ନୂଆଦିଲ୍ଲୀ, ୧୭/୦୬ : ଇସ୍ରାଏଲ ସହ ମିଶି ଇରାନ ଯୁଦ୍ଧକୁ ଓହ୍ଲାଇଥିବା ଆମେରିକାକୁ ଏହା ବେଶ୍ ମହଙ୍ଗା ପଡ଼ିଛି । ଇରାନ ଉପରେ ଆକ୍ରମଣରେ ଆମେରିକାକୁ ବିପୁଳ ସାମରିକ ଏବଂ ଆର୍ଥିକ କ୍ଷତି ହୋଇଛି । ୧୦୭ ଦିନର ସଂଘର୍ଷ ପରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲେ ହେଁ ଆମେରିକାର ହୋଇଥିବା ଏହି କ୍ଷତି ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି । ସାମରିକ କାର୍ଯ୍ୟାନୁଷ୍ଠାନ, ଇନ୍ଧନ ଦର ବୃଦ୍ଧି, ବ୍ୟାପକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆମେରିକାକୁ ପ୍ରାୟ ୧୧୨ ଅରବ ଡଲାର ବା ପ୍ରାୟ ୧୦ ଲକ୍ଷ ୬୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା ଆକଳନ କରାଯାଇଛି । ଏହି ଯୁଦ୍ଧରେ ଇରାନର ଅନେକ କ୍ଷତି ହୋଇଥିଲେ ହେଁ ରଣନୀତିକ ଦୃଷ୍ଟିରୁ ଶକ୍ତିଶାଳୀ ଆମେରିକା ଏବଂ ଇସ୍ରାଏଲ ଆଗରେ ଇରାନକୁ ବଡ଼ ସଫଳତା ମିଳିଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ଆମେରିକା ଏହି ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟକୁ ହଜାର ହଜାର ସୈନ୍ୟ ପଠାଇଥିଲା । ସମୁଦ୍ରରେ ୩ ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ତା’ ସହ ପୂରା ନୌସେନା ବେଡ଼ା ପଠାଇଥିଲା, ଯାହାର ଦିନକୁ ମେଣ୍ଟେନାନ୍ସ ଖର୍ଚ୍ଚ କୋଟି କୋଟି ଟଙ୍କାରୁ ଅଧିକ ରହିଥିଲା । ବ୍ରାଉନ ୟୁନିଭର୍ସିଟିର ‘ଇରାନ କଷ୍ଟ୍ ଟ୍ରାକର’ ଅନୁଯାୟୀ, ଆକ୍ରମଣ ଆରମ୍ଭ ହେବା ଦିନଠାରୁ ଆମେରିକାକୁ ୧୧୨ ବିଲିୟନ ଡଲାରରୁ ଅଧିକ ବ୍ୟୟ କରିବାକୁ ପଡ଼ଛି । ଯୁଦ୍ଧର ମାତ୍ର ୬ ଦିନରେ ହିଁ ଆମେରିକା ୧୧.୩ ବିଲିୟନ ଡଲାର ଖର୍ଚ୍ଚ କରିଥିଲା । ଏହା ପରଠାରୁ ଦୈନିକ ପ୍ରାୟ ୧ ବିଲିୟନ ଡଲାର ଲେଖାଏଁ ଖର୍ଚ୍ଚ ଜାରି ରହିଥିଲା । ଯୁଦ୍ଧ ବେଳେ ଗ୍ୟାସୋଲିନ୍, ଡିଜେଲ ଆଦିର ଦରବୃଦ୍ଧି ଯୋଗୁ ଆମେରିକାର ପ୍ରତ୍ୟେକ ପରିବାର ଉପରେ ହାରାହାରି ୪୪୭ ଡଲାରର ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି । ପେଣ୍ଟାଗନ୍ର ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ସାମରିକ କାର୍ଯ୍ୟାନୁଷ୍ଠାନ ପରିସର ବଢ଼ଇବା ସହ ଯୁଦ୍ଧର ପ୍ରତ୍ୟକ୍ଷ ସାମରିକ ଖର୍ଚ୍ଚ ଦ୍ରୁତଗତିରେ ବଢ଼ିଥିଲା ।

ଆହୁରି ପଢନ୍ତୁ- ୧୦୭ ଦିନର ଯୁଦ୍ଧରେ ପଡ଼ିଲା ଯବନିକା ! କେବେ, କେଉଁଠି ଆଉ କେମିତି ହୋଇଥିଲା....କ୍ୟାଲେଣ୍ଡରରେ ଅଛି ପୂରା କାହାଣୀ

ହାଇଟେକ୍ ଆମେରିକାରେ ୩୦୦ ବର୍ଷ ପଛରେ ଅଟକିଥିବା ଦୁନିଆ; ଆଧୁନିକତା ରୁ ବହୁ ଦୂରରେ ଜୀବନ କାଟନ୍ତି ଏମିଶ ସମ୍ପ୍ରଦାୟ