ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମଧ୍ୟପ୍ରାଚ୍ୟ ସଂଘର୍ଷରେ ମୋହରା ହେବ କି ପାକିସ୍ତାନ୍ ? ପାକ୍‌ରେ ରହିବ ଇରାନ୍‌ର ପରମାଣୁ ସରଞ୍ଜାମ...

Published By : Prameya | June 20, 2025 11:08 AM

ନୂଆଦିଲ୍ଲୀ,୨୦/୦୬: ଇସ୍ରାଏଲ୍‌ ଓ ଇରାନ୍‌ ମଧ୍ୟରେ ଯୁଦ୍ଧକୁ ନେଇ ବର୍ତ୍ତମାନ ସମସ୍ତଙ୍କ ନଜର  ଆମେରିକା ଉପରେ ଲାଖି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସିଧାସଳଖ ଭାବେ ଇରାନ୍‌କୁ ଧମକ ଦେଇସାରିଲେଣି । କେବଳ ଯୁଦ୍ଧକୁ ଆମେରିକା ଡେଇଁବା ବାକି ରହିଛି । ଆଉ ଦୁଇ ସପ୍ତାହ ମଧ୍ୟରେ ଟ୍ରମ୍ପ୍‌ ନିଷ୍ପତ୍ତି ନେବେ ବୋଲି ହ୍ୱାଇଟ୍‌ହାଉସ୍‌  ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ପାକିସ୍ତାନର  ସେନା ମୁଖ୍ୟ ଅସିମ ମୁନିରଙ୍କୁ ହ୍ୱାଇଟ୍‌ହାଉସ୍‌ର ନିମନ୍ତ୍ରଣକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ମୁନିରଙ୍କ ସହ ହ୍ୱାଇଟ୍‌ହାଉସ୍‌ରେ ରାଷ୍ଟ୍ରପତି ଟ୍ରମ୍ପ୍‌  ମଧ୍ୟାହ୍ନଭୋଜନ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ବି ହୋଇଥିଲା । 

ଜେନେରାଲ ମୁନିରଙ୍କୁ ଟ୍ରମ୍ପ୍‌ ଅଚାନକ କାହିଁକି ଡାକିଥିଲେ ଏବଂ ତାଙ୍କ ସହ ସେ କି  ଆଲୋଚନା କଲେ, ତାହାକୁ ନେଇ ଚର୍ଚ୍ଚା ଜୋର  ଧରିଛି । ଏହାକୁ ନେଇ ଆମେରିକାର ପ୍ରତିରକ୍ଷା  ମନ୍ତ୍ରଣାଳୟ (ପେଣ୍ଟାଗନ୍‌)ର ପୂର୍ବତନ ଅଧିକାରୀ ତଥା ଆମେରିକାନ୍‌ ଏଣ୍ଟରପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ବିଶ୍ଳେଷକ ମାଇକେଲ ରୁବିନ୍‌ଙ୍କ ତରଫରୁ ବଡ଼ ବୟାନ ସାମ୍ନାକୁ ଆସିଛି । ରୁବିନ୍‌ କହିଛନ୍ତି,  ଏକ ବଡ଼ କାରଣରୁ ଟ୍ରମ୍ପ୍‌ ପାକ୍‌ ସେନା ମୁଖ୍ୟ  ମୁନିରଙ୍କୁ ଡକାଇଥାଇ ପାରନ୍ତି । ଇରାନ୍‌ ଉପରେ ସମ୍ଭାବ୍ୟ ସେନା କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ସେଠାରୁ ପରମାଣୁ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ ସରଞ୍ଜାମକୁ ଆଣି ପାକିସ୍ତାନରେ ରଖିବାକୁ ଚାହୁଁଛି । 

ରୁବିନ୍‌ଙ୍କ ମୁତାବକ, ରାଷ୍ଟ୍ରପତି ଟ୍ରମ୍ପ୍‌  ଓ ଆମେରିକୀୟ ସେନାଗୁଡ଼ିକର କେନ୍ଦ୍ରୀୟ  କମାଣ ‘ସେଣ୍ଟମ୍‌’ର ଅଧିକାରୀମାନେ ବର୍ତ୍ତମାନ ପାକିସ୍ତାନକୁ ମିଠା ମିଠା କଥା କହୁଛନ୍ତି । ଏହାର  କାରଣ ହେଉଛି ସେମାନେ ଇରାନ୍‌ ବିରୋଧରେ ପାକିସ୍ତାନକୁ ରଣନୀତିକ ମୋହରା ବନାଇବାକୁ ଚାହୁଁଛନ୍ତି । ପାକିସ୍ତାନକୁ ଡୋନାଲ୍ଡ ଟ୍ରମ୍ପ୍‌ ମିତ୍ର କହିବାର କାରଣ ହେଉଛି ଏଥିରୁ ସେ କିଛି  ହାସଲ କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଶେଷ କରାଯାଉ । ଯଦି ଏଭଳି ହୁଏ, ତେବେ  ଆମେରିକା ଇରାନ୍‌ର ପରମାଣୁ ସାମଗ୍ରୀଗୁଡ଼ିକୁ  ଅନ୍ୟତ୍ର ସ୍ଥାନାନ୍ତର କରିଦେବ । ପାକିସ୍ତାନ ହିଁ  ଏଥିପାଇଁ ଉପଯୁକ୍ତ ଠିକଣା ସାଜିବ । 

