ନୂଆଦିଲ୍ଲୀ,୦୫/୦୬; ଆମେରିକା-ଭାରତ ମଧ୍ୟରେ ଖୁବଶୀଘ୍ର ହେବାକୁ ଯାଉଛି ଡିଲ୍ । ଦୀର୍ଘ ଦିନ ଧରି ଅଟକି ରହିଥିବା ବାଣିଜ୍ୟିକ ଚୁକ୍ତି ଫାଇନାଲ ହେବା । ବଡ଼ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ ବନ୍ଧୁ ବୋଲି କହିଛନ୍ତି । ଗୁରୁବାର ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଖୋଲାଖୋଲି କଥା ହୋଇଥିଲେ। ପୁରୁଣା ବାଣିଜ୍ୟ ସମୀକରଣ ବିଷୟରେ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ ପୂର୍ବ ତୁଳନାରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ବର୍ଷ ବର୍ଷ ଧରି ଭାରତ ଆମେରିକାର ଫାଇଦା ଉଠାଇଥିଲା । ସେମାନେ ଆମ ସାମଗ୍ରୀ ଉପରେ ଭାରୀ ଟିକସ ଲାଗୁ କରୁଥିଲେ ଏବଂ ନିଜେ କିଛି ଦେଉ ନଥିଲେ। କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଆମେ ଏବେ ଭାରତ ସହିତ ବାଣିଜ୍ୟ କରି ସହିତ ପ୍ରଚୁର ଟଙ୍କା ରୋଜଗାର କରୁଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଭଲ ବନ୍ଧୁ ବୋଲି କହି ପ୍ରଶଂସା କରିଛନ୍ତି । ସେ ଏହା ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହେବ ବୋଲି କହିଛନ୍ତି । ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ବାଣିଜ୍ୟ ଆଲୋଚନା ସହଯୋଗ, ଉଭୟ ପକ୍ଷ ଏକ ପାରସ୍ପରିକ ଲାଭଦାୟକ ଚୁକ୍ତି ହାସଲ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିଥିଲେ । ଏହା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁତା ଯୋଗୁଁ କାମ ହେବ । ଅତୀତର ବାଣିଜ୍ୟ ନିଅଣ୍ଟ ଏବଂ ଉଚ୍ଚ ଟିକସକୁ ଉଲ୍ଲେଖ କରିବା ସତ୍ତ୍ୱେ, ଟ୍ରମ୍ପ ଭବିଷ୍ୟତରେ ଭାରତ ସହିତ ଏକ ଉତ୍ତମ ଚୁକ୍ତି ପାଇଁ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସହିତ ତାଙ୍କର ଦୃଢ଼ ଏବଂ ବ୍ୟକ୍ତିଗତ ସମ୍ପର୍କ ପାଇଁ ଚୁକ୍ତି ସମ୍ଭବ ହେବାକୁ ଯାଉଛି । ଆମର ଭାରତ ସହିତ ବାଣିଜ୍ୟିକ ଚୁକ୍ତି ହେବ । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପସନ୍ଦ କରେ । ଆମର ଏକ ସୁନ୍ଦର ସମ୍ପର୍କ ଅଛି ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ବକ୍ତବ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମସ୍ୟା ଅସ୍ଥିର ଥାଇପାରେ, କିନ୍ତୁ ସେମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଏହି ସମସ୍ୟାଗୁଡ଼ିକର ସମାଧାନରେ ସହାୟକ ହେଉଛି । ଏହି ସମ୍ଭାବ୍ୟ ଚୁକ୍ତି ଭବିଷ୍ୟତରେ ଭାରତ-ଆମେରିକା ଆର୍ଥିକ ସ୍ଥିତିକୁ ମଜବୁତ କରିବ ।

ଏହା ବି ପଢନ୍ତୁ...ଇଣ୍ଡି ମେଣ୍ଟରେ ଫାଟ ! ଟିଭିକେକୁ ସମର୍ଥନ ଜଣାଇ ଅକଳରେ ପଡିଲା କଂଗ୍ରେସ, ମେଣ୍ଟରୁ ଓହରିଲା ୩୦ ସାଂସଦ ଥିବା ଦଳ…   

ପୁଟିନଙ୍କ ପରେ ମୋଦିଙ୍କୁ ଟ୍ରମ୍ପଙ୍କ ପ୍ରଶଂସା- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି। ଗୋଟିଏ ଦିନ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ଟ୍ରମ୍ପ ହ୍ୱାଇଟ୍ ହାଉସରେ କହିଛନ୍ତି ଯେ, '' ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପସନ୍ଦ କରେ । ଆମର ଏକ ଭଲ ସମ୍ପର୍କ ଅଛି । ଆମେ ଖୁବଶୀଘ୍ର ଏକ ଚୁକ୍ତି କରିବୁ ।''