ପ୍ରମୂଖ ଖବର
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ୟୁଏସ ଓପନ : ଅଲକାରାଜ, ସିନର, ଆନ୍ଦ୍ରିଭା ଏବଂ ରିବାକିନାଙ୍କ ବିଜୟ ଅଭିଯାନ ଆରମ୍ଭ, ଭେନସ ଓ ସ୍ୱିତୋଲିନା ପ୍ରଥମ ରାଉଣ୍ଡରୁ ବିଦା

Published By : Rasmita Pradhan | August 27, 2025 9:54 AM

ନ୍ୟୁୟର୍କ, ୨୭/୦୮ : ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍‌ର ଦ୍ୱିତୀୟ ଦିବସରେ ବିପର୍ଯ୍ୟୟ ଲାଗି ରହିଥିବାବେଳେ କିଛି ମହାନ ଖେଳାଳିଙ୍କ ବିଦାୟ ଘଟିଛି । ଭେନସ ୱିଲିୟମ୍ସ, ଏଲିନା ସ୍ୱିତୋଲିନା, ମାରିନ ସିଲିକ ପ୍ରମୁଖ ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ବିଦାୟ ନେଇଛନ୍ତି । ଟାଇଟଲ ଦାବିଦାର କାର୍ଲୋସ ଅଲକାରାଜ, ମୀରା ଆନ୍ଦ୍ରିଭା, ପୂର୍ବତନ ୱିମ୍ବଲଡନ ଚାମ୍ପିଅନ ଏଲିନା ରିବାକିନା ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । 

ପୁରଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ପ୍ରମୁଖ ଟାଇଟଲ ଦାବିଦାର ତଥା ଦ୍ୱିତୀୟ ସିଡ୍‌ ଅଲକାରାଜ ୬-୪, ୭-୫, ୬-୪ ସେଟ୍‌ରେ ରିଲି ଓପେଲ୍କାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଅଲକାରାଜଙ୍କୁ ୨ଘଣ୍ଟା ୫ ମିନିଟ୍‌ ଲାଗିଥିଲା । ଡିଫେଣ୍ଡିଂ ଚାମ୍ପିଅନ୍‌ ଜାନିକ ସିନର ମଧ୍ୟ ଦେଢ ଘଣ୍ଟା ମଧ୍ୟରେ ପ୍ରଥମ ରାଉଣ୍ଡ ଜିତିଥିଲେ । ସେ ଭିଟ କୋପ୍ରିଭାଙ୍କୁ ୬-୧, ୬-୧, ୬-୨ ସେଟ୍‌ରେ ପରାସ୍ତ କରିଥିଲେ । ସେହିପରି ପଞ୍ଚମ ସିଡ୍‌ ଜ୍ୟାକ୍‌ ଡ୍ରାପର ୬-୪, ୭-୫, ୬-୭(୭-୯), ୬-୨ ସେଟ୍‌ରେ ଫେଡେରିକୋ ଗୋମେଜଙ୍କୁ ପରାସ୍ତ କରିଥିଲେ । ଦଶମ ସିଡ୍‌ ଲରେଞ୍ଜୋ ମୁସେଟ୍ଟି ୬-୭(୩-୭), ୬-୩, ୬-୪, ୬-୪ ସେଟ୍‌ରେ ଗିଓଭାନି ମପେତ୍ସି ପେରିକାର୍ଡଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ୧୨ତମ ସିଡ୍‌ କାସ୍ପର ରୁଡ୍‌ ୬-୧, ୬-୨, ୭-୬(୭-୫) ସେଟ୍‌ରେ ସେବାଷ୍ଟିଆନ ଅଫନରଙ୍କୁ ପରାସ୍ତ କରିଥିବାବେଳେ ୧୧ତମ ସିଡ୍‌ ହୋଲଗର ରୁନେ ୬-୩, ୭-୬(୭-୪), ୭-୬(୭-୨) ସେଟ୍‌ରେ ବୋଟିକ ଭାନ ଡି ଜାଣ୍ଡସ୍କପଙ୍କୁ, ନବମ ସିଡ୍‌ କାରେନ କାଚାନୋଭ ୬-୭(୫-୭), ୬-୩, ୭-୫, ୬-୧ ସେଟ୍‌ରେ ନିଶେଷ ବାସଭାରେଡ୍ଡୀଙ୍କ, ୧୫ତମ ସିଡ୍‌ ଆନ୍ଦ୍ରେ ରୁବେଲଭ ୬-୪,୬-୪, ୬-୪ ସେଟ୍‌ରେ ଡିନୋ ପ୍ରିଜମିକଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ । ୧୯ତମ ସିଡ୍‌ ଫ୍ରାନସିସ୍କୋ ସେର‌୍ୟୁଣ୍ଡୋଲୋ ୩-୬, ୨-୬, ୭-୫, ୬-୪, ୬-୩ ସେଟ୍‌ରେ ମାଟିଓ ଆର୍ନଲ୍ଡିଙ୍କୁ ପରାସ୍ତ କରିଥିବବେଳେ ୨୭ତମ ସିଡ୍‌ ଡେନିସ୍‌ ସାପୋଭାଲୋଭ ୬-୪, ୬-୪, ୬-୦ ସେଟ୍‌ରେ ମାର୍କସ ଫସକୋଭିକ୍ସଙ୍କୁ ଓ ୨୩ତମ ସିଡ୍‌ ଆଲେକଜାଣ୍ଡର ବବଲିକ୍‌ ୬-୪, ୬-୧, ୬-୪ ସେଟ୍‌ରେ ମାରିନ ସିଲିକଙ୍କୁ ହରାଇଥିଲେ । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ଆମେରିକାର ପ୍ରସିଦ୍ଧ ଖେଳାଳି ଭେନସ ୱିଲିୟମ୍ସ ପରାଜିତ ହୋଇ ବିଦାୟ ନେଇଥିଲେ । ସେ ୩-୬, ୬-୨, ୧-୬ ସେଟ୍‌ରେ ୧୧ତମ ସିଡ୍‌ କାରୋଲିନା ମୁଚୋଭାଙ୍କ ଠାର ପରାଜିତ ହୋଇଥିଲେ । ଦ୍ୱିତୀୟ ସିଡ୍‌ ଇଗା ସ୍ୱିଟେକ ୬୦ ମିନିଟ୍‌ ମଧ୍ୟରେ ଏମିଲିଆନ ଆରାଙ୍ଗୋଙ୍କୁ ହରାଇଥିଲେ । ପଞ୍ଚମ ସିଡ୍‌ ମୀରା ଆନ୍ଦ୍ରିଭା ମାତ୍ର ୫୫ମିନିଟ୍‌ ମଧ୍ୟରେ ଆଲିସିଆ ପାର୍କ୍ସଙ୍କୁ ୬-୧, ୬-୦ ସେଟ୍‌ରେ ହରାଇଥିଲେ । ନବମ ସିଡ୍‌ ଏଲିନା ରିବାକିନା ୬୨ମିନିଟ୍‌ ମଧ୍ୟରେ ଜୁଲିଏଟା ପରେଜାଙ୍କୁ ୬-୩, ୬-୦ସେଟ୍‌ରେ ହରାଇଥିଲେ । ୧୫ତମ ସିଡ୍‌ ଡାରିଆ କାସାଟକିନା ୭-୫, ୬-୧ ସେଟ୍‌ରେ ଏମିଲି ରୁସଙ୍କୁ ପରାସ୍ତ କରିଥିବାବେଳେ ୧୯ତମ ସିଡ୍‌ ଏଲିସ ମର୍ଟେନ୍ସ ୬-୧, ୬-୦ ସେଟ୍‌ରେ ଆଲିସା ଆହନଙ୍କୁ, ୧୭ତମ ସିଡ୍‌ ଲୁଡମିଲା ସାମସୋନୋଭା ୨-୬, ୬-୪, ୬-୪ ସେଟ୍‌ରେ ୟୁଏ ୟୁଆନଙ୍କୁ, ୨୯ତମ ସିଡ୍‌ ଆନ୍ନା କାଲିନିସ୍କାୟା ୬-୦, ୫-୭, ୬-୪ ସେଟ୍‌ରେ କ୍ଲର୍ଭି ନଗୋନ୍ୟୁଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୭ତମ ସିଡ୍‌ ମାର୍କା କୋତ୍ସ୍ୟୁକ ୬-୪, ୬-୪ ସେଟ୍‌ରେ କାଟି ବୋଲ୍ଟରଙ୍କୁ ପରାସ୍ତ କରିଥିବାବେଳେ ୧୮ତମ ସିଡ୍‌ ବିଟ୍ରିଜ ହାଦାଦ ମାୟା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସୋନାଏ କାର୍ତାଲଙ୍କୁ ୬-୩, ୧-୬, ୬-୧ ସେଟ୍‌ରେ ହରାଇଥିଲେ । ଦ୍ୱାଦଶ ସିଡ୍‌ ଏଲିନା ସ୍ୱିତୋଲିନା ୨-୬, ୪-୬ ସେଟ୍‌ରେ ହଙ୍ଗେରୀର ଆନ୍ନା ବୋଣ୍ଡରଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ । ସେହିପରି ଫ୍ରାନ୍ସର କାରୋଲିନ୍‌ ଗାର୍ସିଆ ପ୍ରଥମ ରାଉଣ୍ଡ୍‌ରେ କାମିଲା ରଖିମୋଭାଙ୍କ ଠାରୁ ୬-୪, ୪-୬, ୬-୩ ସେଟ୍‌ରେ ପରାଜିତ ହୋଇ ଅବସର ଘୋଷଣା କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.