୍କ ଘରକୁ ନେବାକୁ ମଧ୍ୟ କହିଥିଲା ନାବାଳକ ଜଣକ ।

ନାବାଳକ କଥାରେ ଗାଡ଼ିରେ ବସି ତାଙ୍କ ଜେଜେମାଆଙ୍କୁ ଦେଖା କରିବା ପାଇଁ ବାହାରିଥିଲେ । ସେମାନେ ଜେଜେଙ୍କ ଘରେ ପହଞ୍ଚିଥିଲେ ସତ । ହେଲେ ସେଠାରେ କେହି ନଥିଲେ । ଏହାର ସୁଯୋଗ ନେଇ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଆଉ ଦୁଷ୍କର୍ମ ସମୟର ଭିଡିଓ ରଖି ବ୍ଲାକମେଲ କରିବା ଆରମ୍ଭ କରିଥିଲା । ମୁଁ ଯେବେ ଡାକିବି ସେବେ ଆସିବୁ ବୋଲି କହିଥିଲା । ଏହାସହ ଯଦି କାହାକୁ କହିବୁ ତାହେଲେ ଭିଡିଓ ଭାଇରାଲ କରିଦେବି ବୋଲି ମଧ୍ୟ ଧମକ ଦେଇଥିଲା ।

ଝିଅଟି ସେବେଠାରୁ ସବୁବେଳେ ଡରି ଡରି ରହୁଥିଲା । ପରିବାର ଲୋକେ ସନ୍ଦେହ କରିବା ଆରମ୍ଭ କରିଥିଲେ । ଶେଷରେ କାନ୍ଦି କାନ୍ଦି ତାଙ୍କ ମାଆଙ୍କୁ ସବୁ କଥା କହିଥିଲେ ନାବାଳିକା ଜଣକ । ପୀଡ଼ିତାଙ୍କ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଥିବାବେଳେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ନାବାଳକକୁ ଗିରଫ କରାଯାଇଛି ।

ଏହାସହ ପଢ଼ନ୍ତୁ : Urmila Matondkar Net Worth: ଉର୍ମିଳାଙ୍କ ବିତାଉଛନ୍ତି ବିଳାଶପୂର୍ଣ୍ଣ ଜୀବନ, ଜାଣନ୍ତୁ କେଉଁଠୁ କରନ୍ତି କେତେ ରୋଜଗାର ?