ନୂଆଦିଲ୍ଳୀ,୧।।୪: ଆମେରିକୀୟ ଆଇଟି କମ୍ପାନୀ ‘ଓରାକଲ୍’କୁ ନେଇ ବଡ଼ ଖବର ସାମନାକୁ ଆସିଛି। ରିପୋର୍ଟ ଅନୁସାରେ, କୁହାଯାଉଛି ଯେ, କମ୍ପାନୀ ଦୁନିଆରେ ଯେତେ ଲୋକଙ୍କୁ ଚାକିରିରୁ ବାହାର କରିଛି, ତାଙ୍କ ଭିତରେ ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ୪୦%ରୁ ଅଧିକ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମ୍ପାନୀ ବିଶ୍ୱ ସ୍ତରରେ ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଏହି ସୂଚନା ଛଟେଇ ଦ୍ୱାରା ପ୍ରଭାବିତ କର୍ମଚାରୀମାନେ ନିଶ୍ଚିତ କରିଛନ୍ତି। ଭାରତରେ ‘ଓରାକଲ’ ର ମୋଟ କର୍ମଚାରୀ ସଂଖ୍ୟା ପ୍ରାୟ ୩୦,୦୦୦ ବୋଲି ଜଣାପଡିଛି, ଯେଉଁମାନଙ୍କ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇଛି। ତଥାପି, କମ୍ପାନୀ ଏହି ବିଷୟରେ ଆନୁଷ୍ଠାନିକ ଭାବରେ ମତାମତ ଦେବାକୁ ମନା କରିଦେଇଛି।

କମ୍ପାନୀର କର୍ମଚାରୀଙ୍କୁ ପଠାଯାଇଥିବା ଇମେଲରେ କୁହାଯାଇଛି ଯେ, ସଂଗଠନରେ କିଛି ପରିବର୍ତ୍ତନ କରାଯାଉଛି। ଏହି କାରଣରୁ ଅପରେସନ୍‌କୁ ସରଳ କରିବାର ନିଷ୍ପତ୍ତି ନିଆଯାଇଛି। ଏହାର ପରିମାଣ ସ୍ବରୂପ ବହୁ ପଦକୁ ସମାପ୍ତ କରାଯାଉଛି। ଯାହାଫଳରେ କର୍ମଚାରୀଙ୍କ ଚାକିର ଉପରେ ପ୍ରଭାବ ପଡିଛି। ଛଟେଇ ପରେ କର୍ମଚାରୀଙ୍କ ପାଇଁ ଏକ ସେଭେରାନ୍ସ ପ୍ୟାକେଜ୍ ଘୋଷିତ କରାଯାଇଛି।

ଏହି ଯୋଜନା ଅନୁଯାୟୀ, ଗୋଟିଏ ବର୍ଷ ଚାକିରି ପୂରଣ କରିଥିବା କର୍ମଚାରୀମାନଙ୍କୁ ୧୫ ଦିନର ଦରମା ଦିଆଯିବ। ଏଥିରେ ଚାକିରିରୁ ଅବ୍ୟାହତି ତାରିଖ ପର୍ଯ୍ୟନ୍ତ ଦରମା, ଛୁଟି ନଗଦକରଣ, ଯୋଗ୍ୟତା ଅନୁଯାୟୀ ଗ୍ରାଚ୍ୟୁଇଟି ଏବଂ ଏକ ମାସର ନୋଟିସ୍ ପିରିୟଡ ପାଇଁ ଦରମା ଅନ୍ତର୍ଭୁକ୍ତ। କମ୍ପାନୀ ଅତିରିକ୍ତ ଭାବରେ ଦୁଇ ମାସର ଦରମା ମଧ୍ୟ ପ୍ରସ୍ତାବ ଦେଇଛି, କିନ୍ତୁ ଏହି ପ୍ୟାକେଜ୍ କେବଳ ପାରସ୍ପରିକ ସମ୍ମତିରେ ଇସ୍ତଫା ଦେଉଥିବା କର୍ମଚାରୀଙ୍କ ପାଇଁ ରହିଛି।

ଏହି ସମୟରେ, କମ୍ପାନୀର ପୂର୍ବତନ କର୍ମଚାରୀ ମେରୁଗୁ ଶ୍ରୀଧର ଦାବି କରିଛନ୍ତି ଯେ ତାଙ୍କୁ ପୂର୍ବରୁ ହିଁ ଛଟେଇ କରାଯାଇଛି। ସେ କହିଛନ୍ତି, ଆମେରିକାରେ କଠୋର ଶ୍ରମ ଆଇନ ସ୍ଥାନୀୟ କର୍ମଚାରୀଙ୍କ ଅପେକ୍ଷା ଭାରତୀୟ କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିଛି। ସାମଗ୍ରିକ ଭାବରେ, ‘ଓରାକଲର ଛଟେଇ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ସ୍ତରରେ ଆଇଟି କ୍ଷେତ୍ର ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି।

ଆହୁରି ପଢନ୍ତୁ : ଇଣ୍ଡିଗୋ ବିମାନରୁ ‘ଡେଞ୍ଜର’ ଲେଖା ପେପର ମିଳିବା ପରେ ଆତଙ୍କ, ତଳେ ଥିଲା ମଣିଷର ଖପୁରୀ ଚିତ୍ର