ମାଇକେଲ୍‌ ରୁବିନ ଆହୁରି କହିଛନ୍ତି,  ପାକିସ୍ତାନ ଏବେ ସ୍ୱତନ୍ତ୍ର ଦେଶ ଭାବେ ରହିନାହିଁ ।  ତାହା ଏବେ ଚୀନ୍‌ର ‘ପ୍ରକ୍ସି’ ବନିଯାଇଛି । ଏଭଳି ସ୍ଥିତିରେ ଜେନେରାଲ ମୁନିରଙ୍କ ଜରିଆରେ ଚୀନ୍‌  ବାବଦରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ  ଟ୍ରମ୍ପ୍‌ ଚାହୁଁଥାଇ ପାରନ୍ତି । ଚୀନ୍‌ର ସବୁଠୁ ବଡ଼ ଚିନ୍ତା  ହେଉଛି ତେଲ, ଯାହା ହୋର୍ମୁଜ ଉପସାଗର ଦେଇ  ଆସିଛି । ଯଦି ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ଦୀର୍ଘଦିନ  ଧରି ଜାରି ରୁହେ, ତେବେ ସବୁଠୁ ବଡ଼ କ୍ଷତି  ଚୀନ୍‌ର ହୋଇପାରେ । 

ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ  ଟ୍ରମ୍ପ୍‌ଙ୍କ କଥାରେ ସହଜରେ ରାଜି ହୋଇଯିବ ନା  ଏହା ଉପରେ ଆମେରିକା ଚାପ ପକାଇବ । ଟ୍ରମ୍ପ୍‌  ନିକଟରେ ପାକିସ୍ତାନକୁ ମିତ୍ର ଦେଶ କହିଥିଲେ ।  ଏହାକୁ ଏବେ କୂଟନୈତିକ ଭାବେ ବ୍ୟବହାର  କରାଯାଇପାରେ । ମାଇକେଲ୍‌ ରୁବିନ୍‌ କହିଛନ୍ତି,  ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ସେନା ମୁଖ୍ୟଙ୍କ  ପାଖରେ ଅଧିକ କ୍ଷମତା ରହିଛି । ତେଣୁ ଟ୍ରମ୍ପ୍‌ ତାଙ୍କୁ ହିଁ  ଆମେରିକା ଗସ୍ତ ଲାଗି ନିମନ୍ତ୍ରଣ କରିଥିଲେ । ପାକିସ୍ତାନରେ ଇରାନ୍‌ର ପରମାଣୁ ସରଞ୍ଜାମକୁ  ଆମେରିକା ରଖିବାକୁ ଚାହୁଁଛି । ଏହା ପଛରେ  ଅନେକ କାରଣ ରହିଥିବା ରୁବିନ୍‌ ଯୁକ୍ତି ବାଢ଼ିଛନ୍ତି ।  

ପାକିସ୍ତାନ-ଇରାନ୍‌ ସୀମା ୯୦୦ କିଲୋମିଟର ଯାଏ  ଲାଗିଛି । ଏଭଳି ସ୍ଥିତିରେ ଯୁଦ୍ଧରେ ପାକିସ୍ତାନ ବେଶ୍‌  ନିର୍ଣ୍ଣାୟକ ହୋଇପାରେ । ପାକ୍‌ର ସେନା ଘାଟିକୁ  ବ୍ୟବହାର କରି ଆମେରିକା ଇରାନ୍‌ର ପୂର୍ବସୀମା  ଉପରେ ଟାର୍ଗେଟ୍‌ କରିପାରିବ । ଏଠାରେ ସ୍ଥଳଭାଗରୁ  ଇରାନ୍‌କୁ ଜୋରଦାର ଆକ୍ରମଣ କରାଯାଇ ପାରିବ।  ଆଫଗାନିସ୍ତାନ ଯୁଦ୍ଧ ବେଳେ ବି ପାକିସ୍ତାନ  ଆମେରିକାକୁ ସାମରିକ ସମର୍ଥନ ପ୍ରଦାନ କରିଥିଲା ।

ଏହାବ୍ୟତୀତ ପାକିସ୍ତାନର ବାୟୁସେନା ଘାଟି  ଇରାନ୍‌ ଉପରେ ଆକ୍ରମଣ ଲାଗି ମହତ୍ତ୍ୱପୂର୍ଣ୍ଣ  ସାବ୍ୟସ୍ତ ହୋଇପାରେ । ଏଭଳି ସ୍ଥିତିରେ ଆମେରିକା  ତରଫରୁ ଇରାନ୍‌ ଉପରେ ଆକ୍ରମଣ ଲାଗି  ପାକିସ୍ତାନର ବାୟୁସେନା ଘାଟି ଲୋଡ଼ାଯାଇପାରେ ।  ଆଫଗାନିସ୍ତାନରେ ଆମେରିକାର ସାମରିକ ଅଭିଯାନ  ବେଳେ ପାକିସ୍ତାନ ନିଜ ବାୟୁସୀମା ପେଣ୍ଟାଗନ୍‌ ପାଇଁ  ଖୋଲି ଦେଇଥିଲା । ଏବେ ଏହାକୁ ଇରାନ୍‌ ପାଇଁ ପୁଣି ବ୍ୟବହାର କରାଯାଇପାରେ । ପାକିସ୍ତାନର  ଏହି ସହଯୋଗରେ ମଧ୍ୟପ୍ରାଚ୍ୟରେ ଆମେରିକା  ନିଜ ଉପସ୍ଥିତିକୁ ସୁଦୃଢ଼ କରିପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.