ନୂଆଦିଲ୍ଲୀ,୦୨/୦୩; ଆମେରିକା ଓ ଇସ୍ରାଏଲ ସେନା ପକ୍ଷରୁ ମିଳିତ ଭାବେ ଇରାନ ଉପରେ ଆକ୍ରମଣ ତୃତୀୟ ଦିନରେ ପହଞ୍ଚିଛି । ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ଚୁପ୍ ବସିନାହିଁ ଇରାନ । ଖାମେନେଇଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇଛି ଇରାନ । ସାଙ୍ଘାତିକ ଜବାବ ଦେଇ ଇରାନ ଦୁବାଇ ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ନେଇ ଇସ୍ରାଏଲ ସମେତ ୯ଟି ଦେଶ ଉପରେ ଆକ୍ରମଣ କରିଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରୋଧିତ ହୋଇଛନ୍ତି । ଇରାନ ସେନାକୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଅସ୍ତ୍ର ଛାଡ ନତେଚ୍ ମୃତ୍ୟୁ ନିଶ୍ଚିତ ହେବ ।

'ଅସ୍ତ୍ର ଛାଡ ନଚେତ୍‌'- ଇରାନ ଏବଂ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମରେ ମିଡିଲ ଇଷ୍ଟ ଜଳୁଛି । ଇରାନ ତାର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହରାଇ କ୍ରୋଧିତ ହୋଇ ପ୍ରତିଶୋଧ ପରାୟଣ ହୋଇଛି । ଆମେରିକା ସମେତ ଅନେତ ଦେଶକୁ ଟାର୍ଗେଟ କରିଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଇରାନକୁ ଚେତାବନୀ ଦେଇଛନ୍ତି । ଇରାନ୍ ସେନାକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଅସ୍ତ୍ର ଛାଡ଼, ନଚେତ୍ ମୃତ୍ୟୁ ନିଶ୍ଚିତ । ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ । ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି । ୫୦ ବର୍ଷ ଧରି ଏମାନେ ଆମେରିକା, ଇସ୍ରାଏଲ୍ ଉପରେ ଆକ୍ରମଣ କରି ଚାଲିଥିଲେ । ଏମାନେ ବିଶ୍ୱ ଆତଙ୍କବାଦର ପ୍ରଥମ ରାଷ୍ଟ୍ର ପ୍ରାୟୋଜକ । ଇରାନର ୯ଟି ଜାହାଜ ସହ ସେମାନଙ୍କ ନୌସେନା ବିଲ୍ଡିଂକୁ ଧ୍ବଂସ କରିଛୁ । ଖାମେନେଇଙ୍କ ମୃତ୍ୟୁ ପରେ ଇରାନବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଯୁଦ୍ଧ ଅଭିଯାନ ଜାରି ରହିଛି, ଉଦ୍ଦେଶ୍ୟ ହାସଲ ନ ହେବା ଯାଏଁ ଜାରି ରହିବ । ପରମାଣୁ ଅସ୍ତ୍ର ରଖିବାକୁ ଆମେ ଇରାନକୁ କଦାପି ଅନୁମତି ଦେବୁନାହିଁ ।

ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ ଯେ,''ଇରାନ ଉପରେ ଏପରି ଶକ୍ତି ଦ୍ୱାରା ଆକ୍ରମଣ କରାଯିବ ପୂର୍ବରୁ କେବେ ଦେଖିନଥିବ । ଆଜି ସେ ପୁଣି କହିଛନ୍ତି, ଇରାନ ରେଭଲ୍ୟୁସନାରୀ ଗାର୍ଡ, ଇରାନ ସାମରିକ ବାହିନୀ ଏବଂ ପୁଲିସ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ମୃତ୍ୟୁ ନିଶ୍ଚିତ ।  ସଦ୍ୟ ଆକ୍ରମଣକୁ ଯଥାର୍ଥ ଦର୍ଶାଇ ଟ୍ରମ୍ପ କହିଛନ୍ତି, ଏହା ଠିକ୍ ଏହା ଦରକାର ଥିଲା । ଗତ ୫୦ ବର୍ଷ ହେବ ଆମେରିକା ଭୟରେ ବଞ୍ଚିଛି । ୫୦ ବର୍ଷ ହେବ ଆମେରିକା ଓ ଇସ୍ରାଏଲର ମୃତ୍ୟୁ ହେବ ନାରା ଦେଇ ଆକ୍ରମଣ କରିଆସିଛି ଇରାନ । ସେମାନେ ବିଶ୍ୱକର ଆତଙ୍କବାଦର ଏକ ନମ୍ବର ରାଷ୍ଟ୍ର ପ୍ରାୟୋଜକ । ମୁଁ ପୁଣି ଥରେ କହୁଛି ରିଭଲ୍ୟୁସନାରୀ ଗାର୍ଡ, ଇରାନ ସେନା ଏବଂ ପୁଲିସ ଅସ୍ତ୍ରଶସ୍ତ୍ର ଛାଡି ସମର୍ପଣ କରନ୍ତୁ ନଚେତ୍‌ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ।''

ଏହା ବି ପଢନ୍ତୁ...ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପିଏମ୍ ମୋଦି ଡକାଇଲେ ସିସିଏସ୍ ବୈଠକ,ଦିଲ୍ଲୀ ଫେରିବା ପରେ ହେବ ବଡ଼ ଆଲୋଚନା  

​​​​​​​୩ ଆମେରିକା ସେନା ଶହୀଦ- ଇରାନ ବନାମ ଆମେରିକା ଏବଂ ଇସ୍ରାଏଲ ସଂଘର୍ଷରେ ଆମେରିକୀୟ ସୈନ୍ୟଙ୍କ ମୃତାହତ ମଧ୍ୟ ନିଶ୍ଚିତ ହୋଇଛି । ଆମେରିକୀୟ ସୈନ୍ୟ ରବିବାର ଘୋଷଣା କରିଛନ୍ତି ଯେ, ଇରାନର ପ୍ରତି ଆକ୍ରମଣରେ ୩ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ୫ ଜଣ ଗୁରୁତର ଆହତ ହୋଇଛି । ଟ୍ରମ୍ପ ସେମାନଙ୍କ ମୃତ୍ୟୁକୁ ମିଶନର ଅଂଶ ଭାବେ ବର୍ଣ୍ଣନା କରି ଯୁଦ୍ଧ ଶେଷ ହେବା ଯାଏ ସଂଖ୍ୟା ଅଧିକ ବଢିପାରେ ବୋଲି କହିଛନ୍ତି ।