ପ୍ରମୂଖ ଖବର
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଉଜ୍ଜ୍ୱଳ ତ୍ୱଚା ପାଇଁ ଚେହେରାରେ ଲଗାନ୍ତୁ ହଳଦୀ , ଜାଣନ୍ତୁ ଏହାର ସହଜ ଉପାୟ

Published By : Prameya | April 20, 2025 10:24 PM

ନୂଆଦିଲ୍ଲୀ : ନିଜର ଔଷଧୀୟ ଗୁଣ ଓ ତ୍ୱଚାରେ ଚମକ ଆଣିବାରେ ହଳଦୀ ଖୁବ୍‌ ଫଳପ୍ରଦ ଭାବେ ଜଣାଯାଏ। ପୂର୍ବରୁ ଲୋକେ ସର୍ବଦା ହଳଦୀକୁ ବ୍ୟବହାର କରି ଚେହେରାରେ ସୁନ୍ଦରତା ଆଣୁ ଥିଲେ। ହଳଦୀର ଆଣ୍ଟି-ଇମ୍ଫ୍ଲେମାଟୋରୀ , ଆଣ୍ଟିମାଇକ୍ରୋବାୟଲ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଅଛି, ଯାହା ତ୍ୱଚା ସମ୍ୱନ୍ଧୀୟ ସମସ୍ୟା, ଯେମିତି କି ବାର୍ଦ୍ଧକ୍ୟର ସଙ୍କେତ , ପେଗମେଣ୍ଟେସନ , ବ୍ରଣକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ଗରମରେ ସ୍କିନ୍‌ କେୟାରରେ ହଳଦୀକୁ ସାମିଲ କରିବାକୁ ଚାହାନ୍ତି ତ ,ଆସନ୍ତୁ ଜାମିବା ଏହାକୁ କେମିତି ବ୍ୟବହାର କରିବା। 

୧- ଚମକ ସ୍କିନ୍‌ ପାଇବା ପାଇଁ କେମିତି ଲଗାଇବେ ହଳଦୀ – 

ଚମକ ତ୍ୱଚା ପାଇବା ପାଇଁ ହଳଦୀ ପାଉଡର ଓ ଦୁଗ୍ଧକୁ ମିଶାଇ ଏକ ମସୃଣ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପୂରା ଚେହେରା ଓ ବେକରେ ଲଗାନ୍ତୁ। ଏହାପରେ ଏହାକୁ ଶୁଖିବା ଯାଇ ଲଗାଇ ରଖନ୍ତୁ। ଚମକପ୍ରଦ ସ୍କିନ୍ ପାଇଁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ହଳଦୀ ଓ ଦୁଗ୍ଧ ଆପଣଙ୍କର ତ୍ୱଚାକୁ କ୍ଷତି କରୁଥିବା ଫ୍ରି ରେଡିକାଲ୍ସ ସହ ଲଢିବା ପାଇଁ ଏକ ଭଲ ମିକ୍ସ ପରି କାମ କରିଥାଏ। ଏହି ସ୍କିନ୍‌ରେ ଡେଡ୍‌ ସ୍କିନ୍‌ ହଟାଇ ତ୍ୱଚାକୁ ମଇଶ୍ଚରାଇଜ୍‌ କରିଥାଏ।

୨- ହଳଦୀ ଓ ଲେମ୍ୱୁ – ସ୍କିନ୍‌ର ରଙ୍ଗ ସୁଧାରିବା ପାଇଁ ଏକ ପାତ୍ରରେ ଏକ ଚାମଚ ହଳଦୀ ପାଉଡର ଓ ଲେମ୍ୱୁ ରସର କିଛି ବୁନ୍ଦା ମିଶାଇ ମସୃଣ ପେଷ୍ଟ ତିଆରି କରନ୍ତୁ। ପୁଣି ଏହି ପେଷ୍ଟକୁ ପୂରା ଚେହେରା ଓ ବେକରେ ଲଗାନ୍ତୁ। ପେଷ୍ଟକୁ ପାଖାପାଖି ୫ରୁ ୧୦ ମିନିଟ୍‌ ଯାଏ ଲଗାଇ ରଖନ୍ତୁ ଏବଂ ଏହାପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ନିଜର ତ୍ୱଚାକୁ ସଫା ତଉଲିଆରେ ଥାପି ଥାପି ଶୁଖାନ୍ତୁ। ହଳଦୀ ତ୍ୱଚାକୁ ଚମକିଲା କରିଥାଏ ଏବଂ ଲେମ୍ୱୁର ରସରେ ବ୍ଲିଚଂ ଗୁଣ ଥାଏ । ଯେବେ ଏକା ସାଥିରେ ବ୍ୟବହାର କରାଯାଏ ତ ଏହି ସ୍କିନ୍‌ର ରଙ୍ଗକୁ ହାଲକା କରିବା ଓ ସ୍କିନ୍‌ର ରଙ୍ଗକୁ ଚମକ ଆଣିବାରେ ସାହାଯ୍ୟ କରିଥାଏ। 

୩-  ହଳଦୀ ଓ ନଡିଆ ତେଲ – 

ହାଇଡ୍ରେଟେଡ୍‌ ସ୍କିନ୍‌ ପାଇଁ ଏକ ବଡ଼ ଚାମଚରେ ହଳଦୀ ପାଉଡର ନିଅନ୍ତୁ ଏବଂ ଏଥିରେ ନଡିଆ ତେଲର କିଛି ବୁନ୍ଦା ମିଶାଇ ଏକ ମସୃଣ ପେଷ୍ଟ କରନ୍ତୁ। ଏବେ ଚେହେରାକୁ ସଫା କରିବା ପରେ ପୁରା ଚେହେରା ଓ ବେକରେ ଲଗାନ୍ତୁ। କିଛି ସମୟ ସର୍କୁଲାର ମୋଶନରେ ଭଲ ଭାବେ ମାଲିସ୍‌ କରନ୍ତୁ ଏବଂ ପୁଣି ୫ ମିନିଟ୍‌ ଯାଏ ଲଗାଇବା ପରେ ପୋଛି ଦିଅନ୍ତୁ। ପରେ ହାଲକା କ୍ଲିଞ୍ଜରର ବ୍ୟବହାର କରି ଚେହେରାକୁ ଧୋଇ ନିଅନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ଲଗାଇ ସ୍କିନ୍‌କୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ ମିଳିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.