ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମେରିକା-ରୁଷ ଲଢ଼େଇରେ ତେଜିବ ଦରବୃଦ୍ଧି, ଭାରତରେ ପଡ଼ିବ ପ୍ରଭାବ

Published By : Rasmita Pradhan | January 15, 2025 12:52 PM

ନୂଆଦିଲ୍ଲୀ,୧୫/୦୧ : ଆମେରିକା ଏବଂ ରୁଷ ମଧ୍ୟରେ ବିବାଦର ପ୍ରଭାବ ଭାରତକୁ ପଡ଼ିପାରେ ମହଙ୍ଗା । ଗତ ସପ୍ତାହରେ ଆମେରିକା ପକ୍ଷରୁ ରୁଷର ଦୁଇ ତୈଳ ରପ୍ତାନିକାରୀ କମ୍ପାନି ଗାଜ୍‌ପ୍ରୋମ୍‌ ନେଫ୍ଟ ଏବଂ ସର୍‌ଗଟ୍‌ନେଫ୍‌ଟଗ୍ୟାସ ଉପରେ ବ୍ୟାନ୍‌ ଲଗାଯାଇଛି । ଏହାସହିତ ରୁଷ ତେଲ ଯୋଗାଣ କରୁଥିବା ୧୮୩ଟି ଜାହାଜ ଉପରେ ବି କଟକଣା ଲଗାଇଛି ଆମେରିକା । ଏହାର ପ୍ରଭାବ ଭାରତ ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ବର୍ଷ ୨୦୨୨ରେ ଜି-୭ ଦେଶଗୁଡ଼ିକ ଋଷ ତେଲ ଉପରେ ବ୍ୟାରେଲ ପିଛା ୬୦ ଡଲାରର ପ୍ରାଇସ୍‌ ଲିମିଟ୍‌ ଲଗାଇଥିଲେ । 

ଅନ୍ୟପକ୍ଷରେ, ୟୁକ୍ରେନ ଯୁଦ୍ଧ କାରଣରୁ ରୁଷ ଏହାର ତେଲକୁ ୟୁରୋପ ବାହାରେ ଏସିଆରେ ବିକ୍ରି କରିବାକୁ ଲାଗିଲା । ଏହା ଭାରତ ଏବଂ ଚୀନ୍‌କୁ ବହୁ ମାତ୍ରାରେ ତେଲ ଯୋଗାଇଥିଲା । ଆମେରିକାର ଅଭିଯୋଗ ହେଉଛି, ରୁଷ ତେଲ ବିକ୍ରି କରି ଯେଉଁ ଆୟ କରୁଛି ତାହାକୁ ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର କରୁଛି । ଏହି କାରଣରୁ ହିଁ ଆମେରିକା ଋଷ ତେଲ କମ୍ପାନିଗୁଡ଼ିକ ଉପରେ କଟକଣା ଲଗାଇଛି । ପ୍ରତିବନ୍ଧକ ଜରିଆରେ ଆମେରିକା ରୁଷ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ଚାହେଁ । ରୁଷ ଭାରତକୁ ରିହାତି ଦରରେ ତେଲ ଯୋଗାଉଥିଲା । ନିକଟରେ ରୁଷର ଅଶୋଧିତ ତୈଳରେ ରିହାତି ପାଖାପାଖି ୩ ଡଲାର ପ୍ରତି ବ୍ୟାରେଲ ଥିଲା । ଆମେରିକା ପକ୍ଷରୁ କଟକଣା ଦ୍ୱାରା ଭାରତୀୟ ବିଶୋଧନାଗାରଗୁଡ଼ିକ ଏହି ପ୍ରତିବନ୍ଧିତ କମ୍ପାନିଗୁଡ଼ିକ ସହ କାର୍ଯ୍ୟ କରିବା ବନ୍ଦ କରିଦେଇଛନ୍ତି । ରୁଷ ଏବେ ଭାରତକୁ ତେଲ ଯୋଗାଣ କରିପାରିବ ନାହିଁ । ଏଭଳି କ୍ଷେତ୍ରରେ ଭାରତକୁ ଆମେରିକା ସମେତ ଅନ୍ୟାନ୍ୟ ଦେଶଗୁଡ଼ିକରୁ ମହଙ୍ଗା ଦରରେ ତେଲ କିଣିବାକୁ ପଡ଼ିବ । ରିଫାଇନିଂ ମାର୍ଜିନ ଉପରେ ପ୍ରଭାବ ପଡ଼ିବ । 

ଅଧିକ ପଢନ୍ତୁ-ଦକ୍ଷିଣ କୋରିଆରେ ହାଇଭୋଲଟେଜ୍ ଡ୍ରାମା,ରାଷ୍ଟ୍ରପତି ୟୁନ ସୁକ ୟୋଲ ଗିରଫ

ରିପୋର୍ଟ ଅନୁସାରେ, ଭାରତ ଯେଉଁ ଋଷ ତୈଳ ଜାହାଜଗୁଡ଼ିକୁ ଜାନୁଆରୀ ୧୦ ପୂର୍ବରୁ ବୁକ୍‌ କରିଛି, ସେଗୁଡ଼ିକ ବ୍ୟାନ୍‌ ଅଧୀନରେ ଆସିବ ନାହିଁ । ଜାନୁଆରୀ ୧୦ ପୂର୍ବରୁ ହିଁ ଭାରତ ଦୁଇ ମାସ ପାଇଁ ତେଲ ବୁକ୍‌ କରିସାରିଛି । ଆମେରିକା ଏବଂ ଚୀନ୍‌ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅଶୋଧିତ ତୈଳ ଉପଭୋକ୍ତା । ରୁଷ ଉପରେ ବ୍ୟାନ୍‌ ପରେ ଭାରତକୁ ଅନ୍ୟ ଦେଶରୁ ମହଙ୍ଗା ଦରରେ ତେଲ କିଣିବାକୁ ପଡ଼ିବ । ତେଲର ପେମେଣ୍ଟ ଆମେରିକା ଡଲାରରେ ହୋଇଥାଏ । ଏବେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୬ ଟଙ୍କା ଉପରେ ରହିଛି । ସେହିଭଳି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାରରୁ ଅଧିକ ଅଛି । ଯଦି ଅଶୋଧିତ ତୈଳ ଦର ଲମ୍ବା ସମୟ ଧରି ୮୦ ଡଲାର ଉପରେ ରୁହେ ଭାରତ ପାଇଁ ସମସ୍ୟାଜନକ ସ୍ଥିତି ଉପୁଜିବ । ଏଭଳି ସ୍ଥିତିରେ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଆଦି ଦର ବଢ଼ାଇପାରନ୍ତି । ଯଦି ଏହା ହୁଏ ଅନେକ ସାମଗ୍ରୀ ଦର ବଢ଼ିଯିବ । ଦରବୃଦ୍ଧି ସମସ୍ୟା ଆହୁରି ତେଜିବ । ସାଧାରଣ ଖାଉଟି ପ୍ରଭାବିତ ହେବେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.