ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨୦୦ ସାପ କାମୁଡ଼ାର ଶିକାର ବ୍ୟକ୍ତିଙ୍କଠୁ ଅନନ୍ୟ ଆଣ୍ଟିଭେନମ୍

Published By : Anindita Ratha | May 4, 2025 10:36 AM

ନୂଆଦିଲ୍ଲୀ,୦୪/୦୫: ଆମେରିକାର ଜଣେ ବ୍ୟକ୍ତି ଦୀର୍ଘ ଦୁଇ ଦଶନ୍ଧି ଧରି ଜାଣିଶୁଣି ସାପ କାମୁଡ଼ା ଜରିଆରେ ନିଜ ଶରୀରକୁ ସାପ ବିଷ ଛାଡ଼ିଆସୁଥିଲେ । ଏବେ ତାଙ୍କ ରକ୍ତରୁ ଏକ ଅଦ୍ୱିତୀୟ ଆଣ୍ଟିଭେନମ୍‌ ବା ବିଷ ନିରୋଧକ ଔଷଧ ପ୍ରସ୍ତୁତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି । ପଶୁଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଲା, ଟିମ୍‌ ଫ୍ରିଡେଙ୍କ ରକ୍ତରେ ଥିବା ଆଣ୍ଟିବଡି ବିଭିନ୍ନ ପ୍ରକାର ସାପ ପ୍ରଜାତିଙ୍କର ଘାତକ ପ୍ରଭାବରୁ ସୁରକ୍ଷା ପ୍ରଦାନ କରୁଛି । ବର୍ତ୍ତମାନ ଥେରାପିକୁ କୌଣସି ବ୍ୟକ୍ତିଙ୍କୁ କାମୁଡ଼ିଥିବା ନିର୍ଦ୍ଦିଷ୍ଟ ବିଷଧର ସାପର ପ୍ରଜାତି ସହ ମ୍ୟାଚ୍‌ କରାଯାଉଛି । କିନ୍ତୁ ଫ୍ରିଡେଙ୍କ ୧୮ ବର୍ଷର ମିଶନ ସମସ୍ତ ପ୍ରକାର ସାପ କାମୁଡ଼ା ବିରୋଧରେ ଏକ ବିଶ୍ୱସ୍ତରୀୟ ଆଣ୍ଟିଭେନମ୍‌ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ । 

ସୂଚନାଯୋଗ୍ୟ, ସାପ କାମୁଡ଼ାରେ ବର୍ଷକୁ ହାରାହାରି ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ସେତିକି ନୁହେଁ, ଏହାଠୁ ତିନିଗୁଣ ଲୋକଙ୍କ ବିଷାକ୍ତ ଅଙ୍ଗକୁ କାଟିବାକୁ ପଡୁଛି, ଯାହା ଦ୍ୱାରା ସେମାନେ ସ୍ଥାୟୀ ଭାବେ ଅକ୍ଷମ ହୋଇଯାଉଛନ୍ତି । ଫ୍ରିଡେ ସର୍ବମୋଟ୍‌ ୨୦୦ରୁ ଅଧିକ ଥର ଜାଣିଶୁଣି ସାପ କାମୁଡ଼ାର ଶିକାର ହୋଇଛନ୍ତି । ସେତିକି ନୁହେଁ, ବିଭିନ୍ନ ପ୍ରଜାତିର ମାମ୍ବା, କୋବ୍ରା, ତାଇପାନ୍‌ ଓ ତମ୍ପ ଭଳି ବିଶ୍ୱର କିଛି ସବୁଠୁ ଘାତକ ସାପଙ୍କ ବିଷରେ ସେ ନିଜେ ପ୍ରସ୍ତୁତ କରିଥିବା ୭୦୦ରୁ ଅଧିକ ଇଞ୍ଜେକ୍ସନ୍‌ ବି ନେଇଛନ୍ତି । ପୂର୍ବତନ ଟ୍ରକ୍‌ ମେକାନିକ୍‌ ଫ୍ରିଡେ ପ୍ରଥମେ ସାପ ଧରିବା ସମୟରେ ନିଜକୁ ସୁରକ୍ଷା ଦେବା ପାଇଁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିବାକୁ ଚାହୁଁଥିଲେ । ଏହି ଦୁଃସାହସିକ କାର୍ଯ୍ୟକୁ ସେ ୟୁଟ୍ୟୁବ୍‌ରେ ମଧ୍ୟ ଅପ୍‌ଲୋଡ୍‌ କରୁଥିଲେ । ଫ୍ରିଡେ କହିଛନ୍ତି, ପ୍ରାରମ୍ଭରେ ମୁଁ ଭୁଲ କରିଦେଇଥିଲି । ଦୁଇଟି କୋବ୍ରା କାମୁଡ଼ିବା ପରେ ମୁଁ କୋମାକୁ ଚାଲିଯାଇଥିଲି । ମୁଁ ମରିବାକୁ ଚାହୁଁନଥିଲି । 

ଆଙ୍ଗୁଳି ହରାଇବାକୁ ଚାହୁଁନଥିଲି କିମ୍ବା ଏ କାମ ଛାଡ଼ିବାକୁ ଚାହୁଁନଥିଲି । ଏହା ମୋର ଜୀବନଶୈଳୀ ହୋଇଗଲା । ସାରା ବିଶ୍ୱ ପାଇଁ ଉତ୍ତମ ଚିକିତ୍ସାର ବିକାଶ ପାଇଁ ସାପ ବିଷ ଶରୀରରେ ଧାରଣ କରିବା ମୋ ପାଇଁ ପ୍ରେରଣା ହେଲା । ଘୋଡ଼ା ଭଳି ପଶୁଙ୍କ ଶରୀରରେ ସାପ ବିଷର କମ୍‌ ଡୋଜ୍‌ ଇନ୍‌ଜେକ୍ଟ କରାଯାଇ ଏହି ଆଣ୍ଟିଭେନମ୍‌ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ପ୍ରତିରକ୍ଷା ପ୍ରଣାଳୀ ଆଣ୍ଟିବଡି ଉତ୍ପନ୍ନ କରି ବିଷ ସହ ଲଢ଼େଇ କରୁଛି । ଥେରାପି ରୂପେ ପ୍ରୟୋଗ ଲାଗି ଏଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । କିନ୍ତୁ ବିଷ ଓ ବିଷ ନିବାରକ ପରସ୍ପର ସହ ମ୍ୟାଚ୍‌ କରିବା ଜରୁରି କାରଣ ବିଷପୂର୍ଣ୍ଣ ସାପ କାମୁଡ଼ାରେ ବିଷ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିରେ ଭିନ୍ନ ହୋଇଥାଏ । ସମାନ ପ୍ରଜାତିର ସାପଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ମଧ୍ୟ ରହିଛି । ଭାରତରେ ସାପ ବିଷରୁ ପ୍ରସ୍ତୁତ ବିଷ-ନିରୋଧକ ଶ୍ରୀଲଙ୍କାରେ ସମାନ ପ୍ରଜାତିର ସାପ ବିଷରୁ ପ୍ରସ୍ତୁତ ବିଷ ନିରୋଧକ ତୁଳନାରେ କମ୍‌ ପ୍ରଭାବଶାଳୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.