ନୂଆଦିଲ୍ଲୀ,୧।୪: ଭାରତର ବ୍ୟସ୍ତ ବିମାନବନ୍ଦର ଭିତରୁ ଅନ୍ୟତମ ମୁମ୍ବାଇ ଏୟାରପୋର୍ଟରେ ସନ୍ଦିଗ୍ଧ ଟିସୁ ପେପର ମିଳିବା ପରେ ଖେଳି ଯାଇଛି ଆତଙ୍କ। ଖବର ଅନୁସାରେ, ବାଥରୁମ୍‌ରୁ ମିଳିଥିବା ଏହି ପେପରରେ ‘ଡେଞ୍ଜର’ ଲେଖା ହୋଇଥିଲା। ସବୁଠାରୁ ଖାସ୍ କଥା ଏହା ଯେ, ଏହି ଟିସୁ ପେପର ମିଳିବାର ମାତ୍ର କିଛି ମିନିଟ୍ ପରେ ବିମାନ ଉଡାଣ ଭରିଥାନ୍ତା। ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ବର୍ତ୍ତମାନ ଯାଞ୍ଚ ଜାରି ରହିଛି।

ମୁମ୍ବାଇ ପୋଲିସର କହିବା ଅନୁସାରେ, ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ବିମାନ ବନ୍ଦରରେ ଇଣ୍ଡିଗୋର ଏକ ବିମାନର ଶୌଚାଳୟରେ ‘ଡେଞ୍ଜର’ ଲେଖା ହୋଇଥିଲା ଟିସୁ ପେପର ମିଳିଥିଲା, ଯାହାଫଳରେ ସୁରକ୍ଷାକୁ ନେଇ ଆତଙ୍କ ଖେଳି ଯାଇଥିଲା।  ଏହି ବିମାନ ଇଣ୍ଡିଗୋ ୯୧୧, ନିଜର ଆଗାମୀ ଉଡାଣ ପାଇଁ ପ୍ରସ୍ତୁତି କରୁଥିଲା। ମୁମ୍ବାଇ ପୋଲିସ ଓ ବୋମା ନିରୋଧି ଟିମ୍ ପୁରା ଅଞ୍ଚଳର ଯାଞ୍ଚ କରିଛି, କିନ୍ତୁ କୌଣସି ସନ୍ଧିଗ୍ଧ ବସ୍ତୁ ମିଳିନଥିଲା। ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ଯାଞ୍ଚ ଜାରି ରହିଛି।

ତଦନ୍ତ ସମୟରେ, ଶୌଚାଳୟ ଏବଂ ବିମାନର ଅନ୍ୟାନ୍ୟ ଅଂଶଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରାଯାଇଥିଲା। ତଥାପି, କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନଥିଲା। ତଦନ୍ତ ଶେଷ ପରେ, ଅଧିକାରୀମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏପରି ଘଟଣାକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ, କାରଣ ଏହା ଯାତ୍ରୀ ଏବଂ ବିମାନବନ୍ଦର ସୁରକ୍ଷାକୁ ପ୍ରଭାବିତ କରିପାରେ। ତେଣୁ, ଏହି ମାମଲାକୁ ଗମ୍ଭୀରତାର ସହ ନେଇ, ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।